ବାରିପଦା : ଅନ୍ଧବିଶ୍ବାସର ବଶବର୍ତ୍ତୀ ଏକ ନବଜାତକ ଶିଶୁ ପେଟରେ ୧୨ଟି ଚେଙ୍କ ଦିଆଯାଇଛି। ଶିଶୁଟିକୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଥାନା ଅନ୍ତର୍ଗତ ବଡ଼ ଜଇଦାନପୋଷି ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି।
ସୂଚନା ଅନୁସାରେ, ଗତ ମାସ ୪ ତାରିଖରେ ମୁନି ମାଝୀଙ୍କ ସ୍ତ୍ରୀ କର୍ମୀ ବଦାମପାହାଡ଼ ଡାକ୍ତରଖାନାରେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ଉଭୟ ମା’ ଓ ଛୁଆ ସୁସ୍ଥ ଅବସ୍ଥାରେ ଘରକୁ ଫେରିଥିଲେ। ହେଲେ କିଛିଦିନ ପରେ ଶିଶୁଟି ବେଶି ବେଶି କାନ୍ଦିବାର ଦେଖି ପିଲାର ପେଟବଥା ହେଉଥିବା ଭାବିଥିଲେ ମୁନି। ଗାଁର ଜଣେ ମହିଳାଙ୍କୁ କହିବାରୁ ସେ ଶିଶୁଟିର ନାହି ଚାରିପଟେ ୧୨ଟି ଚେଙ୍କ ଦେଇଥିଲେ। ଶିଶୁକୁ ଗୁରୁତର ଅବସ୍ଥାରେ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/baby-1.jpg)