ଭୁବନେଶ୍ବର: ୨୦୨୪ ସାଧାରଣ ନିର୍ବାଚନରେ ବିଧାନସଭା ନିର୍ବାଚନ ଜିତିଥିବା ବିଧାୟକମାନେ ମଙ୍ଗଳବାର ଓ ବୁଧବାର ବିଧାନସଭାରେ ଶପଥ ନେବେ। ଅସ୍ଥାୟୀ ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ବାଇଁ ସେମାନଙ୍କୁ ଶପଥ ପାଠ କରାଇବେ। ଦୁଇଦିନ ଧରି ଚାଲିବାକୁ ଥିବା ଏହି ଶପଥ ଗ୍ରହଣ ଉତ୍ସବରେ ମୋଟ୍ ୧୪୬ଜଣ ବିଧାୟକ ଶପଥ ନେବେ। ମଙ୍ଗଳବାର ଓ ବୁଧବାର ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମ ଜାରି ରହିବ ବୋଲି ବିଧାନସଭା ସଚିବାଳୟ ପକ୍ଷରୁ ସୂଚନା ମିଳିଛି। ସେହିପରି ଆସନ୍ତା ୨୦ତାରିଖରେ ବିଧାନସଭାର ବାଚସ୍ପତି ନିର୍ବାଚନ ହେବ। ପୂର୍ବତନ ମନ୍ତ୍ରୀ ତଥା ରଣପୁର ବିଧାୟିକା ସୁରମା ପାଢ଼ୀ ବାଚସ୍ପତି ହେବା ନେଇ ଚର୍ଚ୍ଚା ହେଉଥିବାବେଳେ ବିଜେପି ପକ୍ଷରୁ କିଛି ସ୍ପଷ୍ଟ କରାଯାଇନି।
ନବନିର୍ବାଚିତ ବିଧାୟକମାନେ ଆଜି ଶପଥ ନେବେ: ୨୦ରେ ବାଚସ୍ପତି ନିର୍ବାଚନ
/sambad/media/post_attachments/wp-content/uploads/2024/01/1647368094_1644603585_odisha-legislative-assembly-750x430-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)