ବ୍ରାଣ୍ଡ୍‌ସ ଅଫ୍‌ ଓଡ଼ିଶା ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ:  ଜେଏମ୍‌ଏସ୍‌ ମେଡିକନ୍‌ ଓ କସମ୍

ସମ୍ବାଦ କର୍ପୋରେଟ୍‌ ଏକ୍ସଲେନ୍ସ ଆୱାର୍ଡସ୍‌-୨୦୨୨

ଭୁବନେଶ୍ବର : ରାଜ୍ୟର ଏକ ନମ୍ବର ଗଣମାଧ୍ୟମ ସଂସ୍ଥାସମ୍ବାଦପକ୍ଷରୁ ଆୟୋଜିତବ୍ରାଣ୍ଡ୍ ଅଫ୍ଓଡ଼ିଶା ପ୍ରାଇଡ୍ଅଫ୍ଇଣ୍ଡିଆ: ସମ୍ବାଦ କର୍ପୋରେଟ୍ଏକ୍ସଲେନ୍ସ ଆୱାର୍ଡସ୍‌-୨୦୨୨ ପଞ୍ଚମ ସଂସ୍କରଣର ପୁରସ୍କାର ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏକ ବିଜ୍ଞ ବିଚାରକ ମଣ୍ଡଳୀଦ୍ବାରା ଚୟନିତ  ବିଭିନ୍ନ ବର୍ଗର ଆଗଧାଡ଼ିର ଉଦ୍ୟୋଗକୁ ଏହି କାର୍ଯ୍ୟକ୍ରମରେ ପୁରସ୍କୃତ କରାଯାଇଛି। ଏହି କ୍ରମରେ କ୍ଷୁଦ୍ରଶିଳ୍ପ ବିଭାଗରେ ଜୁରି ପୁରସ୍କାର ପାଇଛି  ଜେଏମ୍‌ଏସ୍‌ ମେଡିକନ୍‌ ଓ କସମ।

 ଜେଏମ୍‌ଏସ୍‌ ମେଡିକନ୍‌ 

ଜେଏମ୍‌ଏସ୍‌ ମେଡିକନ୍ ପ୍ରାଇଭେଟ ଲିମିଟେଡ ଫାର୍ମା ଓ ଔଷଧ ସାମଗ୍ରୀ ନିର୍ମାଣ କ୍ଷେତ୍ରରେ ଏକ ପରିଚିତ ‌ନାମ। କଟକରେ ଅବସ୍ଥାପିତ ଏହି କମ୍ପାନି ଆଇଏସଓ ୯୦୦୧-୨୦୦୦ ପ୍ରମାଣପତ୍ର ହାସଲ କରିଛି। ରାଜସ୍ଥାନର ଜୟପୁରରେ କମ୍ପାନିର କାରଖାନ ରହିଛି। ଉଦିତ କୁମାର ଦାସ ଓ ରଞ୍ଜିତ କୁମାର ପଣ୍ଡାଙ୍କ ନେତୃତ୍ବରେ କମ୍ପାନି ପରିଚାଳିତ ହେଉଛି। ଅଏଣ୍ଟମେଣ୍ଟ, ସିରପ, ବେଟାଲାକ୍ଟମ ବଟିକା, କ୍ୟାପସୁଲ, ନନ୍‌-ବେଟାଲାକ୍ଟମ ବଟିକା, କ୍ୟାପସୁଲ ଆଦି କମ୍ପାନି ପ୍ରସ୍ତୁତ କରୁଛି। ଏଥିସହିତ ସଫ୍ଟ ଜିଲାଟିନ ଉତ୍ପାଦ, ମେଡିକେଟେଡ ସାମ୍ପୁ, ନ୍ୟୁଟ୍ରିସନାଲ ସପ୍ଲିମେଣ୍ଟ୍ ଏବଂ ଇଞ୍ଜେକ୍ଟେବଲ୍ସ ଆଦି ନିର୍ମାଣ କରୁଛି। କମ୍ପାନି ବ୍ୟବସାୟ ଆରମ୍ଭରୁ ଆଗକୁ ବଢ଼ିବା ସହିତ ସଫଳତାର ପାହାଚ ଚଢ଼ିବାରେ ଲାଗିଛି। ଗ୍ରାହକଙ୍କ ନିକଟରେ ଉତ୍ତମ ଗୁଣମାନର ଉତ୍ପାଦ ପହଞ୍ଚାଇବା ଉପରେ କମ୍ପାନି ଗୁରୁତ୍ବ ଦେଉଛି। ଏଥିପାଇଁ ଅତ୍ୟାଧୁନିକ ଉପାୟ ଆପଣାଇବା ସହିତ କ୍ବାଲିଟି ଯାଞ୍ଚ କରିଆସୁଛି। ଗ୍ରାହକକୈନ୍ଦ୍ରିକ ଆଭିମୁଖ୍ୟ କମ୍ପାନି ଆପଣାଇବା ସହିତ ଗ୍ରାହକ ସନ୍ତୁଷ୍ଟିକୁ ପ୍ରାଥମିକତା ଦେଇଆସୁଛି। ବର୍ତ୍ତମାନ ସୁଦ୍ଧା କମ୍ପାନି ଦେଶରେ ବହୁ ଗ୍ରାହକ ସୃଷ୍ଟି କରିପାରିଛି। ଗ୍ରାହକଙ୍କ ନିକଟରେ ପ୍ରିମିୟମ କ୍ବାଲିଟିର ଉତ୍ପାଦ ଯେପରି ପହଞ୍ଚି ପାରିବ ସେଥିପାଇଁ କମ୍ପାନି ଅତ୍ୟାଧୁନିକ ଟେଷ୍ଟିଂ ସୁବିଧା ଓ ଅନ୍ୟାନ୍ୟ ଭିତ୍ତିଭୂମି ପ୍ରସ୍ତୁତ କରି ରଖିଛି।

ଉଦିତ କୁମାର ଦାସ
ସିଏମ୍‌ଡି

କନ୍ଧମାଳ ଆପେକ୍ସ ସ୍ପାଇସେସ୍‌ ଆସୋସିଏସନ୍ ଫର ମାର୍କେଟିଂ (କସମ୍)

କନ୍ଧମାଳ ଜିଲ୍ଲାର ୬୧ଟି ମସଲା ବିକାଶ ସୋସାଇଟିକୁ ନେଇ ଗଠନ କରାଯାଇଥିବା ଶୀର୍ଷ ସଂସ୍ଥା ହେଉଛି କନ୍ଧମାଳ ଆପେକ୍ସ ସ୍ପାଇସେସ୍‌ ଆସୋସିଏସନ୍ ଫର ମାର୍କେଟିଂ (କସମ)। ଏହା ଅଧୀନରେ ଜିଲ୍ଲାର ଫିରିଙ୍ଗିଆ, କେ ନୂଆଗାଁ, ଦାରିଙ୍ଗିବାଡ଼ି, ରାଇକିଆ ଓ ଜି ଉଦୟଗିରି ଭଳି ୫ଟି ବ୍ଲକ୍‌ର ୧୨,୦୦୦ରୁ ଅଧିକ ଅର୍ଗାନିକ ଚାଷୀ ସଦସ୍ୟ ରହିଛନ୍ତି। ଏହି ଚାଷୀମାନେ ହଳଦୀ, ଅଦା, ସୋ‌ରିଷ, ମକା, ଗୋଲମରିଚ ଆଦି ଚାଷ କରୁଛନ୍ତି। ସେମାନେ କୌଣସି ସାର ଓ କୀଟନାଶକ ବ୍ୟବହାର କରୁନାହାନ୍ତି। କନ୍ଧମାଳ ଜିଲ୍ଲାପାଳଙ୍କ ସଭାପତିତ୍ବରେ ୧୯୯୮ରେ କସମ ଗଠନ କରାଯାଇଥିଲା। ୨୦୦୦ ପରଠାରୁ ଏହା ଚାଷୀମାନେ ଉତ୍ପାଦନ କରୁଥିବା ଅର୍ଗାନିକ ଉତ୍ପାଦଗୁଡ଼ିକର ରପ୍ତାନି ମାର୍କେଟିଂ କାର୍ଯ୍ୟ କରୁଛି। ନେଦରଲ୍ୟାଣ୍ଡ୍‌ର ସ୍କଲ ଇଣ୍ଟରନ୍ୟାସନାଲ୍ ଯାହା ଏବେ କଣ୍ଟ୍ରୋଲ ୟୁନିଅନ୍ ଭାବେ ପରିଚିତ ତାହା କସମ ଅଧୀନରେ ଥିବା ଅଞ୍ଚଳକୁ ଅର୍ଗାନିକ ମାନ୍ୟତା ପ୍ରଦାନ କରିଛି। ଆରମ୍ଭ ହେବା ବର୍ଷ ପରଠାରୁ କସମ ଏହାର ଉତ୍ପାଦିତ ସାମଗ୍ରୀଗୁଡ଼ିକୁ ବିଭିନ୍ନ ରପ୍ତାନିକାରୀମାନଙ୍କ ଜରିଆରେ ବହୁ ଦେଶକୁ ରପ୍ତାନି କରୁଛି। କସମର ଲକ୍ଷ୍ୟ ହେଉଛି ବ୍ୟବସାୟୀମାନଙ୍କ ଜରିଆରେ ଗରିବ ଚାଷୀମାନେ ହେଉଥିବା ଉତ୍ପୀଡ଼ନକୁ ହ୍ରାସ କରି ସେମାନଙ୍କ ଅର୍ଥନୈତିକ ସ୍ଥିତିରେ ଉନ୍ନତି ଆଣିବା ଓ ସେମାନଙ୍କ ଉତ୍ପାଦିତ ସାମଗ୍ରୀ ପାଇଁ ସେମାନଙ୍କ ଘରେ ଉପଯୁକ୍ତ ମୂଲ୍ୟ ପହଞ୍ଚାଇବା। ଖୁବ୍‌ଶୀଘ୍ର କମସ କନ୍ଧମାଳ ଜିଲ୍ଲାର ସମସ୍ତ ୧୨ଟି ବ୍ଲକ୍‌ରେ ପହଞ୍ଚିବ। ଏହାର ପ୍ରୋସେସିଂ କ୍ଷମତା ବାର୍ଷିକ ୫୦୦୦ ଏମ୍‌ଟିକୁ ବୃଦ୍ଧି ପାଇଛି।

ସଞ୍ଜିତ କୁମାର ପଟ୍ଟନାୟକ
ସିଇଓ

ସମ୍ବନ୍ଧିତ ଖବର