ରାଜଧାନୀରୁ ଆଜି ସର୍ବାଧିକ ୯୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ ଆକ୍ରାନ୍ତ

ଭୁବନେଶ୍ୱର: କରୋନା ସଂକ୍ରମଣ ରାଜ୍ୟରେ ହୁ ହୁ ହୋଇ ବୃଦ୍ଧି ପାଉଥିବା ବେଳେ ଆଜି ରାଜଧାନୀ ଭୁବନେଶ୍ବରରୁ ସର୍ବାଧିକ ୯୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ  କ୍ୱାରେଣ୍ଟାଇନ୍‌ କେନ୍ଦ୍ରରୁ ୬୩ଜଣ ଓ ସ୍ଥାନୀୟ ସଂକ୍ରମଣରୁ  ୨୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଭୁବନେଶ୍ୱର ମହାନଗର ଟୁଇଟ କରି ସୂଚନା ଦେଇଛି।

କ୍ୱାରେଣ୍ଟାଇନ୍‌ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ୬୩ଜଣଙ୍କ ମଧ୍ୟରୁ ରସୁଲଗଡ଼ ସବର ସାହି ଅଞ୍ଚଳରୁ ଜଣେ ୨୬ବର୍ଷ ପୁରୁଷ, ନୟାପଲ୍ଲୀ ଏନ୍‌-୫ ଅଞ୍ଚଳରୁ ଜଣେ ୨୭ବର୍ଷର ପୁରୁଷ, ଖଣ୍ଡଗିରି କୋଳଥିଆ ଅଞ୍ଚଳରୁ ଜଣେ ୨୨ବର୍ଷୀୟ ମହିଳାଙ୍କ ସମେତ ୫୨ବର୍ଷ ଓ ୨୮ବର୍ଷର ଦୁଇଜଣ ପୁରୁଷ, ଝାରପଡ଼ା ଜଗନ୍ନାଥ ନଗର ଅଞ୍ଚଳରୁ ଜଣେ ୩୯ବର୍ଷର ପୁରୁଷ, ୟୁନିଟ-୬ ଗଙ୍ଗନଗର ଅଞ୍ଚଳରୁ ଜଣେ ୧୫ବର୍ଷର ବାଳକ, ସାଲିଆ ସାହି ଶ୍ରୀକୃଷ୍ଣ ନଗର ଅଞ୍ଚଳରୁ ୭ଜଣ (୫୫ବର୍ଷ, ୨୯ବର୍ଷ, ୧୬ବର୍ଷ, ୩୮ବର୍ଷର ମହିଳା ଓ ୩୮ବର୍ଷ, ୩୨ବର୍ଷ ଓ ୩୬ବର୍ଷର ପୁରୁଷ) କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ସରକାରୀ ସଙ୍ଗରୋଧ କେନ୍ଦ୍ରରୁ ଯଥାକ୍ରମେ  ୩୨ବର୍ଷ,୨୪ବର୍ଷ, ୭୫ବର୍ଷ, ୪୭ବର୍ଷ, ୧୫ବର୍ଷ, ୫୦ବର୍ଷ, ୨୮ବର୍ଷ, ୩୮ବର୍ଷ, ୧୦ବର୍ଷ ଓ ୩୮ବର୍ଷର ପୁରୁଷ ରହିଥିବା ବେଳେ ଜଣେ ୫ବର୍ଷ ଶିଶୁ ଶରୀରରେ ବି କରୋନା ଲକ୍ଷଣ ଥିବା ଚିହ୍ନଟ ହୋଇଛି। ଏଥିସହିତ ଉକ୍ତ ସଙ୍ଗରୋଧ କେନ୍ଦ୍ରରୁ ୩୫ବର୍ଷ, ୧୫ବର୍ଷ,୨୬ବର୍ଷ, ୭୫ବର୍ଷ, ୩୫ବର୍ଷ, ୭୯ବର୍ଷ, ୧୩ବର୍ଷ, ୪୨ବର୍ଷ, ୧୪ବର୍ଷର,୩୨ବର୍ଷ, ୨୩ବର୍ଷର ମହିଳା କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି।

ସେଣ୍ଟ୍ରାଲ ଗର୍ଭରମେଣ୍ଟ ହସ୍‌ପିଟାଲର ଜଣେ ୨୪ବର୍ଷୀୟ କର୍ମଚାରୀଙ୍କ କୋଭିଡ-୧୯ ରିପୋର୍ଟ ପଜିଟିଭ ଆସିଥିବା ବେଳେ ଚନ୍ଦ୍ରଶେଖରପୁର ବିଡିଏ କଲୋନିରୁ ୫୦ବର୍ଷ ଓ ୧୬ବର୍ଷର ଦୁଇଜଣ ପୁରୁଷ, ଖଣ୍ଡଗିରି ବାରି ଅଞ୍ଚଳରୁ ଜଣେ ୨୨ବର୍ଷର ମହିଳା, ଡୁମଡୁମା ଅଞ୍ଚଳରୁ ୩୧ବର୍ଷର ଜଣେ ପୁରୁଷ, ନୟାପଲ୍ଲୀ ବେହେରା ସାହି ଅଞ୍ଚଳରୁ ଜଣେ ୪୦ବର୍ଷର ପୁରୁଷ, ଘରୋଇ ହସ୍‌ପିଟାଲରୁ ଜଣେ ୨୨ବର୍ଷର କର୍ମଚାରୀ, ପୋଖରୀପୁଟ ଲିଙ୍ଗରାଜ ବିହାର ଅଞ୍ଚଳରୁ ଜଣେ ୪୮ବର୍ଷର ପୁରୁଷ, ରାସୁଲଗଡ଼ ଆଦିମାତା ମନ୍ଦିର ଅଞ୍ଚଳରୁ ଜଣେ ୫୮ବର୍ଷର ମହିଳା, ନୟାପଲ୍ଲୀ ସୀତାପୁର ବସ୍ତି ଅଞ୍ଚଳରୁ ଜଣେ ୨୪ବର୍ଷର ପୁରୁଷ, ଘରୋଇ ହସ୍‌ପିଟାଲ୍‌ରୁ ଜଣେ ୨୬ବର୍ଷର ମହିଳା, ପାହାଳ ପୁଲିସ ଆଉଟପୋଷ୍ଟ ଅଞ୍ଚଳରୁ ୩୧ବର୍ଷ, ୨୬ବର୍ଷ, ୩୫ବର୍ଷ, ୫୦ବର୍ଷ, ୩୧ବର୍ଷ,୨୧ବର୍ଷ, ୩୪ବର୍ଷ, ୩୫ବର୍ଷ, ୩୩ବର୍ଷ, ୫୧ବର୍ଷର ଓ ୨୨ବର୍ଷର ପୁରୁଷ, ଚକେଇସିଆଣି ଅଞ୍ଚଳରୁ ଜଣେ ୩୮ବର୍ଷର ମହିଳା, ହଂସପାଳ ଅଞ୍ଚଳରୁ ଜଣେ ୨୪ବର୍ଷର ମହିଳା, ନଗେଶ୍ୱର ଟାଙ୍ଗୀ ରବି ଟକିଜ ଅଞ୍ଚଳରୁ ଜଣେ ୨୫ବର୍ଷର ପୁରୁଷ, ଗଣ୍ଡମୁଣ୍ଡା ଅଞ୍ଚଳରୁ ଜଣେ ୪୯ବର୍ଷର ପୁରୁଷ, ମଞ୍ଚେଶ୍ୱର ରଙ୍ଗମାଟିଆ ଅଞ୍ଚଳରୁ ଜଣେ ୬୯ବର୍ଷର ପୁରୁଷଙ୍କ କରୋନା ରିପୋର୍ଟ ପିଜିଟିଭ୍‌ ଆସିଛି।

ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ ରାଜଧାନୀରେ ଏଯାବତ ୮୫୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୮୫ଜଣ ରୋଗୀ ସୁସ୍ଥ ହୋଇଛନ୍ତି। ଏଥିସହିତ ଏବେ ବି ୪୬୨ଟି କରୋନା ସକ୍ରିୟ ମାମଲା ରହିଛି। ତେବେ ୧୧ଜଣ ରୋଗୀ କରୋନା ଯୁଦ୍ଧରେ ହାରି ଯାଇଛନ୍ତି। ଏହାରି ଭିତରେ ଆଶ୍ୱସ୍ତିର ଖବର ଆସିଛି କି ଆଜି ଭୁବନେଶ୍ୱରରୁ ୨୪ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

୨୭ଟି ସ୍ଥାନୀୟ ମାମଲା ମଧ୍ୟରୁ ବିଜେବି ନଗର ଅଞ୍ଚଳରୁ ଜଣେ ୨୭ବର୍ଷର ପୁରୁଷ, ଜାଗମରା ଅଞ୍ଚଳରୁ ଜଣେ ୨୬ବର୍ଷର ପୁରୁଷ, ଘାଟିକିଆ ଅଞ୍ଚଳରୁ ଜଣେ ୫୦ବର୍ଷର ପୁରୁଷ, ଲକ୍ଷ୍ମୀସାଗର ଅଞ୍ଚଳରୁ ଜଣେ ୬୨ବର୍ଷର ମହିଳା, ପୋଖରୀପୁଟ ଡିଏଭି ସ୍କୁଲ ନିକଟରରୁ ୬୧ବର୍ଷ, ୮୪ବର୍ଷର ଦୁଇଜଣ ପୁରୁଷ, ଓଲଡ ଟାଉନ୍‌ ପୁନାମା ଗେଟ ଅଞ୍ଚଳରୁ ଜଣେ ୪୮ବର୍ଷର ପୁରୁଷ, ଖଣ୍ଡଗିରି ପିପିଏଲ୍‌ କଲୋନିରୁ ଜଣେ ୨୩ବର୍ଷର ପୁରୁଷ, ଭରତପୁର ମହାଲକ୍ଷ୍ମୀ ବିହାର ଅଞ୍ଚଳରୁ ୫୨ବର୍ଷର ପୁରୁଷ, ରସୁଲଗଡ଼ ଓସିସି କଲୋନି ଅଞ୍ଚଳରୁ ଜଣେ ୩୬ବର୍ଷର ପୁରୁଷ, ଚନ୍ଦ୍ରଶେଖରପୁର ନୀଳାଦ୍ରି ବିହାର ଅଞ୍ଚଳରୁ ଜଣେ ୩୧ବର୍ଷର ପୁରୁଷ, ଚନ୍ଦ୍ରଶେଖରପୁର ବିଡିଏ କଲୋନିରୁ ଜଣେ ୫୭ବର୍ଷର ପୁରୁଷ, ବିଶ୍ୱେଶ୍ୱରା ବସ୍ତି ଅଞ୍ଚଳରୁ ଜଣେ ୪୦ବର୍ଷର ପୁରୁଷ କରୋନାରେ ଆକ୍ରାନ୍ତ ଥିବା ଜଣାପଡ଼ିଛି।

Coronavirus LIVE: 13 new cases found in Mumbai's slum colony ...
National Herald

ସେହିପରି ନୟାପଲ୍ଲୀ ଗଜପତି ନଗର ବସ୍ତି ଅଞ୍ଚଳରୁ ଜଣେ ୩୦ବର୍ଷର ମହିଳା, ୟୁନିଟ-୪ ଏମ୍‌ଏଲ୍‌ଏ କଲୋନି ଅଞ୍ଚଳରୁ ଜଣେ ୨୭ବର୍ଷର ପୁରୁଷ, ରସୁଲଗଡ଼ ଜିଜିପି କଲୋନି ଅଞ୍ଚଳରୁ ଜଣେ ୧୬ବର୍ଷ ଓ ୫୦ବର୍ଷର ପୁରୁଷ, ଖଣ୍ଡଗିରି ଅଞ୍ଚଳରୁ ଜଣେ ୬୫ବର୍ଷର ପୁରୁଷ, ମହାବୀର ବସ୍ତି ଟ୍ରାଇଡେଣ୍ଟ କଲେଜ ଅଞ୍ଚଳରୁ ଜଣେ ୨୩ବର୍ଷର ପୁରୁଷ, କୋଳଥିଆ ସତ୍ୟସାଇ ଏନ୍‌କ୍ଲେଭର ଜଣେ ୩୦ବର୍ଷର କର୍ମଚାରୀ, ଖଣ୍ଡଗିରି ଗଣ୍ଡମୁଣ୍ଡା ଅଞ୍ଚଳରୁ ଜଣେ ୭ବର୍ଷର ଶିଶୁ, ପାତ୍ରପଡ଼ା ଫୁଲେଶ୍ୱରୀ ବସ୍ତି ଅଞ୍ଚଳରୁ ଜଣେ ୩୮ବର୍ଷର ପୁରୁଷ, ଖଣ୍ଡଗିରି କୋଳାଥିଆ ଅଞ୍ଚଳରୁ ୩୯ବର୍ଷର ଜଣେ ପୁରୁଷ, ବରମୁଣ୍ଡା ଜଗନ୍ନାଥ ବିହାର ଅଞ୍ଚଳରୁ ଜଣେ ୨୪ବର୍ଷ, ୩୫ବର୍ଷର ମହିଳା, ଭରତପୁର ଅଞ୍ଚଳରୁ ଜଣେ ୩୦ବର୍ଷର ପୁରୁଷ ଓ ଘରୋଇ ହସ୍‌ପିଟାଲ୍‌ର ଜଣେ ୩୦ବର୍ଷର କର୍ମଚାରୀଙ୍କର ବି ଆଜି କରୋନା ରିପୋର୍ଟ ପଜିଟିଭ୍‌ ଆସିଥିବା ନେଇ ଭୁବନେଶ୍ୱର ମହାନଗର ଟୁଇଟ କରି ସୂଚନା ଦେଇଛି।

ସମ୍ବନ୍ଧିତ ଖବର