ବାତ୍ୟା ପୂର୍ବରୁ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟରେ ଜନ୍ମ ନେଲା ନବଜାତ ଶିଶୁ, ବାତ୍ୟା ବେଳରେ ଜନ୍ମ ନେଇଥିବାରୁ ନାଁ ରଖିଲେ ‘ଫନି’

ଜଗତସିଂହପୁର : ରାତି ବଢୁଛି, ମନରେ ଭୟ ମଧ୍ୟ ବଢୁଛି । କେତେବେଳେ ବାତ୍ୟା ସ୍ଥଳଭାଗ ଛୁଇଁବ, ସେନେଇ ମଧ୍ୟ ସମସ୍ତଙ୍କ ଛାତିରେ ଛନକା ଭରି ହୋଇରହିଛି । ‘ଫନି’କୁ ନେଇ ଆଶା ଆଶଙ୍କା ଲାଗି ରହିଥିବା ବେଳେ ଜଗତସିଂହପୁରରୁ ଏମିତି ଏକ ଘଟଣା ସାମ୍ନାକୁ ଆସିଛି, ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଜଗତସିଂହପୁରରେ ମା’ କୋଳରେ ଜନ୍ମ ନେଇଛି ଫନି । କଥାଟା ହୁଏତ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଇପାରେ, କିନ୍ତୁ ବାସ୍ତବରେ ଏହା ସତ ଅଟେ ।

ଜଗତସିଂହପୁର ମୁଖ୍ୟ ଡାକ୍ତରଖାନାରେ ଆଜି ରାତିରେ ଜନ୍ମ ନେଇଛି ଏକ ଶିଶୁ । ବାତ୍ୟା ସମୟରେ ଜନ୍ମ ହୋଇଥିବାରୁ, ଶିଶୁଟିର ବାପା ମା’, ତାର ନାମ ଫନି ରଖିଛନ୍ତି । ଗୋଟିଏ ପଟେ ବାତ୍ୟା ଫନିର ଭୟ ମନରେ ଆଶଙ୍କା ସୃଷ୍ଟି କରିଥିବା ବେଳେ, ନବଜାତ ଶିଶୁ ଫନି ବାପା ମା’ଙ୍କ ମୁହଁରେ ଭରିଦେଇଛି ହସ । ସେପଟେ ଆସନ୍ତାକାଲି ସକାଳ ୮ଟାରୁ ୧୦ଟା ମଧ୍ୟରେ ବାତ୍ୟା ‘ଫନି’ ସ୍ଥଳଭାଗ ଛୁଇଁବ ।

ସମ୍ବନ୍ଧିତ ଖବର