ନବବର୍ଷ ୨୦୧୯ର ଶୁଭେଚ୍ଛା : କଟକ, ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ଅଂଚଳରେ ଜମିଲା ଜିରୋ ନାଇଟ୍

ଭୁବନେଶ୍ୱର : ମେଳାଣି ନେଇଛି ୨୦୧୮, ଆସିଛି ବର୍ଷ ୨୦୧୯ । ବିଦାୟ ଓ ଆଗମନ ମଧ୍ୟରେ ବ୍ୟବଧାନର ଅନ୍ତ ଘଟିଛି । ସ୍ମୃତି ଛାଡିଯାଇଛି ୨୦୧୮, ଆଉ ନୂଆ ଆଶା ଓ ସମ୍ଭାବନା ନେଇ ଆସିଛି ୨୦୧୯ । ଭାରତରେ ପାଦ ଦେଇଛି ନୂଆବର୍ଷ ୨୦୧୯ । ଆଉ ନୂଆବର୍ଷକୁ ଦମଦାର ଷ୍ଟାଇଲରେ ସ୍ୱାଗତ କରିଛନ୍ତି ଦେଶବାସୀ । ପୂରା ଦେଶରେ ଉତ୍ସବର ମାହୋଲ ଖେଳିଯାଇଛି । ଚାରିଆଡେ ନାଚଗୀତରେ ମସଗୁଲ ହୋଇଯାଇଛନ୍ତି ଲୋକେ । ଆତଶବାଜିର ରଙ୍ଗୀନ ଆଲୁଅରେ ଆଲୋକିତ ହୋଇ ପଡିଛି ନୀଳ ଆକାଶ ।

୨୦୧୮କୁ ବିଦାୟ ଦେବା ଯେତିକି କଷ୍ଟକର ଥିଲା ତାହା ଠାରୁ ଅଧିକ ଖୁସି ୨୦୧୯ ଆଣିବ ବୋଲି ସମସ୍ତେ ଆଶା ବାନ୍ଧିଛନ୍ତି । ଆଉ ଏହି ନୂଆବର୍ଷକୁ ନାଚଗୀତ ସହ ସେଲିବ୍ରେସନ କରିବା ସହ ସ୍ୱାଗତ କରିଛନ୍ତି ଲୋକେ । କେବଳ ଭାରତ ନୁହେଁ ପୂରା ବିଶ୍ୱରେ ଭିନ୍ନ ଭିନ୍ନ ଅନ୍ଦାଜରେ ନୂଆ ବର୍ଷକୁ ସ୍ୱାଗତ କରାଯାଇଛି ।

ଭାରତ ସହ ନ୍ୟୁଜିଲାଣ୍ଡରେ ମଧ୍ୟ ଧୂମଧାମରେ ପାଳନ ହୋଇଛି ନୂଆବର୍ଷ । ନ୍ୟୁଜିଲାଣ୍ଡର ଅକଲାଣ୍ଡ ସହରରେ ବେଶ ଧୁମ୍ଧାମ୍ରେ ବର୍ଷ ୨୦୧୯କୁ ସ୍ୱାଗତ କରାଯାଇଛି । ନୂଆବର୍ଷର ଆଗମନ ସହ ଅକଲାଣ୍ଡ ସହରରେ ଥିବା ସ୍କାଏ ଟାୱାର ରଙ୍ଗୀନ ଆଲୋକମାଳାରେ ଝଲସି ଉଠିଛି । ଆଉ ସେଠି ଉପସ୍ଥିତ ଥିବା ହଜାର ହଜାର ଲୋକ ପରସ୍ପରକୁ ନୂଆବର୍ଷର ଶୁଭେଚ୍ଛା ଜଣାଇଛନ୍ତି । ସ୍ଥାନୀୟ ସମୟ ଠିକ୍ ରାତି ୧୨ଟାକୁ ଅପେକ୍ଷା କରି ଚାହିଁ ରଥିଲେ ସମସ୍ତେ । ସ୍କାଏ ଟାୱାର ନିକଟରେ ସମୟ ଅବଗଣନା କରୁଥିଲେ ହଜାର ହଜାର ଲୋକ । ଆଉ ଯେତେବେଳେ ରାତି ୧୨ଟା ହେଲା ଆତସବାଜୀ ଓ ଆଲୋକମାଳାରେ ଝଲସି ଉଠିଥିଲା ପୁରା ସହର । ସ୍କାଏ ଟାୱାର ସମେତ ନିକଟରେ ଥିବା ବ୍ରିଜ୍ ଏବଂ ବଡ ବଡ ବିଲ୍ଡିଂରୁ ଚିତ୍ର ସଂପୂର୍ଣ୍ଣ ବଦଳି ଯାଇଥିଲା ରଙ୍ଗାରଙ୍ଗ ଆଲୁଅ ଭିତରେ । ନ୍ୟୁଜିଲାଣ୍ଡ ହେଉଛି ବିଶ୍ୱର ପ୍ରଥମ ଦେଶ, ଯେଉଁଠି ପ୍ରଥମେ ଆସେ ନୂଆବର୍ଷ ।

ନ୍ୟୁଜିଲାଣ୍ଡ ଭଳି ଅଷ୍ଟ୍ରେଲିଆରେ ବି ବେଶ ଧୁମ୍ଧାମରେ ନୂଆବର୍ଷକୁ ସ୍ୱାଗତ କରାଯାଇଛି । ସିଡନୀ ସହରରେ ରଙ୍ଗାରଙ୍ଗ ଆତସବାଜୀ ଏବଂ ଆଲୋକମାଳା ଭିତରେ ନୂଆ ବର୍ଷ ସ୍ୱାଗତ ନେଇଛି । ସିଡନୀର ଅପେରା ହାଉସ୍ ନିକଟରେ ଜିରୋ ନାଇଟ୍ ସେଲିବ୍ରେସନର ଆୟୋଜନ ହୋଇଛି । ଯେଉଁଥିରେ ହଜାର ହଜାର ଲୋକ ଉପସ୍ଥିତ ରହି ନୂଆ ବର୍ଷକୁ ସ୍ୱାଗତ କରିଛନ୍ତି । ସ୍ଥାନୀୟ ସମୟ ଅନୁସାରେ ଠିକ୍ ୧୨ଟାରେ ବାଣ ଓ ଆଲୋକମାଳା ଭିତରେ ଅତି ମନୋରମ ଦୃଶ୍ୟ ଦେଖିବାକୁ ମିଳିଛି । ଆଜି ସକାଳେ ସେଠି ବର୍ଷା ହୋଇଥିଲେ ସୁଦ୍ଧା ନୂଆ ବର୍ଷ ପାଳନରେ କୌଣସି ଅସୁବିଧା ହୋଇନାହିଁ । ସିଡନୀର ଏହି ନୂଆବର୍ଷ ଉତ୍ସବ ପାଳନ ପାଇଁ ପ୍ରାୟ ୪୦ କୋଟି ଟଙ୍କାର ଆତସବାଜୀର ବ୍ୟବସ୍ଥା ହୋଇଥିଲା।

ସମ୍ବନ୍ଧିତ ଖବର