ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ସଦର ଥାନା ସିନ୍ଦୂରବାହାଲ ଗାଁରେ ସୁଷମା ମନହୀରା ନାମ୍ନୀ ଜଣେ ନବବିବାହିତାଙ୍କ ମୃତ୍ୟୁ ଘଟିଛି। ତେବେ, ଯୌତୁକ ପାଇଁ ତାଙ୍କୁ ହତ୍ୟା କରାଯାଇଛି ବୋଲି ବାପଘର ଲୋକେ ଥାନାରେ ଅଭିଯାଗ କରିଛନ୍ତି। ପୁଇଁତଲା ଥାନା ଅନ୍ତର୍ଗତ ପୁଡ଼ାପାଲି ଗାଁର ଦୟାସାଗର ଦୀପଙ୍କ ଝିଅ ସୁଷମା ସିନ୍ଦୂରବାହାଲ ଗାଁର ନରେନ୍ଦ୍ର ମନହୀରାଙ୍କୁ ଭଲ ପାଉଥିଲେ। ଉଭୟେ ବାହା ହେବା ପାଇଁ ନିଷ୍ପତ୍ତି ନେବାରୁ ସୁଷମାଙ୍କ ବାପଘର ଲୋକେ ରାଜି ହୋଇ ନଥିଲେ।
ଶେଷରେ ସୁଷମା ନରେନ୍ଦ୍ର ସହିତ ପଳାଇଥିଲେ। କିଛି ଦିନ ପରେ ନରେନ୍ଦ୍ର ଯୌତୁକ ଦାବି କରି ସୁଷମାଙ୍କୁ ନିର୍ଯାତନା ଦେବା ଆରମ୍ଭ କରିଥିଲେ। ସୁଷମା ବୁଧବାର ବେକରେ ଦଉଡ଼ି ଦେଇ ଅତ୍ମହତ୍ୟା କରିଥିଲେ। ଏନେଇ ନରେନ୍ଦ୍ର ତାଙ୍କ ଶ୍ୱଶୁର ଦୟାସାଗରଙ୍କୁ ଖବର ଦେଇଥିଲେ। ଝିଅକୁ ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦିଆଯାଇଥିବା ଅଭିଯୋଗ ହୋଇଛି। ପୁଲିସ ଏକ ମାମଲା ରୁଜୁ କରି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ମୃତ ସୁଷମାଙ୍କ ସ୍ୱାମୀ ନରେନ୍ଦ୍ର ଏବଂ ଶାଶୂଙ୍କୁ ଅଟକ ରଖି ଅଧିକ ପଚରାଉଚରା କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/dead-bbc-1.jpg)