ଶପଥ ନେଲେ ନବନିର୍ବାଚିତ ଓମ୍‌ସା କର୍ମକର୍ତ୍ତା

ଭୁବନେଶ୍ବର : ଓଡ଼ିଶା ମେଡିକାଲ ସେବା ସଂଘ(ଓମ୍‌ସା) କେନ୍ଦ୍ରୀୟ କାର୍ଯ୍ୟକାରିଣୀ ପରିଷଦ(୨୦୨୨-୨୪) ର ଶପଥ ଗ୍ରହଣ ଉତ୍ସବ ଆଜି ଓମ୍‌ସା ଭବନରେ ଅନୁଷ୍ଠିତ ହୋଇଛି। ନବନିର୍ବାଚିତ ରାଜ୍ୟ ସଭାପତି ଡାକ୍ତର ନାରାୟଣ ରାଉତ, ସାଧାରଣ ସମ୍ପାଦକ ଡାକ୍ତର ବିଶ୍ୱଜିତ ସାମଲ, କୋଷାଧ୍ୟକ୍ଷ ଡାକ୍ତର କ୍ଷୀରୋଦ ଚନ୍ଦ୍ର ପାଲ, ଡାକ୍ତର ଆଶିଷ ଦୀକ୍ଷିତ, ଡାକ୍ତର ସମୀର କୁମାର ପାତ୍ର, ଡାକ୍ତର ମହମ୍ମଦ ଅବଦୁଲ ମାଜିଦ, ଯୁଗ୍ମ ସମ୍ପାଦକ ଡାକ୍ତର ମାନସ ରଞ୍ଜନ ପାଣି, ଡାକ୍ତର କ୍ଷେତ୍ରମୋହନ କାଣ୍ଡ, ଡାକ୍ତର ସଂଜୀବ କୁମାର ପ୍ରଧାନ, ଡାକ୍ତର ସରୋଜ ରଞ୍ଜନ ନାୟକ ଓ ଓମ୍‌ସା ଭଏସର ସମ୍ପାଦକ ଡାକ୍ତର ପ୍ରଶାନ୍ତ କୁମାର ମହାପାତ୍ର ପ୍ରମୁଖ ଶପଥ ନେଇଥିଲେ। ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ କୁମାର ମହାପାତ୍ର ଶପଥ ପାଠ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର, ନିର୍ଦ୍ଦେଶକ ଡାକ୍ତର ରାମଚନ୍ଦ୍ର ରାଉତ, ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁ ଓ ଡାକ୍ତର ଉର୍ମିଳା ମିଶ୍ରଙ୍କ ସମେତ ବହୁ ବରିଷ୍ଠ ଡାକ୍ତର ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର