🔴 LIVE | News Updates 12th November 2025: ପରଂପରା: ଆଜି ପ୍ରଥମାଷ୍ଟମୀ, ବଲିଉଡ ଅଭିନେତା ଗୋବିନ୍ଦା ଡାକ୍ତରଖାନାରେ ଭର୍ତ୍ତି

ଆମେ ଆମର ପାଠକଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ ଖବର ସହିତ ଅପଡେଟ୍ କରିବାକୁ ଉଦ୍ୟମ କରୁଛୁ। ଆପଣଙ୍କ ପାଇଁ ସଦ୍ୟତମ ଏବଂ ବ୍ରେକିଂ ନ୍ୟୁଜ୍ ଆଣିବାକୁ ଆମେ ପ୍ରତିବଦ୍ଧ। ପ୍ରାରମ୍ଭିକ ସୂଚନା ମାଧ୍ୟମରେ ଏହି ଖବରକୁ ନିରନ୍ତର କ୍ରମାଗତ ଭାବେ ଅପ୍‌ଡେଟ୍‌ କରୁଛୁ।

ଅଦ୍ୟତନ ହୋଇଛି
1BREAKING NEWS Wednesday

BREAKING NEWS today. Photograph: (sambad.in)

ଆଜି ୨୦୨୫ ନଭେମ୍ବର ୧୨ ତାରିଖ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୋତସୱାନା ଗସ୍ତରେ ଅଛନ୍ତି। ସେଠାରେ ସେ ବୋତସୱାନା ରାଷ୍ଟ୍ରପତିଙ୍କ ସହ ସାକ୍ଷାତ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଆଜି ଭୁଟାନ ଗସ୍ତରୁ ଫେରି ସୁରକ୍ଷା ସମ୍ପର୍କିତ କ୍ୟାବିନେଟ କମିଟିର ବୈଠକ କରିବେ। ବୈଦେଶିକ ମନ୍ତ୍ରୀ ଜୟଶଙ୍କର G7 ବୈଠକରେ ଯୋଗଦେବା ପାଇଁ ଓଟାୱା ଯାତ୍ରା କରିଛନ୍ତି। ସେଠାରେ ସେ ବ୍ରିଟିଶ ବୈଦେଶିକ ମନ୍ତ୍ରୀ କୁପରଙ୍କ ସହ ସାକ୍ଷାତ କରିଛନ୍ତି। ଶିବସେନା ସମ୍ପର୍କରେ ଆଜି ସୁପ୍ରିମକୋର୍ଟରେ ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣି ହେବ। ଶିବସେନାର ଧନୁ ଏବଂ ତୀର ପ୍ରତୀକ ଉପରେ କୋର୍ଟ ମାମଲାର ଶୁଣାଣି କରିବେ।

ଆମେ ଆମର ପାଠକଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ ଖବର ସହିତ ଅପଡେଟ୍ କରିବାକୁ ଉଦ୍ୟମ କରୁଛୁ। ଆପଣଙ୍କ ପାଇଁ ସଦ୍ୟତମ ଏବଂ ବ୍ରେକିଂ ନ୍ୟୁଜ୍ ଆଣିବାକୁ ଆମେ ପ୍ରତିବଦ୍ଧ। ପ୍ରାରମ୍ଭିକ ସୂଚନା ମାଧ୍ୟମରେ ଏହି ଖବରକୁ ନିରନ୍ତର କ୍ରମାଗତ ଭାବେ ଅପ୍‌ଡେଟ୍‌ କରୁଛୁ। ସଦ୍ୟତମ ବ୍ରେକିଂ ନ୍ୟୁଜ୍ ଏବଂ ଅପଡେଟ୍ ପାଇଁ sambad.in ସହିତ ଯୋଡ଼ି ରୁହନ୍ତୁ।

  • Nov 12, 2025 09:26 IST

    ଧର୍ମେନ୍ଦ୍ର ହସ୍ପିଟାଲରୁ ଡିସଚାର୍ଜ, ଜୀବନ ଯୁଦ୍ଧ ଲଢ଼ି ଘରକୁ ଫେରିଲେ ହି-ମ୍ୟାନ୍

    ବଲିଉଡର ବରିଷ୍ଠ ଅଭିନେତା ଧର୍ମେନ୍ଦ୍ର  ଡିସଚାର୍ଜ  ହୋଇ ଏବେ ହସ୍ପିଟାଲରୁ ଘରକୁ ଫେରିଛନ୍ତି। ଜୀବନ ଯୁଦ୍ଧ ଲଢ଼ିବା ପରେ, ଧର୍ମେନ୍ଦ୍ର ଘରକୁ ଫେରିଛନ୍ତି।

     

    He-Man returns home fighting for his life
    He-Man returns home fighting for his life

     

  • Nov 12, 2025 09:10 IST

    ନୟାଗଡ଼ ସୋଲପଟା ଗାଁରେ ବୋମାମାଡ଼, ୩ ଗୁରୁତର

     

    1BREAKING NEWS Wednesday
    BREAKING NEWS today. Photograph: (sambad.in)

     

    ନୟାଗଡ଼: ଟାଉନ୍ ଥାନା ଅନ୍ତର୍ଗତ ଭାଟସାହି ସୋଲପଟା ଗାଁରେ ବୋମାମାଡ଼। ଏଥିରେ ୩ ଗୁରୁତର ହୋଇଥିବାର ସୂଚନା ରହିଛି। ଗୁରୁତରଙ୍କୁ ନୟାଗଡ଼ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। 

  • Nov 12, 2025 08:56 IST

    ଆଜିଠାରୁ ଓଟିିଇଟି ପାଇଁ ଆବେଦନ କରିବେ ପରୀକ୍ଷାର୍ଥୀ

    ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ ଦ୍ୱାରା ପରିଚାଳିତ ଓଡ଼ିଶା ଟିଚର ଏଲିଜିବିଲିଟି ଟେଷ୍ଟ (OTET)-୨୦୨୫ ପାଇଁ ପରୀକ୍ଷାର୍ଥୀମାନେ ଆଜିଠାରୁ ଆବେଦନ କରିପାରିବେ। ଏଥିନିମନ୍ତେ ଫର୍ମ ପୂରଣ ନଭେମ୍ବର ୨୫ ତାରିଖ ରାତି ୧୧ଟା ୫୯ମିନିଟ ପର୍ଯ୍ୟନ୍ତ ଚାଲିବ। ଏଥିସହ ଦେୟ ଦାଖଲ ପାଇଁ ନଭେମ୍ବର ୨୬ ତାରିଖ ରାତ୍ର ୧୧.୪୫ ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ ହୋଇଛି। ଫର୍ମପୂରଣ ଅବଧି ଆଉ ବର୍ଦ୍ଧିତ କରାଯିବ ନାହିଁ। ଏ ସଂକ୍ରାନ୍ତୀୟ ବିସ୍ତୃତ ବିବରଣୀ ବୋର୍ଡ ୱେବସାଇଟ୍‌ www.bse.nic.inରେ ଉପଲବ୍ଧ ହୋଇଛି। ଆସନ୍ତା ଡିସେମ୍ବର ୧୭ ତାରିଖରେ ପରୀକ୍ଷା ଅନୁଷ୍ଠିତ ହେବ। ଉକ୍ତ ଦିନ ୨ଟି ପର୍ଯ୍ୟାୟରେ ପରୀକ୍ଷା ହେବ। ସକାଳ ୯ଟାରୁ ୧୧.୩୦ ଯାଏ ପେପର-୧ ପରୀକ୍ଷା ଓ ଅପରାହ୍ନ ୨ଟାରୁ ୪.୩୦ ପର୍ଯ୍ୟନ୍ତ ପେପର-୨ ପରୀକ୍ଷା ହେବ। 

  • Nov 12, 2025 07:48 IST

    ବଲିଉଡ ଅଭିନେତା ଗୋବିନ୍ଦା ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି

    ବଲିଉଡ ଅଭିନେତା ଗୋବିନ୍ଦାଙ୍କ ସ୍ୱାସ୍ଥ୍ୟାବସ୍ଥା ମଙ୍ଗଳବାର ରାତି ୮ଟାରେ ହଠାତ୍ ବିଗିଡ଼ିଛି। ରିପୋର୍ଟ ଅନୁଯାୟୀ, ଦିଗଭ୍ରଷ୍ଟତା କାରଣରୁ ତାଙ୍କ ଅବସ୍ଥା ଆହୁରି ଖରାପ ହୋଇଗଛି। ଡାକ୍ତର ତାଙ୍କୁ ଔଷଧ ଲେଖି ରାତି ୧ଟାରେ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ତାଙ୍କର ଅନେକ ଡାକ୍ତରୀ ପରୀକ୍ଷା କରାଯାଇଥିଲା, ଯାହାର ରିପୋର୍ଟକୁ ଅପେକ୍ଷାରେ କରାଯାଇଛି। ଏହି ସୂଚନା ତାଙ୍କ ବନ୍ଧୁ ଏବଂ ଆଇନଗତ ପରାମର୍ଶଦାତା ଲଳିତ ବିନ୍ଦଲ ପ୍ରଦାନ କରିଛନ୍ତି। ପୂର୍ବତନ ସାଂସଦ ଗୋବିନ୍ଦଙ୍କୁ ଅଚେତ ହୋଇଯିବା ପରେ ହସ୍ପିଟାଲକୁ ନିଆଯାଇଥିଲା। ୬୧ ବର୍ଷୀୟ ବ୍ୟକ୍ତିଙ୍କୁ କ୍ରିଟିକାଲ୍ କେୟାର ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଏବଂ ବର୍ତ୍ତମାନ ତାଙ୍କୁ କଡ଼ା ଡାକ୍ତରୀ ତଦାରଖରେ ରଖାଯାଇଛି।

     

    Govinda
    Bollywood actor Govinda was hospitalised. Photograph: (File)

     

  • Nov 12, 2025 07:36 IST

    ଜମ୍ମୁ କଶ୍ମୀରରେ ହାଇ ଆଲର୍ଟ, ୧୫୦୦ରୁ ଅଧିକ ଲୋକ ଅଟକ

    ଗତ ସୋମବାର ଦିଲ୍ଲୀ ଲାଲକିଲ୍ଲା ନିକଟରେ ଭୟଙ୍କର ବିସ୍ଫୋରଣ ହୋଇଛି। ଏଥିରେ ୧୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି। ଆହତଙ୍କ ସଂଖ୍ୟା ୨୦ ଥିବା ବେଳେ ସରକାର ଓ ସ୍ଥାନୀୟ ପ୍ରଶାସନ କଡ଼ାସୁରକ୍ଷା ପାଇଁ ବ୍ୟବସ୍ଥା କରିଛନ୍ତି। ଏହାରି ମଧ୍ୟରେ ଜମ୍ମୁ କଶ୍ମୀରରେ ପୁଲିସର କାର୍ଯ୍ୟାନୁଷ୍ଠାନ ଦେଖାଯାଇଛି। ପୁଲିସ ୧୫୦୦ ଲୋକଙ୍କୁ ଅଟକ ରଖିଛି। 

  • Nov 12, 2025 07:09 IST

    ବାଲିଯାତ୍ରାରେ ବିଦେଶୀ ଦର୍ଶକ

    ବରିମୁଣ୍ଡ ନିକଟ କୁଆଖାଇ ନଦୀ ପଠାରେ ଆୟୋଜିତ ଭୁବନେଶ୍ୱର ବାଲିଯାତ୍ରା-୨୦୨୫ରେ ବିଦେଶୀ ପର୍ଯ୍ୟଟକମାନେ ମନୋରଂଜନ କାର୍ଯ୍ୟକ୍ରମର ମଜା ନେଇଛନ୍ତି। ଜର୍ମାନୀ, ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ସଂଯୁକ୍ତ ଆରବ ଇମିରାତିରୁ ଓଡ଼ିଶାଗସ୍ତରେ ଆସିଥିବା ପର୍ଯ୍ୟଟକମାାନେ ବାଲିଯାତ୍ରାରେ ଦର୍ଶକ ହୋଇଛନ୍ତି। ସେମାନେ ଦ୍ୱିତୀୟ ମଞ୍ଚରେ ନାଚି ମଜା ନେବା ସହ ପ୍ରଥମ ମଞ୍ଚରେ ବସି ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ।

    foreign national
    Foreign national at Bhubaneswar Balijatra on Tuesday. Photograph: (sambad.in)

     

  • Nov 12, 2025 06:57 IST

    ପରଂପରା: ଆଜି ପ୍ରଥମାଷ୍ଟମୀ

    ଓଡ଼ିଶାର ଅନ୍ୟତମ ଲୋକପ୍ରିୟ ପର୍ବ ମାର୍ଗଶିର ମାସ କୃଷ୍ଣପକ୍ଷର ଅଷ୍ଟମୀରେ ପ୍ରଥମାଷ୍ଟମୀ ପାଳନ କରାଯାଏ। ଏହାକୁ ପଢୁଆଁ ଅଷ୍ଟମୀ ବୋଲି ମଧ୍ୟ କୁହାଯାଏ। ଏହା ସୌଭାଗିନୀ ଅଷ୍ଟମୀ, କାଳ ଭୈରବାଷ୍ଟମୀ ବା ପାପ-ନାଶିନୀ ଅଷ୍ଟମୀ ଭାବେ ମଧ୍ୟ ପରିଚିତ। ଘରର ପ୍ରଥମ ସନ୍ତାନକୁ ପୂଜା କରାଯିବାର ବିଧାନ ରହିଛି। ଏହି ଦିନ ଜ୍ୟେଷ୍ଠ ସନ୍ତାନ ପିନ୍ଧୁଥିବା ନୂତନ ବସ୍ତ୍ର ମାମୁ ଘରୁ ଆସିଥାଏ। ଏହିଦିନ ମାମୁଁମାନେ ନୂଆଲୁଗା, ମିଷ୍ଟାନ୍ନ ଓ ଅନ୍ୟାନ୍ୟ ସାମଗ୍ରୀ ସହ ଭଣଜା ଭାଣିଜୀ ଘରକୁ ଯାଇ ପଢୁଆଁ କରନ୍ତି । ସେଥିପାଇଁ ମାମୁଁଙ୍କୁ ଶ୍ରଦ୍ଧାରେ ଅଷ୍ଟମୀ ବନ୍ଧୁ ବୋଲି କୁହାଯାଏ।  ପ୍ରଥମ ସନ୍ତାନଟି ପୁଅ ହେଉ କିମ୍ବା ଝିଅ, ତାଙ୍କୁ ବନ୍ଦାପନା କରାଯାଇ ପୂଜା କରାଯାଇଥାଏ। ପ୍ରଥମାଷ୍ଟମୀର ମୁଖ୍ୟ ଭୋଗ ହେଉଛି ହଳଦୀ ପତ୍ରର ଏଣ୍ଡୁରି ପିଠା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe