କଂଟାବାଞ୍ଜି: ଗୁହୁରିଆପଦର ଗାଁରେ ଘର ଭିତରୁ ନବ ବିବାହିତା ମହିଲାଙ୍କ ମୃତଦେହ ଉଦ୍ଧାର

କଂଟାବାଞ୍ଜି: ବଙ୍ଗୋମୁଣ୍ଡା ଥାନା ଗୁହୁରିଆପଦର ଗାଁରେ ଜଣେ ନବ ବିବାହିତା ଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ମହିଲା ଜଣକ ହେଲେ ସମ୍ବଲପୁର ଜଏରପଡା ର ମଧୁ ବାଗ । ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିବା ସହ ମୃତ ମହିଲା ଙ୍କ ସ୍ୱାମୀ କୁ ଥାନା ରେ ଅଟକ ରଖୀ ଅଧିକ ତଦନ୍ତ ଆରମ୍ଭ କରି ଦେଇଛି । ସୁଚନା ଅନୁସାରେ ଗୁହିରିଆପଦର ଗାଁ ର ବିରଂଚି ଭତ୍ରା ରାୟପୁର ସହର ରେ ରହିଥିଲା । ସେହି ସମୟ ରେ ସମ୍ବଲପୁର ଜଏରପଡା ର ମଧୁ ବାଗ ମଧ୍ୟ ରାୟପୁର ରେ ରହିଥିଲା । ଉଭୟ ୪ ମାସ ପୁର୍ବ ରୁ ପ୍ରେମ ବିବାହ କରି ଗୁହୁରିଆପଦର ଗାଁ କୁ ଆସିଥିଲେ । ତେବେ ମହିଲା ଜଣକ ଆତ୍ମହତ୍ୟା କଲା ନାଁ ତାକୁ ହତ୍ୟା କରାଯାଇଛି ସେ ନେଇ ପୋଲିସ ଅଧିକ ତଦନ୍ତ ଆରମ୍ଭ କରୁଛି । ରାତି ସମୟ ହୋଇଥିବାରୁ ଶବ ଜବର କରିବା କାମ ଆରମ୍ଭ କରାଯାଇନାହିଁ । ସକାଲ ଉଭୟ ପରିବାର ର ଲୋକ ଙ୍କୁ ଖବର ଦେଇ ଅଧିକ ତଦନ୍ତ କରାଯିବ ବୋଲି ପୋଲିସ ସୁଚନା ଦେଇଛି ।

ସମ୍ବନ୍ଧିତ ଖବର