ବାରିପଦା : ୧୨ ଚେଙ୍କ ପରେ ଗୁରୁତର ଶିଶୁ ମୃତ

ବାରିପଦା : ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଏକ ଦମ୍ପତି ନିଜ ନବଜାତ ଶିଶୁକୁ ହରାଇଛନ୍ତି। ୨୭ ଦିନର ଏହି ଶିଶୁପୁତ୍ରକୁ ୧୨ଟି ଚେଙ୍କ ଦେବା ପରେ ତାର ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇ ପଡ଼ିଥିଲା। ଶେଷରେ ଶିଶୁଟି ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛି। ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଥାନା ଅନ୍ତର୍ଗତ ବଡ଼ଜଇଦାନପୋଷି ଗ୍ରାମରେ ଘଟିଛି ଏହି ହୃଦୟବିଦାରକ ଘଟଣା। ଏହି ଗ୍ରାମର ମୁନି ମାଝୀଙ୍କ ପତ୍ନୀ ସ୍ଥାନୀୟ ଡାକ୍ତରଖାନାରେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ଜନ୍ମର କିଛିଦିନ ପରେ ନବଜାତ ଶିଶୁଟି ଅହରହ କାନ୍ଦିବା ଏବଂ ତାର ପେଟବ୍ୟଥା ହେଉଥିବା ଭାବି ମୁନି ଗାଁର ଜଣେ ମହିଳାଙ୍କୁ ଜଣାଇଥିଲେ। ସମ୍ପୃକ୍ତ ମହିଳା ଏକ ତତଲା ଲୁହା ଦାରେ ଶିଶୁପୁତ୍ରର ନାଭି ଚାରିପଟେ ୧୨ଟି ଚେଙ୍କ ଦେଇଥିଲେ। ଚେଙ୍କ ଦେବା ପରେ ଶିଶୁଟିର ସ୍ୱାସ୍ଥ୍ୟବସ୍ଥା ବିଗିଡ଼ି ଯାଇଥିଲା। ଗୁରୁତର ଅବସ୍ଥାରେ ଶିଶୁକୁ ରାଇରଙ୍ଗପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ସମ୍ବନ୍ଧିତ ଖବର