ଭୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ୱରରୁ ୨୬୭ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଭୁବନେଶ୍ୱର ମହାନଗର ନିଗମ ଟୁଇଟ କରି ସୂଚନା ଦେଇଛି। ଚିହ୍ନଟ ହୋଇଥିବା ୨୬୭ଜଣ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍ କେନ୍ଦ୍ରରୁ ୧୫୩ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୧୧୪ଜଣ କରୋନା ଆକ୍ରାନ୍ତ ରହିଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ ଭୁବନେଶ୍ୱରରୁ ଏଯାବତ ୭୫୯୯ଟି କରୋନା ମାମଲା ସାମ୍ନାକୁ ଆସିଥିବା ବେଳେ ଆହୁରି ୨୯୯୪ଟି ସକ୍ରିୟ ମାମଲା ରହିଛି।
/sambad/media/post_attachments/4eaf60a6aaccf7d50983227ad5587823cc6c51cbc52141b8f2d044de701739df.jpg)
ଆଚାର୍ଯ୍ୟ ବିହାର, ଆଇଗିଣିଆ, ଘରୋଇ ହସ୍ପିଟାଲ ଷ୍ଟାଫ୍, ବାପୁଜିନଗର, ବରମୁଣ୍ଡା, ଭରତପୁର, ବିଜେବି ନଗର,ବୋମିଖାଲ, ଚକେଇସିଆଣି ଆଦି ଅଞ୍ଚଳରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜଗମରା ଆଇଟିଇଆର କ୍ୟାମ୍ପସ୍ରୁ ୧୦ଜଣ, ସିଆରପିଏଫ୍ କ୍ୟାମ୍ପସରୁ ୫ଜଣ, ଝାରପଡ଼ାରୁ ୮ଜଣ, ଖଣ୍ଡଗିରିରୁ ୪ଜଣ ଓ ନୀଳାଦ୍ରି ବିହାରରୁ ୩ଜଣଙ୍କ କରୋନା ରିପୋର୍ଟ ପିଜିଟିଭ୍ ଆସିଛି।
Update on newly detected & cured #COVID19 cases in the last 24 hrs under the BMC area on 24th Aug 2020(till 9am).
Further contact tracing is still continuing.
Primary contacts & nearby houses are being quarantined, sanitised & will be under active surveillance. pic.twitter.com/cumf9H6K4I— BMC (@bmcbbsr) August 24, 2020
ସେହିପରି ଆଜି ଭୁବନେଶ୍ୱରରୁ ୧୭୪ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ଭୁବନେଶ୍ୱର ମହାନଗର ନିଗମ ଟୁଇଟ କରି ସୂଚନା ଦେଇଛି। ନୂଆ ସୁସ୍ଥଙ୍କୁ ମିଶାଇଲେ ରାଜଧାନୀରେ ଏଯାବତ ୪୫୬୩ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ରିପୋର୍ଟ ରହିଛି।