ପୁରୀ: ଆଉ ଦିନ କେଇଟା ପରେ କ୍ୟାଲେଣ୍ଡର ବର୍ଷ ୨୦୧୮ ଶେଷ ହୋଇଯିବ। ଏହା ପୂର୍ବରୁ ନୂତନ ବର୍ଷ ଅବସରରେ ଶ୍ରୀମନ୍ଦିରରେ ଏବେଠାରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ନୂଆବର୍ଷରେ ଶ୍ରୀଜିଉମାନେ ଭକ୍ତଙ୍କୁ ରାତି ସାଢ଼େ ୧ଟାରେ ଦର୍ଶନ ଦେବେ। ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ଶନିବାର ଛତିଶା ନିଯୋଗ ବୈଠକରେ ଠାକୁରଙ୍କୁ ଭକ୍ତମାନେ ଦର୍ଶନ କରିବା ନେଇ ଆଲୋଚନା ହୋଇଛି।
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ରଙ୍କ ଅଧ୍ୟକ୍ଷାରେ ଅନୁଷ୍ଠିତ ବୈଠକରେ ପୁରୀ ଜିଲ୍ଲାପାଳ ଜ୍ୟୋତିପ୍ରକାଶ ଦାଶ, ଆରକ୍ଷୀ ଅଧୀକ୍ଷକ ଡ. ସାର୍ଥକ ଷଡଙ୍ଗୀ, ଛତିଶା ନିଯୋଗର ସଦସ୍ୟମାନେ ଓ ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ। ବୈଠକରେ ପହିଲିଭୋଗ ନୀତି ଚୂଡ଼ାନ୍ତ ହୋଇଛି। ନୂଆବର୍ଷ ପାଇଁ ମଧ୍ୟ ଶ୍ରୀଜିଉଙ୍କ ନୀତି ନେଇ ବୈଠକରେ ଆଲୋଚନା ହୋଇଛି। ଡିସେମ୍ବର ୩୧ ରାତି ୯ଟା ୩୦ରେ ପହୁଡ ହେବ। ରାତି ୧ଟା ୩୦ରେ ସାଧାରଣ ଦର୍ଶକଙ୍କ ପାଇଁ ଦ୍ୱାର ଫିଟାଯିବ।
/sambad/media/post_attachments/wp-content/uploads/2018/12/puri-5-300x167.jpg)
ଭାରତର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ତୀର୍ଥ କ୍ଷେତ୍ର ତଥା ପର୍ଯ୍ୟଟନ ସ୍ଥଳ ପୁରୀରେ ନୂଆବର୍ଷ ପାଳନ କରିବା ପାଇଁ ଦେଶ ବିଦେଶରୁ ପର୍ଯ୍ୟଟକ ଆସିବା ଆରମ୍ଭ ହୋଇ ଯାଇଛି। ଦେଶୀ ପର୍ଯ୍ୟଟକମାନେ ଶ୍ରୀଜଗନ୍ନାଥ ଦର୍ଶନ ଏବଂ ବେଳାଭୂମି ପାଇଁ ଆସୁଥିବା ପୁରୀ ଆସୁଥିବା ବେଳେ ବିଦେଶୀ ପର୍ଯ୍ୟଟକଙ୍କୁ ଏଠାକାର ବେଳାଭୂମି ଟାଣିଆଣୁଛି। ନୂଆବର୍ଷ ଆଉ ୧୫ ଦିନ ବାକି ଥିବାରୁ ଏବେଠାରୁ ଅଧିକାଂଶ ହୋଟେଲ ବୁକିଂ ଶେଷ ହୋଇଯାଇଛି। ସାଧାରଣ ସମୟରେ ଯେଉଁ ହୋଟେଲ ଗୁଡ଼ିକ ୧୦୦୦ ଟଙ୍କାରେ ମିଳି ଯାଇଥାଏ, ନୂଆବର୍ଷରେ ୩ ରୁ ୪ ଗୁଣ ବଢ଼ିଯାଇଛି। ସେହିପରି ଖାଇବା-ପିଇବା ଓ ଅନ୍ୟ ଜିନିଷର ମଧ୍ୟ ଦରଦାମ ବଢ଼ିଯାଇଛି। ନୂଆବର୍ଷ ଅବସରରେ ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାର ଆଶା ଦେଖାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/11/Vimala-Temple-Puri.jpg)