🔴 LIVE | News Updates 14th November 2025: ଭାରତର ତୃତୀୟ ସଫଳତା, ଦକ୍ଷିଣ ଆଫ୍ରିକାର ସ୍କୋର ୭୧-୩

ଆମେ ଆମର ପାଠକଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ ଖବର ସହିତ ଅପଡେଟ୍ କରିବାକୁ ଉଦ୍ୟମ କରୁଛୁ। ଆପଣଙ୍କ ପାଇଁ ସଦ୍ୟତମ ଏବଂ ବ୍ରେକିଂ ନ୍ୟୁଜ୍ ଆଣିବାକୁ ଆମେ ପ୍ରତିବଦ୍ଧ। ପ୍ରାରମ୍ଭିକ ସୂଚନା ମାଧ୍ୟମରେ ଏହି ଖବରକୁ ନିରନ୍ତର କ୍ରମାଗତ ଭାବେ ଅପ୍‌ଡେଟ୍‌ କରୁଛୁ।

ଅଦ୍ୟତନ ହୋଇଛି
1BREAKING NEWS Friday

BREAKING NEWS Friday Photograph: (sambad.in)

ଆଜି ୨୦୨୫ ନଭେମ୍ବର ୧୪ ତାରିଖ। ଆଜି ଆସିବ ନୂଆପଡ଼ା ଓ ବିହାର ନିର୍ବାଚନ ଫଳ। ସକାଳ ୮ଟାରୁ ମତଗଣନା ଆରମ୍ଭ ହେବ। ଶିଶୁମାନଙ୍କର ଅନ୍ୟତମ ପ୍ରିୟ ଦିବସ ‘ଶିଶୁଦିବସ’ ଆଜି ଦେଶସାରା ପାଳନ ହେଉଛି। ବିଦ୍ୟାଳୟଗୁଡ଼ିକରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ ହେଉଛି। 

ଆମେ ଆମର ପାଠକଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ ଖବର ସହିତ ଅପଡେଟ୍ କରିବାକୁ ଉଦ୍ୟମ କରୁଛୁ। ଆପଣଙ୍କ ପାଇଁ ସଦ୍ୟତମ ଏବଂ ବ୍ରେକିଂ ନ୍ୟୁଜ୍ ଆଣିବାକୁ ଆମେ ପ୍ରତିବଦ୍ଧ। ପ୍ରାରମ୍ଭିକ ସୂଚନା ମାଧ୍ୟମରେ ଏହି ଖବରକୁ ନିରନ୍ତର କ୍ରମାଗତ ଭାବେ ଅପ୍‌ଡେଟ୍‌ କରୁଛୁ। ସଦ୍ୟତମ ବ୍ରେକିଂ ନ୍ୟୁଜ୍ ଏବଂ ଅପଡେଟ୍ ପାଇଁ sambad.in ସହିତ ଯୋଡ଼ି ରୁହନ୍ତୁ।

  • Nov 14, 2025 11:28 IST

    ମର୍ମନ୍ତୁଦ ଦୁର୍ଘଟଣାରେ ୫ଜଣଙ୍କ ମୃତ୍ୟୁ

    ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ରତଲାମରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଶୁକ୍ରବାର ଦିନ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଏକ ଦ୍ରୁତଗାମୀ କାର ନିୟନ୍ତ୍ରଣ ହରାଇ ଏକ ରାସ୍ତାରୁ ତଳକୁ ଖସି ପଡ଼ିଛି। ଦୁର୍ଘଟଣାରେ କାରରେ ଯାତ୍ରା କରୁଥିବା ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ୧୫ ବର୍ଷୀୟ ଶିଶୁ ମଧ୍ୟ ରହିଛି। ଘଟଣାଟି ସକାଳ ପ୍ରାୟ ୮ଟା ସମୟରେ ଘଟିଥିବା କୁହାଯାଉଛି। ଘଟଣାଟି ରତଲାମରୁ ୧୦ କିଲୋମିଟର ଦୂରରେ ମାହି ନଦୀର ସେତୁ ପୂର୍ବରୁ ଭୀମପୁରା ଗାଁରେ ଘଟିଛି। MH 03 EL 1388 ନମ୍ବର ବିଶିଷ୍ଟ କାରଟି ଦିଲ୍ଲୀରୁ ମୁମ୍ବାଇ ଯାଉଥିଲା। ଏକ୍ସପ୍ରେସୱେରେ ହଠାତ୍ ଗାଡ଼ିଟି ନିୟନ୍ତ୍ରଣ ହରାଇ ଏକ ଖାତକୁ ଖସି ପଡ଼ିଲା।

    8b85c475-8af0-4bcc-a275-a83aacd8fef8
    Five persons killed in accident. Photograph: (File)

     

  • Nov 14, 2025 11:04 IST

    ଭାରତର ତୃତୀୟ ସଫଳତା, ସ୍କୋର ୭୧-୩

    ଭଲ ଆରମ୍ଭ ପରେ ଦକ୍ଷିଣ ଆଫ୍ରିକାର ୱିକେଟ୍ ଗୋଟିଏ ପରେ ଗୋଟିଏ ପତନ ହେଉଛି। ୭୧ ରନ୍‌ରେ ଦକ୍ଷିଣ ଆଫ୍ରିକାର ତୃତୀୟ ୱିକେଟ୍ ଅଧିନାୟକ ତେମ୍ବା ବାଭୁମାଙ୍କ ରୂପରେ ପଡ଼ିଥିଲା। ବାଭୁମା ୩ ରନ୍ କରି ଆଉଟ୍ ହୋଇଥିଲେ। ଜୁରେଲ୍ ବ୍ୟାକୱାର୍ଡ ସର୍ଟ ଲେଗ୍‌ରେ ଏକ ଚମତ୍କାର କ୍ୟାଚ୍ ନେଇଥିଲେ। ଟୋନି ଡି ଜିଓର୍ଗି ଏବେ ବ୍ୟାଟିଂ କରିବାକୁ ଆସିଛନ୍ତି।

  • Nov 14, 2025 09:06 IST

    ପ୍ରଥମ ଟେଷ୍ଟ: ଟସ୍‌ ଜିଣି ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ନିଷ୍ପତ୍ତି, ଭାରତ କରିବ ବୋଲିଂ

    ଆଜିଠାରୁ କୋଲକାତାର ଇର୍ଡେନ ଗାର୍ଡେନରେ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳା ଆରମ୍ଭ ହୋଇଛି। ଏହି ମୁକାବିଲାରେ ଦକ୍ଷିଣ ଆଫ୍ରିକା ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି। ଫଳରେ ଭାରତ ବୋଲିଂ କରୁଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe