ପୁରୀ: ଇଂରାଜୀ ନୂଆବର୍ଷ-୨୦୨୪ ପାଇଁ ବିଶ୍ବ ପ୍ରସିଦ୍ଧ ଶ୍ରୀକ୍ଷେତ୍ର ଚଳଚଞ୍ଚଳ ଦେଖାଯାଇଛି। ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ବ୍ୟବସ୍ଥାରେ ଅନେକ ପରିବର୍ତ୍ତନ କରାଯାଉଛି। ନୂଆବର୍ଷରେ ନୂତନ ବ୍ୟବସ୍ଥା ସହ ଭକ୍ତମାନେ ପରିଚିତ ହେବେ। ନୂଆବର୍ଷରେ ନୂଆ ଅନୁଭୂତି ପାଇବେ। ଦର୍ଶନ ବ୍ୟବସ୍ଥାରେ ଏସି ଟନେଲ ଯୋଡିହେବ। ବଡଦାଣ୍ଡରେ ଭକ୍ତ ଏସି ଟନେଲ ଦେଇ ଶ୍ରୀମନ୍ଦିର କାର୍ଯ୍ୟାଳୟ ତଳେ ବିଶ୍ରାମ ନେବେ। ଆଉ ଶ୍ରୀଦାଣ୍ଡର ଭକ୍ତଙ୍କ ବିଶ୍ରାମ ପାଇଁ ନିର୍ମାଣ ହେଉଛି ଏସି ଜର୍ମାନ ହ୍ୟାଙ୍ଗର। ଭକ୍ତମାନେ ୧୦ଟି ଧାଡି ଦେଇ ମନ୍ଦିର ଭିତରକୁ ପ୍ରବେଶ କରିବେ। ଏଭଳି ବ୍ୟବସ୍ଥା ଭକ୍ତମାନଙ୍କ ପାଇଁ ବେଶ୍ ଉପାଦେୟ ହେବା ସହ ସୁରକ୍ଷା ଦୃଷ୍ଟି କୋଣରୁ ବେଶ୍ ଫଳପ୍ରଦ ହୋଇପାରିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି।
/sambad/media/post_attachments/wp-content/uploads/2023/12/26588041-9cc7-4265-a4dd-3cad101b3b14.jpeg)
ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି, ୨୦୨୪ ଜାନୁଆରି ୧ ତାରିଖ ଠାରୁ ଭକ୍ତଙ୍କ ପାଇଁ ନୂଆ ବ୍ୟବସ୍ଥା ଲାଗୁ ହୋଇଯିବ। ଜନଗହଳି ନିୟନ୍ତ୍ରଣ ସହ ସୁସ୍ଥ ଓ ସୁରକ୍ଷିତ ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଛି। ଶ୍ରୀଦାଣ୍ଡ ଓ ବଡଦାଣ୍ଡର ଭକ୍ତଙ୍କ ଲାଗି ପୃଥକ ବ୍ୟବସ୍ଥା ହୋଇଛି। ବାଡଦାଣ୍ଡରେ ଆସୁଥିବା ଭକ୍ତମାନେ ଏସି ଟନେଲ ଦେଇ ଶ୍ରୀମନ୍ଦିର କାର୍ଯ୍ୟାଳୟର ଗ୍ରାଉଣ୍ଡ ଫ୍ଲୋରରେ ବିଶ୍ରାମ କରିବେ। ତାପରେ ସାନଛତା ମଠ ପଟେ ୬ଟି ଧାଡ଼ିରେ ମନ୍ଦିରକୁ ଯିବେ। ସେହିଭଳି ଶ୍ରୀଦାଣ୍ଡର ଭକ୍ତମାନେ ସାନଛତା ମଠ ନିକଟରେ ପହଞ୍ଚିବା ପରେ ଏସି ଜର୍ମାନ ହ୍ୟାଙ୍ଗରରେ ବିଶ୍ରାମ ନେବେ। ସେଠାରୁ ଚାରୋଟି ଧାଡ଼ିରେ ମନ୍ଦିରକୁ ଯିବାର ବ୍ୟବସ୍ଥା କରାଯାଉଛି। ତେବେ ଏଥର ଭକ୍ତ ଏସି ଟନେଲ ସହ ଶ୍ରୀମନ୍ଦିର କାର୍ଯ୍ୟାଳୟ ପଛପଟେ ଭକ୍ତଙ୍କ ପାଇଁ ହେଉଥିବା ଏସି ଜର୍ମାନ ହ୍ୟାଙ୍ଗର ସିଷ୍ଟମର ମଧ୍ୟ ସୁବିଧା ପାଇପାରିବେ।
/sambad/media/post_attachments/wp-content/uploads/2023/12/9375f943-0e5a-4777-96fd-4b2a8d4bb3a1-e1703945421321.jpeg)
ଓଡ଼ିଶା ସେତୁ ନିର୍ମାଣ ନିଗମ (ଓବିସିସି) ଅଧିକାରୀ ପ୍ରଭାତ ପାଣିଗ୍ରାହୀ କହିଛନ୍ତି, ଏସି ଟନେଲ ଭଳି ଜର୍ମାନ ହ୍ୟାଙ୍ଗରରେ ମଧ୍ୟ ଅନେକ ସୁବିଧା ରହିଛି। ଜର୍ମାନ ହ୍ୟାଙ୍ଗର ବ୍ୟବସ୍ଥାରେ ମଧ୍ୟ ରେଲିଂ ରହିବ। ଏସି, ସିସିଟିଭି, ବସିବା ପାଇଁ ବେଞ୍ଚ, ପିଇବାପାଣି, ଜୋତା ଷ୍ଟାଣ୍ଡ ବ୍ୟବସ୍ଥା କରାଯାଇଛି। ଏସି ଟର୍ନେଲରେ ଭକ୍ତମାନଙ୍କୁ ସର୍ବାଧିକ ସୁରକ୍ଷିତ ଓ ଶୃଙ୍ଖଳିତ ଦର୍ଶନ ମିଳିବ। ଏସି ଟନେଲର ଚଉଡ଼ା ୧୨ମିଟର ଓ ଲମ୍ବ ୮୪ମିଟର ରହିଛି। ମରଚିକୋଟ ଛକରୁ ଶ୍ରୀକୃଷ୍ଣ ସିନେମାହଲ ଛକ ମଧ୍ୟରେ ରହିଛି ଏହି ଟର୍ନେଲ। ୩୦ଟି ପିଲର ଉପରେ ନିର୍ମାଣ କରାଯାଉଛି ଭକ୍ତଙ୍କ ପାଇଁ ଏହି ଏସି ଟର୍ନେଲ। ଏଥିରେ ଭକ୍ତଙ୍କ ପ୍ରବେଶ ପାଇଁ ୧୦ଟି ଧାଡ଼ି ରହିବା ସହ ବସିବା ପାଇଁ ହୋଇଛି ଷ୍ଟିଲ୍ ବେଞ୍ଚର ବ୍ୟବସ୍ଥା। ଆବଶ୍ୟକ ସ୍ଥଳେ ଭକ୍ତ ମାନେ ଏହି ବେଞ୍ଚ ବ୍ୟବହାର କରିପାରିବେ। ଟନେଲରେ ଅସୁସ୍ଥତା ବୋଧ ନକରିବା ପାଇଁ ସେଣ୍ଟ୍ରାଲ ଏସି ବ୍ୟବସ୍ଥା କରାଯାଇଛି। ଟନେଲର ଉପର ଅଂଶକୁ ଫେବ୍ରିକ ହାଇଇଟ ସହିତ ରଥଚକର ସିମ୍ବଲ ଦିଆଯାଇଛି। ସେପଟେ ପ୍ରତି କଲମରେ ଗୋଟିଏ ଲେଖାଏଁ ଫେନ୍ ରହିଛି। ଏଥି ସହିତ ଏସି ଟନେଲ ମଧ୍ୟରେ କୌଣସି ଅଘଟଣକୁ ଦୃଷ୍ଟିରେ ରଖି ସିସିଟିଭି, ଏୟାର କଟନ୍ର ବ୍ୟବସ୍ଥା କରାଯାଇଛି। ସବୁଠାରୁ ବଡ କଥା ହେଉଛି ଭକ୍ତମାନଙ୍କ ସୁବିଧା ପାଇଁ ଟନେଲରେ ସ୍ପେସ୍ ମେନେଜମେଣ୍ଟ ସିଷ୍ଟମର ପ୍ରୟୋଗ କରାଯାଉଛି। ଫଳରେ ଗହଳି ଅନୁଭବ ହେବନାହିଁ। କାରଣ ପ୍ରତି ରେଲିଂର ଚଉଡ଼ା ଏକ ମିଟର ରହିଛି।
ପୁରୀକୁ ପ୍ରତିଦିନ ବଢୁଛି ଲକ୍ଷାଧିକ ଭକ୍ତଙ୍କ ଭିଡଡ଼। ଆଉ ବେଳାଭୂମିରୁ ଆରମ୍ଭ କରି ଶ୍ରୀମନ୍ଦିର ସବୁଠି ଗହଳି। ତେବେ ଭିଡ଼କୁ ନେଇ ସହରରେ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଥିବା ବେଳେ ଶ୍ରୀମନ୍ଦିରରେ ମଧ୍ୟ ଦର୍ଶନ ବ୍ୟବସ୍ଥାରେ ବିଶୃଙ୍ଖଳା। ତେବେ ଆଗକୁ ଜିରୋ ନାଇଟ ଓ ଇଂରାଜୀ ନୂଆବର୍ଷରେ କିଭଳି ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ସ୍ୱାଭାବିକ ଭାବେ ପୁରୀରେ ରହି ମଜାଉଠାଇ ପାରିବେ ତାହା ପ୍ରଶାସନ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇପାରେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/12/07a0eea0-3d04-47a5-acd7-ab6ef76855a9.jpeg)