ଏମ୍‌କେସିଜିରେ ଆଲୋଡ଼ନ : ନବଜାତ ଶିଶୁକନ୍ୟା ଚୋରି

ବ୍ରହ୍ମପୁର : ଏମ୍‌କେସିଜି ବଡ଼ ମେଡିକାଲରେ ଆଜି ପୁଣି ଏକ ଚାଞ୍ଚଲ୍ୟକର ଘଟଣା ସବୁ ମହଲରେ ଆଲୋଡ଼ନ ସୃଷ୍ଟି କରିଛି। ଏକ ନବଜାତ ଶିଶୁ କନ୍ୟା ଚୋରି ହୋଇଥିବା ଅଭିଯୋଗ ହୋଇଛି। ଜଣେ ମହିଳା ଏଭଳି ଚୋରି କରିବା ଘଟଣା ପ୍ରଚାର ହେବା ପରେ ସହରରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଆଉଟ୍‌ଡୋର୍‌ ଟିକଟ କାଉଣ୍ଟର୍‌ ସମ୍ମୁଖରେ ସହଯୋଗ କରିବା ବାହାନାରେ ଜଣେ ମହିଳା ମା’ କୋଳରୁ ଶିଶୁକୁ ନେଇ ଚମ୍ପଟ୍‌ ମାରିଛି। ବଡ଼ ମେଡିକାଲରେ ଏଭଳି ଘଟଣା ପ୍ରଥମ ବୋଲି କୁହାଯାଉଛି। ବୈଦ୍ୟନାଥପୁର ଥାନା ପୁଲିସ ଏମ୍‌କେସିଜି ମେଡିକାଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହା ସହିତ ବିଭିନ୍ନ ସ୍ଥାନରେ ଲାଗିଥିବା ସିସି କ୍ୟାମେରା ଫୁଟେଜ୍‌ ଯାଞ୍ଚ କରିଛି। କିନ୍ତୁ ଅଦ୍ୟାବଧି ସମ୍ପୃକ୍ତ ମହିଳାଙ୍କ ସମ୍ପର୍କରେ କୌଣସି ସୁରାକ୍‌ ମିଳି ନାହିଁ।

ସମ୍ବନ୍ଧିତ ଖବର