ଯାଜପୁର: ଯାଜପୁରରୋଡ ଥାନା ଦଳା ଶିବ ମନ୍ଦିର ନିକଟରେ ଅଘଟଣ। ଫ୍ୟାନରେ ରଶି ଲଗାଇ ନବ ଦମ୍ପତିଙ୍କ ଆତ୍ମହତ୍ୟା।ମୃତର କାରଣ ଅସ୍ପଷ୍ଟ। ସୂଚନା ମୁତାବକ ଯାଜପୁରରୋଡ ଥାନା ଦଳା ଶିବ ମନ୍ଦିର ନିକଟରେ ଥିବା ଜୈନିକ ବ୍ୟକ୍ତିଙ୍କ ଭଡା ଘରେ କଳିଙ୍ଗନଗର ଅଂଚଳର ଏକ ଘରୋଇ କାରଖାନାରେ କାର୍ଯ୍ୟରତ କର୍ମଚାରୀ ରହୁଥିଲେ। ତେବେ କର୍ମଚାରୀଙ୍କ ଜଣକ ଗତ ତିନି ଚାରି ମାସ ହେବ ବିବାହ କରିଥିଲେ। ଆଜି ସଖାଳୁ ଉଭୟ ନବଦମ୍ପତି କୌଣସି ଘଟଣାକୁ ନେଇ ଭଡା ଘରେ ରହୁଥିବା ଫ୍ୟାନରେ ରଶି ଲଗେଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ତେବେ ନବଦମ୍ପତି କାହିଁକି ମୃତ୍ୟୁ ବରଣ କରିଛନ୍ତି ଜଣା ପଡ଼ିନାହିଁ। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱର ଜିଲ୍ଲା ଶଙ୍କରଦୟାଲ ନାୟକ ବୋଲି ସୂଚନା ମିଳିଛି। ସେପଟେ ଘଟଣାସ୍ଥଳରେ ଯାଜପୁର ରୋଡ ପୁଲିସ ପହଂଚି ଘଟଣାର ତଦନ୍ତ ଆରମ୍ଭ କରିଛି।
ଭଡ଼ାଘରେ ପଙ୍ଖାରେ ଝୁଲିପଡ଼ିଲେ ନବଦମ୍ପତି
/sambad/media/post_attachments/wp-content/uploads/2022/06/dead-f.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)