ଭୁବନେଶ୍ୱରରୁ ଆଜି ପୁଣି ୬୦ଜଣ କରୋନା ପଜିଟିଭ୍‌ ଚିହ୍ନଟ, ୨୦ ସ୍ଥାନୀୟ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ଆକ୍ରାନ୍ତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରରୁ ଆଜି ପୁଣି ନୂଆ ୬୦ଜଣ କରୋନା ପିଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରୁ ୪୦ଜଣ ସଙ୍ଗରୋଧ କେନ୍ଦ୍ରରୁ ଓ ୨୦ଜଣ ସ୍ଥାନୀୟ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ଆକ୍ରାନ୍ତ  ହୋଇଥିବା ନେଇ ଗୁରୁବାର ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।

ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ୪୦ଜଣଙ୍କ ମଧ୍ୟରୁ ଚିନ୍ତାମଣିଶ୍ୱର ମନ୍ଦିର ଅଞ୍ଚଳରୁ ଦୁଇଜଣ ପୁରୁଷ, ଚକେଇସିଆଣି ତ୍ରିନାଥ ମନ୍ଦିର ଅଞ୍ଚଳରୁ ଜଣେ ମହିଳା, ବାପୁଜୀନଗର ଝରଣା ବସ୍ତି ଅଞ୍ଚଳରୁ ଜଣେ ପୁରୁଷ, ଘରୋଇ ହସ୍‌ପିଟାଲର ଜଣେ ମହିଳା କର୍ମଚାରୀ, ୟୁନିଟ-୯ ରୋଡ ନମ୍ବର-୨ ଅଞ୍ଚଳରୁ ୪ଜଣ ପୁରୁଷ, ଲକ୍ଷ୍ମୀସାଗର ଛକ ଅଞ୍ଚଳରୁ ଜଣେ ପୁରୁଷ, ଝାରପଡ଼ା ଜେଲ ଅଞ୍ଚଳରୁ  ଜଣେ  ମହିଳା, ଆଇଆରସି ଭିଲେଜ ଏନ୍‌-୬ ଅଞ୍ଚଳରୁ ଜଣେ ପୁରୁଷ, ଜୟଦେବ ବିହାର ଦାଶରଥୀ ଆପାର୍ଟମେଣ୍ଟ ଅଞ୍ଚଳରୁ ଜଣେ ପୁରୁଷ, ଭରତପୁର ଶିବ ମନ୍ଦିର ଅଞ୍ଚଳରୁ  ଜଣେ ପୁରୁଷ, ଓଲଡ ଟାଉନ୍‌ ବାରିକ୍‌ ସାହି ଅଞ୍ଚଳରୁ ଜଣେ ପୁରୁଷ, ଡୁମଡୁମା ରଘୁନାଥ ନଗର ଅଞ୍ଚଳରୁ ୩ଜଣ ମହିଳା ଓ ଜଣେ ପୁରୁଷ, ୟୁନିଟ-୯ ଭୋଇ ନଗର ଅଞ୍ଚଳରୁ ଜଣେ ପୁରୁଷ, ବଡଗଡ଼ କେନାଲ ରୋଡ ଅଞ୍ଚଳରୁ ଜଣେ ପୁରୁଷ, କଟକ ରୋଡ ରେଳ ଷ୍ଟେସନ୍‌ ପ୍ଲାଟଫର୍ମ ନମ୍ବର-୬ ଅଞ୍ଚଳରୁ ଜଣେ ମହିଳା କରୋନାରେ ଆକ୍ରାନ୍ତ ଥିବା ଆଜି ଚିହ୍ନଟ ହୋଇଛି। କରୋନା ଲକ୍ଷଣ ପଜିଟିଭ୍‌ ଆସିବା ପରେ ସମସ୍ତଙ୍କୁ କୋଭିଡ ହସପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

ସେହିପରି ପଟିଆ ନନ୍ଦନ ବିହାର ଅଞ୍ଚଳରୁ ଦୁଇଜଣ ପୁରୁଷ, ୟୁନିଟ-୪ ମାଛ ମାକେର୍ଟ ଅଞ୍ଚଳରୁ ଜଣେ ପୁରୁଷ, ଭରତପୁର ଘରୋଇ ହସ୍‌ପିଟାଲ୍‌ରୁ ଜଣେ ମହିଳ କର୍ମଚାରୀ, ଓଲଡ ଟାଉନ୍‌ ରାଧାବଲ୍ଲଭମଠ ଅଞ୍ଚଳରୁ ଜଣେ ପୁରୁଷ, ସାଲିଆ ସାହି  ଶ୍ରୀରାମ ନଗର ଅଞ୍ଚଳରୁ  ୨ ଜଣ ମହିଳା ଓ ଜଣେ ପୁରୁଷ, ଆଇଆରସି ଭିଲେଜ ରେଣ୍ଟାଲ କଲୋନି ଅଞ୍ଚଳରୁ ଜଣେ ପୁରୁଷ, ସାଲିଆ ସାହି ଆଦିବାସୀ ବସ୍ତି ଅଞ୍ଚଳରୁ ଜଣେ ୨୦ବର୍ଷର ମହିଳା, ସଙ୍ଗରୋଧ କେନ୍ଦ୍ରରୁ ଜଣେ ପୁରୁଷ, ନୟାପଲ୍ଲୀ ବେହେରା ସାହି ଅଞ୍ଚଳରୁ ଜଣେ ପୁରୁଷ, ୟୁନିଟ-୬ ଭିମପୁର ବସ୍ତି ଅଞ୍ଚଳରୁ ଜଣେ ପୁରୁଷ, ୟୁନିଟ-୫ କେଶରୀ ନଗର ଅଞ୍ଚଳରୁ ଜଣେ ମହିଳା, ଓଲଡ ଟାଉନ୍‌ ନାରାୟଣୀ କ୍ଲବ୍‌ ଅଞ୍ଚଳରୁ ଜଣେ ପୁରୁଷ, ଜଗମରା କ୍ରିଷ୍ଣା ଗାର୍ଡେନ୍‌ ଅଞ୍ଚଳରୁ ଜଣେ ପୁରୁଷ, ବରମୁଣ୍ଡା ବସ୍‌ଷ୍ଟାଣ୍ଟ ଅଞ୍ଚଳରୁ ଜଣେ ପୁରୁଷ ଓ ହଂସପାଳ ଫେଜ-୩ ଅଞ୍ଚଳରୁ ଜଣେ ମହିଳାଙ୍କ କୋଭିଡ-୧୯ ରିପୋର୍ଟ ପଜିଟିଭ୍‌ ଆସିଛି।

ଚିହ୍ନଟ ହୋଇଥିବା ୨୦ଟି ସ୍ଥାନୀୟ ମାମଲା ମଧ୍ୟରୁ ଭୀମଟାଙ୍ଗୀ ଭିମେଶ୍ୱର ମନ୍ଦିର ଅଞ୍ଚଳରୁ ଜଣେ ପୁରୁଷ, ଆଚାର୍ଯ୍ୟ ବିହାର ବିଶ୍ବେଶ୍ୱର ବସ୍ତି ଅଞ୍ଚଳରୁ ୨ଜଣ ପୁରୁଷ, ଜୟଦେବ ବିହାର ଅଞ୍ଚଳରୁ ୨ଜଣ ପୁରୁଷ, ଜାଗମରା ଅଞ୍ଚଳରୁ ଜଣେ ପୁରୁଷ, ବମିଖାଲ ଅଞ୍ଚଳରୁ ଜଣେ ପୁରୁଷ, ପଟିଆ ରେଳଷ୍ଟେସନ୍‌ ଅଞ୍ଚଳରୁ ଜଣେ ପୁରୁଷ, ସରକାରୀ ହସ୍‌ପିଟାଲ୍‌ରୁ  ୩ଜଣ ପୁରୁଷ କର୍ମଚାରୀ, ନୟାପଲ୍ଲୀ ଆଇଆରସି ଭିଲେଜ୍‌ ଅଞ୍ଚଳରୁ ଜଣେ ମହିଳା, ସାଲିଆ ସାହି ନିରଙ୍କରି ନଗର ଅଞ୍ଚଳରୁ ୨ଜଣ ପୁରୁଷ, ଶ୍ୟାମପୁର ସମ୍‌ ହସ୍‌ପିଟାଲ ଅଞ୍ଚଳରୁ ଜଣେ ପୁରୁଷ, ସାଲିଆ ସାହି ଏକାମ୍ର ବିହାର ଅଞ୍ଚଳରୁ ଜଣେ ପୁରୁଷ, ଘାଟିକିଆ ନାକାଗେଟ୍‌ ଅଞ୍ଚଳରୁ ଜଣେ ମହିଳା, ନୟାପଲ୍ଲୀ ବେହେରା ସାହି ଅଞ୍ଚଳରୁ ଜଣେ ପୁରୁଷ, ସାଲିଆ ସାହି ଶ୍ରୀରାମନଗର ଅଞ୍ଚଳରୁ ଜଣେ ମହିଳା ଓ କେନ୍ଦ୍ର ସରକାରଙ୍କ ପରିଚାଳିତ ହସ୍ପିଟାଲରୁ ଜଣେ ପୁରୁଷ କରୋନା ଆକ୍ରାନ୍ତ ଥିବା ଚିହ୍ନଟ ହୋଇଛନ୍ତି।

ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ ଏଯାବତ ରାଜଧାନୀରେ ୯୧୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ବି ୫୦୪ଟି କରୋନା ସକ୍ରିୟ ମାମଲା ରହିଛି। ଏଥିସହିତ ୪୦୩ଜଣ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୧ଜଣଙ୍କ ଏଥିରେ ମୃତ୍ୟୁ ଘଟିଛି।

ସମ୍ବନ୍ଧିତ ଖବର