ଭୁବନେଶ୍ୱରରୁ ୪୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ୨୪ ସ୍ଥାନୀୟ ସଂକ୍ରମଣର ଶିକାର

ଭୁବନେଶ୍ୱର: ରାଜଧାନୀ  ଭୁବନେଶ୍ୱରରୁ ୪୬ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ଚିହ୍ନଟ ହୋଇଥିବା ୪୬ଜଣଙ୍କ ମଧ୍ୟରୁ ୨୨ଜଣ କ୍ୱାରେଣ୍ଟାଇନ୍‌ରୁ ଓ ୨୪ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ ରାଜଧାନୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୨୫ରେ ପହଞ୍ଚିଥିବା ବେଳେ ୨୯୫ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ୱରରେ ଏଯାବତ ୭ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି।

କ୍ୱାରେଣ୍ଟାଇନ୍‌ର ଚିହ୍ନଟ ହୋଇଥିବା ୨୨ଜଣଙ୍କ ମଧ୍ୟରୁ ୩ଜଣ (୨୫, ୨୩ ବର୍ଷର ପୁରୁଷ ଓ ୫୫ବର୍ଷର ମହିଳା) ଆଇଗିଣିଆ ଅଞ୍ଚଳର ବୋଲି ଜଣାପଡ଼ିଛି। ଏମାନେ ସମସ୍ତେ ଜଣେ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ। ସେହିପରି ଚନ୍ଦ୍ରଶେଖରପୁର ପ୍ରଗତି ବିହାର ଅଞ୍ଚଳରୁ ଜଣେ ୨୮ବର୍ଷୀୟ ମହିଳା, ପାହାଳ ପୁଲିସ ଆଉଟପୋଷ୍ଟ ଅଞ୍ଚଳରୁ ୨୫ବର୍ଷର ଜଣେ ପୁରୁଷ,  ପୁରୁଣା ଭୁବନେଶ୍ବର ଗ୍ୟାରେଜ ଛକରୁ ୨୯ ବର୍ଷୀୟ ପୁରୁଷ,‌ ତିନିମୁଣ୍ଡିଆ ଛକ ଅଞ୍ଚଳରୁ ୨୫ବର୍ଷୀୟ ମହିଳା, ରସୁଲଗଡ଼ ଶବର ସାହି ଅଞ୍ଚଳରୁ ତିନିଜଣ (୨୩ ଓ୨୮ବର୍ଷର ମହିଳା ଏବଂ ୨୨ବର୍ଷର ପୁରୁଷ), ବରମୁଣ୍ଡା ହାଇସ୍କୁଲ ଅଞ୍ଚଳରୁ ଜଣେ ୨୩ବର୍ଷୀୟ ମହିଳା, ନୂଆଗାଁ ବିଜୟ ବିହାର ଅଞ୍ଚଳରୁ ଦୁଇଜଣ ୨୬ ବର୍ଷୀୟ ପୁରୁଷ , ଝାରପଡ଼ା ଜଗନ୍ନାଥନଗର ଅଞ୍ଚଳରୁ ଜଣେ ୩୨ବର୍ଷୀୟ ପୁରୁଷ, ଲକ୍ଷ୍ମୀସାଗର ଉପର ସାହି ଅଞ୍ଚଳରୁ ୩୫ବର୍ଷୀୟ ପୁରୁଷ ଓ ଲକ୍ଷ୍ମୀସାଗର ମଣ୍ଡପ ସାହି ଅଞ୍ଚଳରୁ ଜଣେ ୨୧ ବର୍ଷୀୟ ମହିଳା କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।

 

ସେହିପରି ଚିନ୍ତାମଣିଶ୍ୱର ମନ୍ଦିର ଅଞ୍ଚଳରୁ ଜଣେ ୪୮ବର୍ଷୀୟ ପୁରୁଷ ଓ ଡୁମଡୁମା ଫେଜ-୧ ଅଞ୍ଚଳରୁ ତିନିଜଣ ପଜିଟିଭ ବାହାରିଛନ୍ତି। ଏମାନଙ୍କ ମଧ୍ୟରୁ ଦୁଇଜଣ ମହିଳା ଥିବା ବେଳେ ଜଣେ ପୁରୁଷ ରହିଛନ୍ତି। ତିନିଜଣ କିଛିଦିନ ତଳେ କୋଲକାତାରୁ ଫେରିଥିଲେ। ପାତ୍ରପଡ଼ା ଏଚଡିଏଫ୍‌ସି ବ୍ୟାଙ୍କ ଅଞ୍ଚଳରୁ ଚିହ୍ନଟ  ୪୭ବର୍ଷୀୟ ପୁରୁଷ  କିଛଦିନ ତଳେ ଦିଲ୍ଲୀରୁ ଫେରିଥିଲେ। ଏଥିସହିତ ନାକା ଗେଟ୍‌ ଅଞ୍ଚଳରୁ ଜଣେ ୨୮ବର୍ଷୀୟ ମହିଳାଙ୍କ କୋଭିଡ-୧୯ ରିପୋର୍ଟ ପଜିଟିଭ୍‌ ଆସିଛି।

ଏତଦ ବ୍ୟତୀତ ଆଜି ଚିହ୍ନଟ ହୋଇଥିବା ୪୬ଜଣଙ୍କ ମଧ୍ୟରୁ ୨୪ ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି। ଏହି ୨୪ଜଣଙ୍କ ମଧ୍ୟରୁ ଅଧିକାଂଶ ହଟସ୍ପଟ ଜିଲ୍ଲାକୁ ଯାଇ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ପାତ୍ରପଡ଼ା ଏମ୍ସ ଅଞ୍ଚଳରୁ ଜଣେ ୩୮ବର୍ଷୀୟ ପୁରୁଷ, କଟକ ରୋଡ ପୋଷ୍ଟ ଅଫିସ୍‌ ଅଞ୍ଚଳରୁ ଜଣେ ୩୦ବର୍ଷୀ ପୁରୁଷ, ଏକ ଘରୋଇ ହସ୍‌ପିଟାଲ୍‌ରୁ ୩ଜଣ ମହିଳା କର୍ମଚାରୀ (୨୧, ୨୩ ଓ ୫୫ବର୍ଷ), ଆରଟିଓ-୧ ଅଫିସର ୩ଜଣ କର୍ମଚାରୀ (୨୧, ୨୬,୫୪), ୟୁନିଟ-୮ ବଏଜ୍ ହାଇସ୍କୁଲ ଅଞ୍ଚଳରୁ ଜଣେ ୫୭ବର୍ଷୀୟ ମହିଳା, ନୟାପଲ୍ଲୀ ଅଞ୍ଚଳରୁ ଜଣେ ୪୮ବର୍ଷର ପୁରୁଷ, ଘଟିକିଆ ପର୍ଶୁରାମ ମନ୍ଦିର ଅଞ୍ଚଳରୁ ଜଣେ ୮୩ବର୍ଷୀୟ ବୃଦ୍ଧ, ନୟାପଲ୍ଲୀ ବେହେରା ସାହି ଅଞ୍ଚଳରୁ ଜଣେ ୪୧ବର୍ଷର ପୁରୁଷ, ବମିଖାଲରୁ ୪୩ବର୍ଷର ପୁରୁଷ ଓ ପୋଖରିପୁଟ କେଶରୀ ଭିଲ୍ଲା ଅଞ୍ଚଳରୁ ଜଣେ ମହିଳା କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏଥିସହିତ କୋଳଥିଆ ଅଞ୍ଚଳରୁ ଜଣେ ୨୨ବର୍ଷର ମହିଳା, ଜୟଦେବ ବିହାର ଦାଶରଥୀ ଆପାର୍ଟମଣ୍ଟେ ଅଞ୍ଚଳରୁ ଜଣେ ୫୩ବର୍ଷର ପୁରୁଷ, ସରକାରୀ ହସ୍‌ପିଟାଲ୍‌ର ଦୁଇଜଣ ମହିଳା କର୍ମଚାରୀ (୩୪ ଓ ୪୦ ବର୍ଷ), କଳିଙ୍ଗନଗର ଅଞ୍ଚଳରୁ ୩୦ବର୍ଷର ପୁରୁଷ, ୟୁନିଟ-୬ ଗଙ୍ଗାନଗର ଅଞ୍ଚଳରୁ ଜଣେ ୧୪ବର୍ଷର ମହିଳା, ଅନ୍ୟଜିଲ୍ଲାରେ ବସବାସ କରୁଥିବା ୪୮ବର୍ଷର ଜଣେ ପୁରୁଷ (ଯିଏକି ଏକ ଘରୋଇ ହସ୍‌ପିଟାଲ୍‌ରେ ଚିକିତ୍ସାଧୀନ ଅଛନ୍ତି), ପାତ୍ରପଡ଼ା ଅଞ୍ଚଳରୁ ଜଣେ ୫୪ବର୍ଷର ପୁରୁଷ ଓ ଖଣ୍ଡଗିରି ଅଞ୍ଚଳରୁ ଜଣେ ୨୭ବର୍ଷର ମହିଳା କରୋନା ଆକ୍ରାନ୍ତ ଥିବା ଚିହ୍ନଟ ହୋଇଛି।

ସମ୍ବନ୍ଧିତ ଖବର