ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଚନ୍ଦଲି ରାସ୍ତାକଡ଼ରୁ ସୋମବାର ଏକ ନବଜାତ ଶିଶୁପୁତ୍ର ଉଦ୍ଧାର ହୋଇଛି। ଉଲୁଣ୍ଡା ବ୍ଲକ୍ ମାଟିଖାଇ ଗାଁର ଦମ୍ପତି ଶିଶୁପୁତ୍ରକୁ ଉଦ୍ଧାର କରିଛନ୍ତି।
/sambad/media/post_attachments/wp-content/uploads/2021/04/baby-copy.jpg)
ପ୍ରକାଶ ଯେ ମାଟିଖାଇ ଗାଁର ପୀତବାସ ମେହେର ଓ ସୁରୁସୁତା ମେହେର ନିଜ ଗାଁରୁ ସୁବଳୟା ପଟକୁ ଯାଉଥିବା ସମୟରେ ରାସ୍ତାକଡ଼ରେ ନବଜାତ ଶିଶୁପୁତ୍ରଟି କାନ୍ଦୁଥିବା ଦେଖିଥିଲେ। ଶିଶୁପୁତ୍ରକୁ ଉଦ୍ଧାର କରି ପ୍ରଥମେ ବୀରମହାରାଜପୁର ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିଲେ। ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆମ୍ବୁଲାନ୍ସରେ ନେଇଥିଲେ। ସୋନପୁର ଡାକ୍ତରଖାନାରେ ଶିଶୁକୁ ଏସ୍ଏନ୍ସିୟୁରେ ଭର୍ତ୍ତି କରାଯାଇଛି। ଶିଶୁର ସ୍ୱାସ୍ଥ୍ୟ ଅବସ୍ଥା ଭଲଥିବା ଡାକ୍ତର କହିଛନ୍ତି। ଶିଶୁଟିକୁ କିଏ କେଉଁ ପରିସ୍ଥିତିରେ ରାସ୍ତାକଡ଼ରେ ଫିଙ୍ଗିଥିଲା ତାହା ଜଣା ପଡ଼ିନାହିଁ। ଘଟଣାଟି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/09/baby-1.jpg)