- Feb 20, 2026 22:50 IST
ଜେଲ୍ ଫେରନ୍ତା ସତୀଶକୁ ଉଠାଇ ନେଲା ପୁଲିସ
/filters:format(webp)/sambad/media/media_files/2026/02/18/1breaking-news-thursday-2026-02-18-17-19-01.jpg)
- ସ୍ପାଇଡର ସତୀଶକୁ ଉଠାଇ ନେଲା ମହାରାଷ୍ଟ୍ର ପୁଲିସ
- ଆଜି ଝାଡ଼ପଡ଼ା ଜେଲ୍ରୁ ମୁକୁଳି ଥିଲା ସତୀଶ
- ସୁନା ଗହଣା ଚୋରି ନେଇ ଜେଲ୍ ଯାଇଥିଲା ସତୀଶ
- Feb 20, 2026 22:45 IST
ଖେଲୋ ଇଣ୍ଡିଆ ଜନଜାତି କ୍ରୀଡ଼ା: ପଶ୍ଚିମବଙ୍ଗଠୁ ହାରିଲା ଓଡ଼ିଶା
କଟକ: ଝାଡ଼ଖଣ୍ଡ ରାଞ୍ଚିସ୍ଥିତ ମୋରାବାଡ଼ି ଫୁଟ୍ବଲ୍ ଷ୍ଟାଡିୟମ୍ରେ ଚାଲିଥିବା ଖେଲୋ ଇଣ୍ଡିଆ ଜାନଜାତି କ୍ରୀଡ଼ାର ଫୁଟ୍ବଲ୍ ପ୍ରତିଯୋଗିତାରେ ଓଡ଼ିଶା ପୁରୁଷ ଦଳ ପରାଜୟ ବରଣ କରିଛି। ଶୁକ୍ରବାର ମ୍ୟାଚ୍ରେ ଓଡ଼ିଶା ଦଳ ୦-୨ ଗୋଲ୍ରେ ପଶ୍ଚିମବଙ୍ଗଠାରୁ ହାରିଯାଇଛି। ଓଡ଼ିଶା ମହିଳା ଦଳ ଗୁରୁବାର ପଶ୍ଚିମବଙ୍ଗ ସହ ୧-୧ ଗୋଲ୍ରେ ମ୍ୟାଚ୍ ଅମୀମାଂସିତ ରଖି ପଏଣ୍ଟ୍ ବାଣ୍ଟିଥିଲା।
- Feb 20, 2026 22:45 IST
ସର୍ବଭାରତୀୟ ବେସାମରିକ ଖୋଖୋ ଲାଗି ଓଡ଼ିଶା ଦଳ ଚୟନ ୨୨ରେ
ଭୁବନେଶ୍ବର: ପୁଣେରେ ମାର୍ଚ୍ଚ ୧୯ରୁ ୨୨ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ ସର୍ବଭାରତୀୟ ବେସାମରିକ ଖୋଖୋ ପ୍ରତିଯୋଗିତା। ଏହି ପ୍ରତିଯୋଗିତା ଲାଗି ଓଡ଼ିଶାର ଉଭୟ ପୁରୁଷ ଓ ମହିଳା ଦଳ ଚୟନ ଫେବ୍ରୁଆରି ୨୨ ତାରିଖ (ରବିବାର) ପୋଖରୀପୁଟସ୍ଥିତ ବିହାରୀଲାଲ ଷ୍ଟାଡିୟମ୍ଠାରେ ଅନୁଷ୍ଠିତ ହେବ। ଏଥିରେ କେବଳ ନିୟମିତ ସରକାରୀ ଚାକିରିରେ ଥିବା କର୍ମଚାରୀ ଭାଗନେବେ। ଅଂଶଗ୍ରହଣ କରିବାକୁ ଇଚ୍ଛୁକ ଖେଳାଳି ଅଧିକ ବିବରଣୀ ପାଇଁ ହରପ୍ରସାଦ ବିଶ୍ବାଳ (୯୪୩୭୨ ୨୮୬୮୭), ଦେବୀପ୍ରସାଦ ଦାସ (୯୪୩୮୫ ୦୬୧୬୮) କିମ୍ବା ଚିରଞ୍ଜୀବ ସ୍ବାଇଁ (୯୦୯୦୨ ୦୨୮୫୪)ଙ୍କୁ ଯୋଗାଯୋଗ କରିବାକୁ ଓଡ଼ିଶା ସଚିବାଳୟ କ୍ରୀଡ଼ା ସମ୍ପାଦକ ନୃସିଂହ ଚରଣ ପୃଷ୍ଟି ଅନୁରୋଧ କରିଛନ୍ତି।
- Feb 20, 2026 22:44 IST
ଶେଷରେ ଅଷ୍ଟ୍ରେଲିଆକୁ ବିଜୟ ସାନ୍ତ୍ବନା
ପାଲେକେଲ୍: ଏକମାତ୍ର ବଡ଼ ଦଳ ଭାବେ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ଅଷ୍ଟ୍ରେଲିଆ ଶେଷକୁ ସାନ୍ତ୍ବନାମୂଳକ ବିଜୟ ସହ ବିଦାୟ ନେଇଛି। ଶୁକ୍ରବାର ଖେଳାଯାଇଥିବା ଅନ୍ତିମ ଲିଗ୍ ମ୍ୟାଚ୍ରେ ଅଷ୍ଟ୍ରେଲିଆ ୯ ୱିକେଟ୍ରେ ଓମାନକୁ ପରାସ୍ତ କରିଛି। ଏଥି ସହ ଏହି ପୂର୍ବ ବିଜେତା ଦଳ ୪ରୁ ୨ ବିଜୟ ଓ ୨ ପରାଜୟ ସହ ଗ୍ରୁପ୍ ‘ବି’ରେ ତୃତୀୟ ସ୍ଥାନରେ ରହିଛି। ଓମାନ କିନ୍ତୁ ୪ରୁ ୪ ପରାଜୟ ସହ ନିରାଶାଜନକ ଭାବେ ଅଭିଯାନ ଶେଷ କରିଛି। ଶୁକ୍ରବାର ଆଦାମ ଜାମ୍ପା (୪/୨୧), ଗ୍ଲେନ୍ ମ୍ୟାକ୍ସୱେଲ (୨/୧୩), ଜାଭିଏର ବାର୍ଟଲେଟ୍ (୨/୨୭)ଙ୍କୁ ଖେଳି ନପାରି ଓମାନ ୧୬.୨ ଓଭରରେ ମାତ୍ର ୧୦୪ ରନ୍ କରିଥିଲା। ଜବାବରେ ଅଧିନାୟକ ମିଚେଲ୍ ମାର୍ସ (୩୩ ବଲ୍ରୁ ୬୪* ରନ୍), ଟ୍ରାଭିସ୍ ହେଡ୍ (୧୯ ବଲ୍ରୁ ୩୨ ରନ୍), ଜୋସ୍ ଇଙ୍ଗଲିସ୍ (୬ ବଲ୍ରୁ ୧୨* ରନ୍)ଙ୍କ ପାଳି ବଳରେ ଅଷ୍ଟ୍ରେଲିଆ ୯.୪ ଓଭରରେ ୧ ୱିକେଟ୍ ହରାଇ ୧୦୮ ରନ୍ ସଂଗ୍ରହ କରି ନେଇଥିଲା। ଜାମ୍ପାଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରାଯାଇଥିଲା।
- Feb 20, 2026 22:20 IST
ବକେୟା ପାରିଶ୍ରମିକକୁ କେନ୍ଦ୍ର କରି ଯୁବକଙ୍କୁ ଛୁରାମାଡ଼
/filters:format(webp)/sambad/media/media_files/2026/02/20/1breaking-news-saturday-2026-02-20-20-34-11.jpg)
ବଡ଼ସାହି: ମୟୂରଭଂଜ ଜିଲ୍ଲା ବଡ଼ସାହି ଥାନା ଅଧୀନ ସିଂହଟିଆ ଗ୍ରାମରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଯାଇଛି। ବକେୟା ପାରିଶ୍ରମିକ ମାଗିବାକୁ କେନ୍ଦ୍ର କରି ମାଲିକ ଓ ଟେକ୍ନିସିଆନ ମଧ୍ୟରେ ବଚସା ସୃଷ୍ଟି ହୋଇଥିଲା। ତେବେ ମାଲିକ ଜଣଙ୍କ ଉତକ୍ଷିପ୍ତ ହୋଇ ଟେକ୍ନିସିଆନଙ୍କୁ ଛୁରୀରେ ଆକ୍ରମଣ କରିବାରୁ ସେ ଗୁରୁତର ଆହାତ ହୋଇଛନ୍ତି। ଆହତ ଜଣଙ୍କ ହେଲେ ବଳଭଦ୍ରପୁର ଗ୍ରାମର ମିଥୁନ ନାଏକ(୩୨)। ତାଙ୍କୁ ବାରିପଦା ପିଆରଏମ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆକ୍ରମଣକାରୀ ଜଣଙ୍କ ଫେରାରଥିବା ବେଳେ ବଡସାହି ଥାନାରେ ତାଙ୍କ ନାମରେ ଅଭିଯୋଗ ହୋଇଛି। ପୁଲିସ ଘଟଣାର ତଦନ୍ତ କରୁଛି। ଆକ୍ରମଣକାରୀ ଜଣଙ୍କ ସିସିକେମେରା ଇନଷ୍ଟଲ କରନ୍ତି। ଆହତ ମିଥୁନ ତାଙ୍କ ପାଖରେ କାମ କରୁଥିବା ବେଳେ ୧୨ହଜାର ଟଙ୍କା ପାରିଶ୍ରମିକ ପାଇବାକୁ ଥିଲା । ଯାହାକୁ ନେଇ ସିଂହଟିଆ ଛକରେ ଗଣ୍ଡଗୋଳ ଘଟିଥିଲା।
- Feb 20, 2026 21:58 IST
ରସିକିଆ ଅଧ୍ୟାପକଙ୍କ ନାମରେ ମାମଲା ରୁଜୁ
ରାଇରଙ୍ଗପୁର: ଅଧ୍ୟାପକଙ୍କ ନାମରେ ଲାଗିଲା କଳଙ୍କ। ରସିକିଆ ଅଧ୍ୟାପକଙ୍କ ନାମରେ ମାମଲା ରୁଜୁ। ଅଭିଯୋଗ ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ପଡିଆବେଡାସ୍ଥିତ ଫୁଲମତି ହେମ୍ବ୍ରମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜନୈକା ଛାତ୍ରୀଙ୍କୁ ଜଣେ ଅଧ୍ୟାପକ ଶାରୀରିକ ସମ୍ପର୍କ ପାଇଁ ନିବେଦନ କରୁଥିବା ଏବଂ ସ୍ବପ୍ନ ଆଳରେ ପ୍ରେମ ନିବେଦନ କରୁଥିବା ଅଡିଓ ଭାଇରାଲ ହେବା ପରେ ଚହଳ ପଡ଼ିଛି। ଗତ ୧୭ ତାରିଖରେ ବାଳିକାଙ୍କ ପିତା ଥାନାରେ ଏତଲା ଦାଏର କରିବା ପରେ କେଶ ନଂ ୨୦ ଦଫା ୭୫(୨), R.W. ସେକ୍ସନ ୧୨ ଏବଂ ପୋକ୍ସ ଆକ୍ଟରେ ମୋକଦ୍ଦମା ରୁଜ୍ଜୁ କରାଯାଇଛି। ପୁଲିସ ନାବାଳିକାକୁ ସିଡବ୍ଲୁସି ରେ ଉପସ୍ଥାପିତ କରି ମାଜିଷ୍ଟ୍ରେଟଙ୍କ ସାମନାରେ ଜମାନବନ୍ଦୀ ରେକର୍ଡ କରିଛି ।
ତେବେ ଅଭିଯୁକ୍ତ ଅଧ୍ୟାପକ ଜଗତଜୀବନ ସାହୁଙ୍କୁ ଥାନାକୁ ଡାକି ପଚରା ଉଚୁରା କରି ଛାଡ଼ିଥିବା ସୂଚନା ମିଳିଛି। ପୁନର୍ବାର ନୋଟିସ ଜାରି ହେବ ବୋଲି ପୋଲିସ କହିଛି। ତେବେ କୌଣସି କାରଣରୁ ଘଟଣା ଥମିଯିବାରୁ ଅଡିଓ ମୋବାଇଲ୍ରୁ ମୋବାଇଲ୍ କୁ ଭାଇରାଲ ହେଉଛି। ଅଧ୍ୟାପକଙ୍କ ଜଘନ୍ୟ କାର୍ଯ୍ୟକୁ ସାଧାରଣରେ ନିନ୍ଦା କରାଯାଇଛି। ଅଧ୍ୟାପକଙ୍କ ଆପତ୍ତିଜନକ ବାର୍ତ୍ତାଳାପର ଅଡିଓ ଭାଇରାଲ ହେବା ପରେ ସମ୍ପୃକ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତରଫରୁ କୌଣସି ପଦକ୍ଷେପ ନିଆଯାଇନାହିଁ। ହାରାସମେଣ୍ଟ ସେଲ କେବଳ ନାମକୁ ମାତ୍ର ଏବଂ ବାସ୍ତବିକ କୌଣସି ପଦକ୍ଷେପ ନିଆଯାଉନାହିଁ। ବହୁ ସମୟରେ ଘଟଣା ଚାପି ଦିଆଯାଉଛି। ଏନେଇ ଥାନା ଅଧିକାରୀଣି ସାବିତ୍ରୀ ଦଳେଇ କେସ ନଂ ୨୮/୨୬ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛନ୍ତି। - Feb 20, 2026 21:05 IST
ବିହାରୀଲାଲ ଟି-୧୦ କ୍ରିକେଟ୍: ସେମିରେ ମହାବୀର କ୍ଲବ୍, କିଶୋର କ୍ଲବ୍
/filters:format(webp)/sambad/media/media_files/2026/02/20/20bbs_46_20022026_112-2026-02-20-21-05-48.jpg)
ଭୁବନେଶ୍ବର: ବିହାରୀଲାଲ ସ୍ପୋର୍ଟସ ଟ୍ରଷ୍ଟ୍ ପକ୍ଷରୁ ୨୭ତମ ଅନ୍ତଃକ୍ଲବ୍ ବିହାରୀଲାଲ୍ କ୍ରିକେଟ୍ ପ୍ରତିଯୋଗିତାର ସେମିଫାଇନାଲ୍ରେ ପୁରୀର ମହାବୀର କ୍ଲବ୍ ଓ ଭୁବନେଶ୍ବରର କିଶୋର କ୍ଲବ୍ ପ୍ରବେଶ କରିଛନ୍ତି। ଶୁକ୍ରବାର କ୍ବାର୍ଟରଫାଇନାଲ୍ରେ ମହାବୀର କ୍ଲବ୍ ୫ ରନ୍ରେ ଜାଗୃତି କ୍ଲବ୍କୁ ପରାସ୍ତ କରିଥିଲା। ମହାବୀର କ୍ଲବ୍ର ଅଲ୍ରାଉଣ୍ଡର ଚନ୍ଦନ ଜେନା (୪୮ ରନ୍, ୧ ୱିକେଟ୍) ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଅନ୍ୟଏକ କ୍ବାର୍ଟରଫାଇନାଲ୍ରେ କିଶୋର କ୍ଲବ୍ ୧୧ ରନ୍ରେ ସହିଦ ସ୍ପୋର୍ଟିଂକୁ ହରାଇଛି। ବିଜୟୀ ଦଳର ସୁଶୀଲ କୁମାର ବାରିକ (୮୮ ରନ୍) ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଭେଟେରାନ୍ ବର୍ଗର ପ୍ରତିଯୋଗିତାରେ କିଶୋର କ୍ଲବ୍ ୨୮ ରନ୍ରେ ମହାବୀର କ୍ଲବ୍କୁ ଏବଂ ବିହାରୀଲାଲ ଦଳ ୮ ଓ୍ବିକେଟ୍ରେ ନିମାପଡ଼ା ଦଳକୁ ପରାସ୍ତ କରିଥିଲା। ଏହି ଦୁଇ ମ୍ୟାଚ୍ରେ ଯଥାକ୍ରମେ ସାର୍ଥକ ପ୍ରଧାନ (୧୩ ବଲ୍ରୁ ୪୩ ରନ୍) ଏବଂ ଦିବ୍ୟ ପଣ୍ଡା (୧୯ ବଲ୍ରୁ ୬୧ ରନ୍) ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।
- Feb 20, 2026 21:04 IST
ଭାରତୀୟ ମହିଳା ଫୁଟ୍ବଲ୍ ଦଳରେ ଓଡ଼ିଶାର ପଦ୍ମିନୀ, ଆକାଶ
/filters:format(webp)/sambad/media/media_files/2026/02/20/20bbs_76_20022026_112-2026-02-20-21-04-16.jpg)
ଭୁବନେଶ୍ବର: ଚଳିତ ବର୍ଷ ଏପ୍ରିଲ୍ ମାସରେ ଜାପାନରେ ଏସିଆ ଓସେନିଆ ଫୁଟ୍ବଲ୍ ପ୍ରତିଯୋଗିତା ଲାଗି ଉଭୟ ଭାରତୀୟ ପୁରୁଷ ଓ ମହିଳା ଦଳ ଘୋଷିତ ହୋଇଛି। ଉଭୟ ଦଳରେ ଓଡ଼ିଶାର ଜଣେ ଲେଖାଏଁ ଖେଳାଳି ସ୍ଥାନ ପାଇଛନ୍ତି। ପୁରୁଷ ଦଳରେ ଆକାଶ ପଡ଼ିଆମି ଓ ମହିଳା ଦଳରେ ପଦ୍ମିନୀ ଟୁଡ଼ୁ ରହିଛନ୍ତି। କୋଚିରେ ପୁରୁଷ ଓ ଦିଲ୍ଲୀରେ ମହିଳା ଦୃଷ୍ଟିବାଧିତ ଖେଳାଳିଙ୍କ ଚୟନ ଶିବିର ଅନୁଷ୍ଠିତ ହୋଇଥିଲେ। ଏଥିରେ ଉଭୟ ଭଲ କରି ଜାତୀୟ ଦଳରେ ସାମିଲ ହୋଇଛନ୍ତି। ଏହି ସଫଳତା ଲାଗି ପଦ୍ମିନୀ ଓ ଆକାଶଙ୍କୁ ବୁଲ୍ସଆଇର ଅଧ୍ୟକ୍ଷ ତ୍ରିଲୋଚନ ବେଉରା ଏବଂ ଓଡ଼ିଶା ଫୁଟ୍ବଲ୍ ଦଳର କର୍ମକର୍ତ୍ତାମାନେ ଅଭିନନ୍ଦନ ଜଣାଇବା ସହ ଶୁଭମନାସିଛନ୍ତି।
- Feb 20, 2026 21:02 IST
ସର୍ବଭାରତୀୟ ବେସାମରିକ କ୍ରିକେଟ୍: ପ୍ରିକ୍ବାର୍ଟରରେ ଓଡ଼ିଶା
ଭୁବନେଶ୍ବର: ନୂଆଦିଲ୍ଲୀରେ ଚାଲିଥିବା ସର୍ବଭାରତୀୟ ବେସାମରିକ ସେବା କ୍ରିକେଟ୍ ପ୍ରତିଯୋଗିତାର ପ୍ରିକ୍ବାର୍ଟରଫାଇନାଲ୍ରେ ଓଡ଼ିଶା ପ୍ରବେଶ କରିଛି। ବୁଧବାର ପୁଡ଼ୁଚେରୀକୁ ହରାଇଥିବା ଓଡ଼ିଶା ଶୁକ୍ରବାର ୮ ୱିକେଟ୍ରେ ଉତ୍ତରପ୍ରଦେଶକୁ ହରାଇ ଏହି ସ୍ଥାନ ପକ୍କା କରିଛି। ଟସ୍ ଜିତି ବ୍ୟାଟିଂ କରିଥିବା ଉତ୍ତରପ୍ରଦେଶ ୨୦ ଓଭରରେ ୧୧୬ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା। ଓଡ଼ିଶାର ଅନୁରାଗ ପୃଷ୍ଟି, ଦେବେଶ ସିଂହ, ସୌମ୍ୟରଞ୍ଜନ ସାମଲ ଓ ରିତେଶ ପାଣ୍ଡେ ୨ ଲେଖାଏଁ ୱିକେଟ୍ ନେଇଥିଲେ। ଜବାବରେ ରୋଶନ ପ୍ରସାଦ (୬୨*)ଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ଓଡ଼ିଶା ୨ ୱିକେଟ୍ ହରାଇ ମ୍ୟାଚ୍ ଜିତି ନେଇଥିଲା। ସ୍ବରାଜ ଚୌଧୁରୀ ୧୬* ରନ୍ରେ ଅପରାଜିତ ଥିଲା ବେଳେ ଅବିନାଶ ଖଣ୍ଡୁଆଳ ୧୭ ଓ ମୋଜିକର ଅଲୀ ଖାନ ୧୫ ରନ୍ରେ ଆଉଟ୍ ହୋଇଥିଲେ। ଅର୍ଦ୍ଧଶତକୀୟ ପାଳି ପାଇଁ ରୋଶନଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ରବିବାର ଓଡ଼ିଶା ପ୍ରିକ୍ବାର୍ଟରଫାଇନାଲ୍ରେ ତାମିଲନାଡ଼ୁକୁ ଭେଟିବ।
- Feb 20, 2026 21:02 IST
ବଧିର ଏସିଆ କପ୍ କ୍ରିକେଟ୍: ଭାରତର ବିଜୟ ଜାରି
/filters:format(webp)/sambad/media/media_files/2026/02/20/20ktk_5_20022026_3112-2026-02-20-21-02-10.jpg)
କଟକ: ଏସିଆନ ବଧିର କ୍ରିକେଟ୍ ସଂଘ (ଏଡିସିଏ), ଭାରତୀୟ ବଧିର କ୍ରିକେଟ୍ ସଂଘ (ଆଇଡିସିଏ) ଏବଂ ଓଡ଼ିଶା କ୍ରିକେଟ୍ ସଂଘ (ଓସିଏ) ମିଳିତ ଆନୁକୂଲ୍ୟରେ ବାରବାଟୀ ଷ୍ଟାଡିୟମ୍ରେ ଚାଲିଥିବା ବଧିର ଏସିଆ କପ୍ କ୍ରିକେଟ୍ ପ୍ରତିଯୋଗିତାରେ ଭାରତ ନିଜ ବିଜୟଧାରା ଅବ୍ୟାହତ ରଖିଛି। ଶ୍ରୀଲଙ୍କାକୁ ହରାଇଥିବା ଭାରତ ଶୁକ୍ରବାର ନେପାଳକୁ ୧୦ ୱିକେଟ୍ରେ ପରାସ୍ତ କରି ନିଜ ପତିଆରା ଜାରି ରଖିଛି। ପ୍ରଥମେ ବ୍ୟାଟିଂ କରିଥିବା ନେପାଳ ୧୭.୪ ଓଭରରେ ୯ ଓ୍ବିକେଟ୍ ହରାଇ ମାତ୍ର ୫୭ ରନ୍ କରିଥିଲେ। ନେପାଳର କ୍ରୀଷ୍ଣା ଧାମି (୧୯) ଓ ଅଭିଶେଖ ମିଶ୍ର (୧୧) କେବଳ ଦୁଇଅଙ୍କ ଛୁଇଁଥିଲେ। ଭାରତର ଜିଗର ଠକ୍କର ୫ ୱିକେଟ୍ ସଫଳତା ପାଇଥିଲେ। ଜବାବରେ ଦୀପକ ଲାମ୍ବାଙ୍କ ୨୮ ଓ ସନିଥ ସେଠୀଙ୍କ ୨୫ ରନ ବଳରେ ଭାରତ ୫.୨ ଓଭରରେ କୌଣସି ୱିକେଯ୍ ନ ହରାଇ ମ୍ୟାଚ୍ ଜିତି ନେଇଥିଲା। ଜିଗରଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ପୁରସ୍କାର ବିତରଣ ଉତ୍ସବରେ ଅତିଥି ଭାବେ ‘ଓସିଏ’ ସିଇଓ ସୁବ୍ରତ କୁମାର ବେହେରା ଯୋଗ ଦେଇଥିଲେ।
- Feb 20, 2026 20:46 IST
ମୁଖ୍ୟମନ୍ତ୍ରୀ, ଉଚ୍ଚଶିକ୍ଷାମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଭଦ୍ରକ ବିଧାୟକ
/filters:format(webp)/sambad/media/media_files/2026/02/20/img_20260220_193617-2026-02-20-20-46-13.jpg)
ଭଦ୍ରକ: ଆର୍ଥିକ ବର୍ଷ ୨୦୨୬-୨୭ ବଜେଟ୍ ଅଧିବେଶନରେ ଭଦ୍ରକ ଜିଲ୍ଲାରେ ବହୁ ପ୍ରତୀକ୍ଷିତ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ହୋଇଥିବା ଐତିହାସିକ ଘୋଷଣା ପରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କୁ ଭେଟି ଭଦ୍ରକ ବିଧାୟକ ସୀତାନଶୁ ଶେଖର ମହାପାତ୍ର ଉଭୟଙ୍କୁ ଆନ୍ତରିକ କୃତଜ୍ଞତା ଜଣାଇଛନ୍ତି। ଭଦ୍ରକ ଜିଲ୍ଲାବାସୀଙ୍କର ବହୁଦିନର ସ୍ବପ୍ନ ଆଜି ପୂରଣ ହୋଉଛି। ଭଦ୍ରକ ଆଜି ଉନ୍ନତିର ନୂତନ ପଥରେ ପଦାର୍ପଣ କରିଛି। ଏହି ବିଶ୍ୱବିଦ୍ୟାଳୟ ଆଗାମୀ ପିଢ଼ିଙ୍କ ସ୍ୱପ୍ନକୁ ଶକ୍ତି ଦେବ। ଗବେଷଣା ଓ ନୂତନତ୍ୱକୁ ପ୍ରେରଣା ଦେବ। ଆମ ଅଞ୍ଚଳର ଶିକ୍ଷାର ବିକାଶ ହେବାରେ ଏହା ସହାୟକ ହେବ ବୋଲି ଭଦ୍ରକ ବିଧାୟକ ଶ୍ରୀ ମହାପାତ୍ର କହିଛନ୍ତି। ନିର୍ବାଚନ ଲଢିବା ବେକେ ଏହି ସ୍ବପ୍ନକୁ ସାକାର କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲି। ଆଜି ଜିଲ୍ଲାବାସୀଙ୍କ ସ୍ବପ୍ନ ସାକାର ହୋଉଛି। ସେଥିପାଇଁ ମୁଁ ଅତ୍ୟନ୍ତ ଆନନ୍ଦିତ ବୋଲି ବିଧାୟକ ପ୍ରକାଶ କରିଛନ୍ତି। ଭଦ୍ରକର ଆହୁରି ଅନେକ ବିକାଶ ମୂଳକ କାମ ହେବ ବୋଲି ସେ କହିଛନ୍ତି।
- Feb 20, 2026 20:40 IST
କେରଳରୁ ଘରକୁ ଫେରିଲା ଦାଦନ ଶ୍ରମିକଙ୍କ ଶବ
/filters:format(webp)/sambad/media/media_files/2026/02/20/whatsapp-image-2026-02-20-20-40-33.jpeg)
ବାଲିଶଙ୍କରା/ସୁନ୍ଦରଗଡ଼: କିଞ୍ଜିରକେଲା ଥାନା ଅନ୍ତର୍ଗତ ଗୁଣଡିଆଡିହି ପଂଚାୟତ ଭୁଷିଦାଣ୍ଡ ଗ୍ରାମର ଜସୁଦେବ ମାଝୀ (୪୮)ଙ୍କ ମୃତଦେହ ଆଜି କେରଳରୁ ଆସି ଗାଁରେ ପହଞ୍ଚିଛି। ସେ ମାଛ ମାରିବା ପାଇଁ ଯାଇଥିବା ବେଳେ ଅସାବଧାନତା ଯୋଗୁଁ ବୋଟରୁ ଖସି ପଡ଼ିଥିଲେ। ଏଥିରେ ତାଙ୍କର ମୃତ୍ୟୁ ଘଟିଥିଲା। ୬ ମାସ ତଳେ ପରିବାରର ଅଭାବ ଅନାଟନ ଦେଖି କେରଳ ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିଲେ। କେରଳର କୁନୁର ନିକଟସ୍ଥ ସମୁଦ୍ରରେ ସେ ମାଛ ଧରାଳି ଭାବେ କାର୍ଯ୍ୟ କରୁଥିଲେ। ସେ ମାଛ ମାରିବା ପାଇଁ ଯାଇଥିବା ବେଳେ ଅସାବଧାନତା ଯୋଗୁଁ ବୋଟରୁ ଖସି ପଡ଼ିଥିଲେ। ସାଥିମାନେ ତାଙ୍କୁ ଉଦ୍ଧାର କରିଥିଲେ କିନ୍ତୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା।ପରେ ତାଙ୍କ ପରିବାରକୁ ସୂଚନା ଦିଆଯାଇଥିଲା। ତାଙ୍କ ପୁତୁରା ଜଗନ୍ନାଥ ମାଝୀ ଜରଙ୍ଗଲେଇ ଗ୍ରାମର ସ୍ବେଚ୍ଛାସେବୀ ଲକ୍ଷ୍ମଣ ନାଏକଙ୍କ ସହ ଯୋଗାଯୋଗ କରି କେରଳରୁ ଶବକୁ ଆଣିବା ପାଇଁ ଯାଇଥିଲେ। ଉକ୍ତ କମ୍ପାନିର ମାଲିକ କେରଳରୁ ତାଙ୍କ ଘରକୁ ଶବ ଫେରେଇବାର ସମସ୍ତ ଖର୍ଚ୍ଚ ବହନ କରିଥିଲେ। ଶବ ଘରକୁ ପହଞ୍ଚିଥିବାବେଳେ ପରିବାରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
- Feb 20, 2026 20:30 IST
ଗୋ ମାଂସ ଧରି ଥାନାରେ ଧାରଣା
ବିଷମକଟକ: ରାୟଗଡା ଜିଲ୍ଲା ବିଷମ କଟକ ଥାନା ଅନ୍ତର୍ଗତ ଦୁର୍ଗୀ ଠାରେ ଗାଇ କୁ କାଟି ଗୋ ମାଂସ ଚାଲାଣ କରାଯାଉଥିବା ବେଳେ ଗୋ ସୁରକ୍ଷା ସମିତି ସଦସ୍ୟମାନେ ଗାଇ ମାସଂ ଜବତ କରି ଗୋ ହତ୍ୟାକାରୀଙ୍କୁ ଗିରଫ ଦାବିରେ ବିଷମକଟକ ଥାନା ସମ୍ମୁଖରେ ଧାରଣାରେ ବସିଛନ୍ତି। ଗୁରୁବାର ଦିନ ସକାଳେ ଦୁର୍ଗୀସ୍ଥିତ ଶୁଣ୍ଡି ମଶାଣି ନିକଟରେ ସେହି ଗ୍ରାମର କିଛି ଲୋକ ଗୋଟିଏ ଗାଇ ହତ୍ୟା କରି ତାର ମାଂସ ଗୁଣପୁର, ବିଷମକଟକ, ରାୟଗଡ଼ା, ମୁନିଗୁଡ଼ା ଅଚଂଳକୁ ବିକିବା ପାଇଁ ପଠାଇବା ବେଳ ଦୁଗୀର କିଛି ଭାରତୀୟ ଜନତା ପାର୍ଟୀ ତଥା ଗୋ ସୁରକ୍ଷା ସମିତି ସଦସ୍ୟ ସେହି ସ୍ଥାନରେ ପହଁଚି ଗାଈ କାଟୁଥିବା ଲୋକମାନଙ୍କୁ କାବୁ କରିବା ସହ ଗାଈ କଟାଳିମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ବିଷମ କଟକ ଥାନା ଆଇ.ଆଇ.ସି. ଙ୍କୁ ଅବଗତ କରିଥିଲେ। ହେଲେ ଆଇ.ଆଇ.ସି ଙ୍କ ଠାରୁ କୌଣସି ସନ୍ତୋଷ ଜନକ ଉତ୍ତର ନ ପାଇବାରୁ ଗୋ ସୁରକ୍ଷା ସମିତି ସଦସ୍ୟମାନେ କଟାଯାଇଥିବା ଗାଇଁ ମାସଂକୁ ଏକ ଗାଡି ସାହାଯ୍ୟରେ ବିଷମକଟକ ଥାନାକୁ ଆଣି ଥାନା ସମୁଖରେ ଗାଇ ମାସଂ ରଖି ଧାରଣାରେ ବସିଛନ୍ତି। ଯେ ପର୍ଯ୍ୟନ୍ତ ଗାଈ ହତ୍ୟାକରିଥିବା ଲୋକମାନଙ୍କୁ ପୁଲିସ୍ ଗରିଫ କରିନାହିଁ ସେ ପର୍ଯ୍ୟନ୍ତ ଧାରଣାରୁ ଉଠିବେ ନାହିଁ ବୋଲି ଅଡି ବସିଛନ୍ତି। ଦୁର୍ଗୀ ଗ୍ରାମର ନନ୍ଦ ଗରଡିଆ ଏବଂ କାଲାବିଟୁ ଗାଈକୁ ହତ୍ୟା କରିଥିବା ନେଇ ବିଷମକଟକ ଯିବେ ନୁଷ୍ଠୁରତା ସମିତି ସଭାପତି ସୁବୋଧ ପ୍ରଧାନ ବିଷମ କଟକ ଥାନାରେ ଏତଲା ଦେଇଛନ୍ତି। ଧାରଣରେ ବିଶ୍ୱହିନ୍ଦୁ ପରିଷଦର କେନ୍ଦ୍ରୀୟ ମାର୍ଗଦଶକ ମଣ୍ଡିଳିର ଉପାଧ୍ୟକ୍ଷ ସ୍ୱାମୀ ନିର୍ବାଣ ନନ୍ଦ ଗିରି, ମଳୟ ଦଳେଇ, ସୁରେଶ ବେହେରା, ଚନ୍ଦନ ପଣ୍ଡା, ରିତେଶ ମହାନ୍ତି, ଦୁର୍ଗୀ ବିଜେପି ମଣ୍ଡଳ ସଭାପତି ଜଗନ୍ନାଥ ପାଢ଼ୀ, ଶୁଭମ୍ ପାଢ଼ୀ ପ୍ରମୁଖ ଅଛନ୍ତି।
- Feb 20, 2026 19:57 IST
ମାଟି ଅତଡ଼ା ଖସି ଶ୍ରମିକ ମୃତ
/filters:format(webp)/sambad/media/media_files/2026/02/18/1breaking-news-thursday-2026-02-18-17-19-01.jpg)
ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ ବୁଢୀକୁଦ ପଞ୍ଚାୟତ ସନ୍ତୋଷପୁର ଗ୍ରାମରେ ଅଘଟଣ l ପାଣି ଟାଙ୍କି ଖୋଲୁଥିବା ବେଳେ ମାଟି ଅତଡ଼ା ଖସିବାରୁ ଜଣେ ଶ୍ରମିକ ଙ୍କର ମୃତ୍ୟୁ ହୋଇଛି l ମୃତ ଶ୍ରମିକ ସନ୍ତୋଷପୁର ଗ୍ରାମର ସୁଦର୍ଶନ ନାଇକ (୨୩)।
- Feb 20, 2026 18:18 IST
ଶ୍ରୀଅନ୍ନ ଯୋଜନା ପାଇଁ ୪୦୦ କୋଟି ଟଙ୍କା
ରତ୍ନଭଣ୍ଡାର ଖୋଲିବା ପାଇଁ ୫ କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା ପାଇଁ ୩୦ କୋଟି ଟଙ୍କା ଖର୍ଚ୍ଚ କରାଯିବ । ସେହିପରି ଶ୍ରୀଅନ୍ନ ଯୋଜନା ପାଇଁ ୪୦୦ କୋଟି ଟଙ୍କା । ଶ୍ରୀଜଗନ୍ନାଥ ସଂଗ୍ରହାଳୟ ଓ ଲାଇବ୍ରେରୀ କେନ୍ଦ୍ର ଲାଗି ୧ ହଜାର କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି । ଶ୍ରୀଜଗନ୍ନାଥ ମନ୍ଦିର ପାଇଁ 'ସମର୍ପଣ' ନାଁରେ ଅନଲାଇନ୍ ଡିଜିଟାଲ ହୁଣ୍ଡିର ପ୍ରସ୍ତାବ ଦିଆଯାଇଥିବା ବେଳେ ସବୁଠାରୁ ବଡ଼ କଥା ହେଉଛି ରତ୍ନଭଣ୍ଡାର ଗଣତିମଣତି ଲାଗି ୫ କୋଟି ଟଙ୍କାର ପ୍ରସ୍ତାବ ରହିଛି ।
/filters:format(webp)/sambad/media/media_files/2026/02/20/ratnabhandar-2026-02-20-18-18-22.jpeg)
ratnabhandar Photograph: (sambad.in) - Feb 20, 2026 18:18 IST
୪୦୦ କିଲୋମିଟର ନୂତନ ସଡ଼କ ପାଇଁ ଅନୁମୋଦନ
/filters:format(webp)/sambad/media/media_files/2026/02/20/budget-2026-02-20-16-00-12.jpeg)
BUDGET Photograph: (sambad.in) ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଓଡ଼ିଶା ପାଇଁ ୧୫,୦୦୦ କୋଟି ଟଙ୍କାରୁ ଅଧିକ ବ୍ୟୟ ଅଟକଳ ସହିତ ପ୍ରାୟ ୪୦୦ କିଲୋମିଟର ନୂତନ ସଡ଼କ ଏବଂ ଜାତୀୟ ରାଜପଥର ଉନ୍ନତି ପାଇଁ ଅନୁମୋଦନ ପ୍ରଦାନ କରିଥିବାରୁ ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କୁ ପୁଣିଥରେ ଧନ୍ୟବାଦ ଜଣାଉଛି। ବିରଳ ମୃତ୍ତିକା କରିଡର ଅଧୀନରେ ପଦକ୍ଷେପଗୁଡ଼ିକୁ ଆଗକୁ ବଢ଼ାଇବା ପାଇଁ ମୁଁ ଶିଳ୍ପ ବିଭାଗ ଅଧୀନରେ ୧୦ କୋଟି ଟଙ୍କାର ଆବଣ୍ଟନ ପ୍ରସ୍ତାବ ଦେଉଛି, ଯାହା ଆମ ରାଜ୍ୟକୁ ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ଆଗରେ ରଖି ଏହି କ୍ଷେତ୍ରରେ ନିବେଶ ପାଇଁ ସୁଗମ କରିବ।
- Feb 20, 2026 18:17 IST
ମୋହନଙ୍କ ମୁଣିରେ ୧୬ ନୂଆ ଯୋଜନା: ବଜେଟ୍ ଉପସ୍ଥାପନ ବେଳେ କଲେ ଘୋଷଣା
ମୋହନଙ୍କ ମୁଣିରେ ୧୬ ନୂଆ ଯୋଜନା: ବଜେଟ୍ ଉପସ୍ଥାପନ ବେଳେ କଲେ ଘୋଷଣା
/filters:format(webp)/sambad/media/media_files/2026/02/20/cm-2026-02-20-18-17-19.jpeg)
cm Photograph: (sambad.in) - Feb 20, 2026 18:03 IST
ବାରିପଦାରେ ପ୍ରତିଷ୍ଠା ହେବ ମୟୂରଭଞ୍ଜ ଛଉ ଏକାଡେମୀ: ମୁଖ୍ୟମନ୍ତ୍ରୀ
/filters:format(webp)/sambad/media/media_files/2026/02/20/breaking-budget-2026-02-20-16-10-47.jpeg)
BREAKING BUDGET Photograph: (sambad.in) ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଜେଟ୍ ୨୦୨୬-୨୭ ଉପସ୍ଥାପନ ସମୟରେ ଶୁକ୍ରବାର କହିଛନ୍ତି, ଓଡ଼ିଶାର ସମୃଦ୍ଧ ଐତିହ୍ୟ, ଭାଷା ଏବଂ ସାଂସ୍କୃତିକ ସମ୍ପଦ, ଏହାକୁ ବିଶ୍ୱ ଦରବାରରେ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରେ। ଭୁବନେଶ୍ୱରରେ ଏକ ବିଶ୍ୱ ମାନର ସଂଗ୍ରହାଳୟ ନିର୍ମାଣ କରିବାକୁ ପ୍ରସ୍ତାବ ଦେଇଛି, ଯାହା ଆମର ଗୌରବମୟ ଅତୀତକୁ ପ୍ରଦର୍ଶନ କରିବ। ସାମରିକ କଳା କୌଶଳ 'ଛଉ' ଆମର ଗର୍ବ। ଆମେ ବାରିପଦା ଠାରେ 'ମୟୂରଭଞ୍ଜ ଛଉ ଏକାଡେମୀ' ପ୍ରତିଷ୍ଠା କରିବୁ, ଯାହା ପାଇଁ ବଜେଟରେ ୧୦ କୋଟି ଟଙ୍କାର ବ୍ୟବସ୍ଥା ପ୍ରାବଧାନ କରାଯାଇଛି।
- Feb 20, 2026 17:47 IST
ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା
/filters:format(webp)/sambad/media/media_files/2026/02/20/mohan-majhi-2026-02-20-17-49-22.jpg)
ଓଡ଼ିଶାରେ ନୀଳ ଓ ଶ୍ଵେତ ବିପ୍ଳବକୁ ତ୍ୱରାନ୍ୱିତ କରି ମତ୍ସ୍ୟଜୀବୀ ଓ ଗୋପାଳକମାନଙ୍କୁ ଆର୍ଥିକ ସ୍ତରରେ ସଶକ୍ତ କରିବା ପାଇଁ ବଜେଟ୍ ୨୦୨୬-୨୭ରେ ଗୁରୁତ୍ୱପୂର୍ଣ୍ଣ ବ୍ୟୟବରାଦ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। 'ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା' ଓ 'ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା' ମାଧ୍ୟମରେ ମତ୍ସ୍ୟ ଉତ୍ପାଦନ ବୃଦ୍ଧି ଓ ମତ୍ସ୍ୟଜୀବୀଙ୍କ କଲ୍ୟାଣ ପାଇଁ ବ୍ୟାପକ ପାଣ୍ଠିର ବ୍ୟବସ୍ଥା ହୋଇଥିବା ବେଳେ, 'ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା' ଓ 'ପ୍ରାଣୀ ସମ୍ପଦ ସମୃଦ୍ଧି ଯୋଜନା' ଜରିଆରେ ଦୁଗ୍ଧ ଉତ୍ପାଦନ ଓ ପଶୁପାଳନ କ୍ଷେତ୍ରରେ ଏକ ନୂତନ ବିପ୍ଳବ ଆଣିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ସାମଗ୍ରିକ ପ୍ରୟାସ ଓଡ଼ିଶାର ପ୍ରାଣୀ ସମ୍ପଦକୁ ସମୃଦ୍ଧ କରିବା ସହ ରାଜ୍ୟର ଗ୍ରାମୀଣ ଅର୍ଥନୀତିକୁ ଏକ ନୂତନ ଶିଖରରେ ପହଞ୍ଚାଇବ।
- Feb 20, 2026 17:45 IST
ରତ୍ନଭଣ୍ଡାର ଗଣତିମଣତି ପାଇଁ ୫ କୋଟି ଟଙ୍କା
ରତ୍ନଭଣ୍ଡାର ଗଣତିମଣତି ପାଇଁ ବଜେଟରେ ବଡ଼ ଘୋଷଣା
/filters:format(webp)/sambad/media/media_files/2026/02/20/odisha-2026-02-20-17-44-39.jpeg)
odisha Photograph: (sambad.in) - Feb 20, 2026 17:42 IST
ରାଜ୍ୟ ବଜେଟ୍: ବଡ଼ ଖବର
ରାଜ୍ୟ ବଜେଟ୍: ବଡ଼ ଖବର
/filters:format(webp)/sambad/media/media_files/2026/02/20/budget-2026-27-2026-02-20-17-42-09.jpg)
budget 2026-27 Photograph: (sambad.in) - Feb 20, 2026 17:27 IST
ସ୍ବାସ୍ଥ୍ୟ ବିଭାଗ ପାଇଁ ୨୩୧୮୨ କୋଟି ଟଙ୍କା
ସ୍ବାସ୍ଥ୍ୟ ବିଭାଗ ପାଇଁ ୨୩୧୮୨ କୋଟି ଟଙ୍କା
- ରେଳ ପ୍ରକଳ୍ପ ଉନ୍ନତି ପାଇଁ ୪୫୦
- ଗ୍ରୀନ ମହାନଦୀ ମିଶନ- ୯୦ କୋଟି
- ପୁରୀରେ ହେବ ବିଶ୍ବ ପର୍ଯ୍ୟଟନ କେନ୍ଦ୍ର
- ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା- ୧୫୦ କୋଟି
- ଆନ୍ତ-ରାଜ୍ୟ ନଦୀ ସଂଯୋଗୀକରଣ ପାଇଁ ୧୦ କୋଟି
/filters:format(webp)/sambad/media/media_files/2026/02/20/bada-khaber-2026-02-20-16-33-27.jpeg)
BADA KHABER Photograph: (sambad.in) - Feb 20, 2026 17:13 IST
ଓଡ଼ିଆ ଅସ୍ମିତା ପାଇଁ ୩୭୪ କୋଟି ଟଙ୍କା
୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଉପସ୍ଥାପିତ ହେଲା ରାଜ୍ୟ ବଜେଟ୍
- ଫୁଲନଖରାରେ ହେବ ୨୪ ଘଣ୍ଟିଆ ପ୍ରାଣୀ ଚିକିତ୍ସାଳୟ
- ରାଜ୍ୟରେ ପ୍ରତିଷ୍ଠା ହେବ ୪ଟି ନୂଆ ବିଶ୍ବବିଦ୍ୟାଳୟ
- ମୟୂରଭଞ୍ଜରେ ହେବ ନୂଆ କୃଷି ବିଶ୍ବବିଦ୍ୟାଳୟ
- ରତ୍ନଭଣ୍ଡାର ଖୋଲିବା ପାଇଁ ୫ କୋଟି
- ପିପିଲି ଟୋଲଗେଟ୍ ନିକଟରେ ହେବ ପିପିଲି ଚାନ୍ଦୁଆ ବଜାର
- ରାଜ୍ୟ ଏଆଇ ମିଶନ ପାଇଁ ୨୩ କୋଟି
- ଓଡ଼ିଆ ଅସ୍ମିତା ପାଇଁ ୩୭୪ କୋଟି ଟଙ୍କା
- କ୍ରୀଡ଼ା ଭିତ୍ତିଭୂମି ପାଇଁ ୯୦୦ କୋଟି
/filters:format(webp)/sambad/media/media_files/2026/02/20/breaking-budget-2026-02-20-16-10-47.jpeg)
BREAKING BUDGET Photograph: (sambad.in) - Feb 20, 2026 16:49 IST
ରାଜ୍ୟ ବଜେଟ୍: ୧୨ ବଡ଼ ଖବର
୩ ଲକ୍ଷ ୧୦ ହଜାର କୋଟିର ବଜେଟ୍
- ସୁଭଦ୍ରା ଯୋଜନା- ୧୦ ହଜାର ୧୪୫ କୋଟି
- ଗୋପବନ୍ଧୁ ଜନଆରୋଗ୍ୟ ଯୋଜନା- ୬୩୦୯ କୋଟି
- ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନାର ଶୁଭାରମ୍ଭ
- ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ଯ ସେବା ମିଶନ- ୫ ହଜାର ୮ କୋଟି
- ମୁଖ୍ୟମନ୍ତ୍ରୀ ସ୍ମାର୍ଟ ଯୋଜନା- ୧୦୦ କୋଟି
- ମୁଖ୍ୟମନ୍ତ୍ରୀ ପୋଷଣ ଶକ୍ତି ଯୋଜନା- ୭୩୨ କୋଟି
- ସମୃଦ୍ଧ ଅଙ୍ଗନବାଡ଼ି ଯୋଜନା- ୬୩୫ କୋଟି
- ଶ୍ରୀଅନ୍ନ ଯୋଜନା- ୪୦୦ କୋଟି ଟଙ୍କା
- ପର୍ଯ୍ଯଟନ ଭିତ୍ତିଭୂମି ବିକାଶ ପାଇଁ- ୫୦୦ କୋଟି
- ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ- ୧୦୧୦ କୋଟି
- ସମୃଦ୍ଧ କୃଷକ ଯୋଜନା ପାଇଁ ୬୦୮୮ କୋଟି
- ଅମୃତ ପ୍ରକଳ୍ପ ଯୋଜନା ପାଇଁ ୯୧୬ କୋଟି
/filters:format(webp)/sambad/media/media_files/2026/02/20/bada-khaber-2026-02-20-16-33-27.jpeg)
BADA KHABER Photograph: (sambad.in)
- Feb 20, 2026 16:35 IST
ଓଡ଼ିଶା ବଜେଟ୍: ବଡ଼ ଖବର
ଓଡ଼ିଶା ବଜେଟ୍
- ସମୃଦ୍ଧ ଅଙ୍ଗନବାଡ଼ି ଯୋଜନା- ୬୩୫ କୋଟି ଟଙ୍କା
- ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନାର ଶୁଭାରମ୍ଭ
- ଶ୍ରୀଅନ୍ନ ଯୋଜନା ପାଇଁ ୪୦୦ କୋଟି ଟଙ୍କା
- ଫିଟ୍ ଓଡ଼ିଶା ମିଶନ- ୧୦ କୋଟି ଟଙ୍କା
- ଡାଲଖାଇ ଯୋଜନା- ୨୨୦ କୋଟି ଟଙ୍କା
- ବାରିପଦାରେ ପ୍ରତିଷ୍ଠା ହେବ ଛଉ ଏକାଡେମି
- ସୁଜଳା ଯୋଜନା- ୮୨୦ କୋଟି ଟଙ୍କା
- ମୁଖ୍ୟମନ୍ତ୍ରୀ ପୋଷଣ ଶକ୍ତି ଯୋଜନା- ୭୩୨ କୋଟି
/filters:format(webp)/sambad/media/media_files/2026/02/20/bada-khaber-2026-02-20-16-33-27.jpeg)
BADA KHABER Photograph: (sambad.in) - Feb 20, 2026 16:27 IST
୩ ଲକ୍ଷ ୧୦ ହଜାର କୋଟିର ବଜେଟ୍
ଆସିଲା ରାଜ୍ୟ ବଜେଟ୍ ୨୦୨୬-୨୭ । ବିଧାନସଭାରେ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ । ୩ ଲକ୍ଷ ୧୦ ହଜାର କୋଟି ଟଙ୍କାର ବଜେଟ୍ ।
/filters:format(webp)/sambad/media/media_files/2026/02/20/breaking-budget-2026-02-20-16-10-47.jpeg)
BREAKING BUDGET Photograph: (sambad.in) - Feb 20, 2026 16:21 IST
ବିଧାନସଭାରେ ଆରମ୍ଭ ହେଲା ବଜେଟ୍ ଉପସ୍ଥାପନ
ବିଧାନସଭାରେ ଆରମ୍ଭ ହେଲା ବଜେଟ୍ ଉପସ୍ଥାପନ । ବଜେଟ୍ ବାକ୍ସ ଧରି ବିଧାନସଭା ଆସିବା ପରେ ଉପସ୍ଥାପନ କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
/filters:format(webp)/sambad/media/media_files/2026/02/20/screenshot-2026-02-20-161846-2026-02-20-16-20-54.jpg)
- Feb 20, 2026 16:18 IST
ଓଡ଼ିଶା ବଜେଟ୍ ୨୦୨୬-୨୭: ବଜେଟ୍ ଭାଷଣ ଆରମ୍ଭ
ଭୁବନେଶ୍ବର: ଓଡ଼ିଶା ବିଧାନସଭାର ବଜେଟ୍ ଅଧିବେଶନ ଗତ ୧୭ ତାରିଖ ଠାରୁ ଆରମ୍ଭ ହୋଇଯାଇଛି। ଆଜି ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଜେଟ୍ ଭାଷଣ ଦେଉଛନ୍ତି। ବଜେଟ୍ ଭାଷଣ ପୂର୍ବରୁ ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ କହିଛନ୍ତି, ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅପାର କରୁଣା ଏବଂ ଆପଣମାନଙ୍କ ଅକୁଣ୍ଠ ଭରସାକୁ ପାଥେୟ କରି ଏକ ବିକଶିତ ଓ ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ଆମେ ଦୃଢ଼ ପଦକ୍ଷେପ ନେଉଛୁ। ଆଜି ଓଡ଼ିଶା ବିଧାନସଭାରେ ଉପସ୍ଥାପିତ ହେବାକୁ ଯାଉଥିବା 'ଓଡ଼ିଶା ବଜେଟ୍ ୨୦୨୬-୨୭' କେବଳ ଏକ ଆର୍ଥିକ ଦସ୍ତାବିଜ ନୁହେଁ, ବରଂ ଏହା ରାଜ୍ୟର ପ୍ରତିଟି ଶ୍ରେଣୀର ଆଶା ଓ ଆକାଂକ୍ଷାର ପ୍ରତିଫଳନ।
/filters:format(webp)/sambad/media/media_files/2026/02/20/whatsapp-image-2026-02-20-16-18-17.jpeg)
ଆମର ଲକ୍ଷ୍ୟ ସ୍ପଷ୍ଟ - ସମାଜର ଶେଷ ଧାଡ଼ିରେ ଥିବା ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ବିକାଶର ସୁଫଳ ପହଞ୍ଚାଇବା। ଅନ୍ନଦାତାଙ୍କ ସମୃଦ୍ଧି, ନାରୀଶକ୍ତିଙ୍କ ସଶକ୍ତିକରଣ ଏବଂ ଯୁବପିଢ଼ିଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି କରି 'ଅନ୍ତ୍ୟୋଦୟ'ର ସ୍ୱପ୍ନକୁ ସାକାର କରିବା ପାଇଁ ଏହି ବଜେଟ୍ ସଂକଳ୍ପବଦ୍ଧ। ଆସନ୍ତୁ, ଏକ ସମୃଦ୍ଧ ଓ ସ୍ୱାଭିମାନୀ ଓଡ଼ିଶା ଗଠନର ଏହି ମହାଯଜ୍ଞରେ ଆମେ ସମସ୍ତେ ସହଭାଗୀ ହେବା।
- Feb 20, 2026 16:10 IST
ବଜେଟକୁ ବିରୋଧ କଲେ ବିରୋଧୀ
ଆଉ କିଛି ସମୟ ପରେ ବିଧାନସଭାରେ ଉପସ୍ଥାପିତ ହେବ ବଜେଟ୍ । ବଜେଟକୁ ବିରୋଧ କଲେ ବିରୋଧୀ । ବିଧାନସଭାରେ ବିରୋଧୀ ଅନୁପସ୍ଥିତ । ଉଭୟ ବିଜେଡ଼ି ଓ କଂଗ୍ରେସ ସଦସ୍ୟ ଅନୁପସ୍ଥିତ ।
/filters:format(webp)/sambad/media/media_files/2026/02/20/breaking-budget-2026-02-20-16-10-47.jpeg)
BREAKING BUDGET Photograph: (sambad.in) - Feb 20, 2026 15:37 IST
ଜଳ ଯନ୍ତ୍ରଣାରେ ବାହାଡ଼ାପଦା ଅଙ୍ଗନବାଡ଼ି କେନ୍ଦ୍ର
/filters:format(webp)/sambad/media/media_files/2026/02/20/img-20260220-wa0341-2026-02-20-15-37-20.jpg)
ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଲକର ସାରଙ୍ଗଡ଼ ପଞ୍ଚାୟତ ଅନ୍ତର୍ଗତ ବାହାଡ଼ାପଦା ଅଙ୍ଗନୱାଡ଼ି କେନ୍ଦ୍ରରେ ପାନୀୟ ଜଳ ସମସ୍ୟା ଗୁରୁତର। ଅଙ୍ଗନୱାଡ଼ି କେନ୍ଦ୍ରରେ ଏକମାତ୍ର ବୋରିଂ ଦୀର୍ଘ ତିନି ବର୍ଷ ହେଲା ଅଚଳ ଅବସ୍ଥାରେ ପଡ଼ିରହିଛି। ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ବୋରିଂ ମରାମତି ପାଇଁ ଦାବି କରିଥିଲେ ମଧ୍ୟ ଏଯାଏଁ ମରାମତି ହୋଇ ପାରିଲା ନାହିଁ ପାନୀୟ ଜଳ ସମସ୍ୟା ସମାଧାନ ହୋଇପାରୁ ନଥିବା କହିଛନ୍ତି ଗ୍ରାମବାସୀ। କୁନିକୁନି ପିଲାମାନେ ପାନୀୟ ଜଳ ପାଇବାରୁ ବଞ୍ଚିତ ହେଉଛନ୍ତି। ଏଥିସହ ମଧ୍ୟାହ୍ନ ଭୋଜନ ରୋଷେଇ କରିବା ପାଇଁ ବହୁ ଦୂରରୁ ଏକ କୂପରୁ ପିଇବା ପାଣି ବୋହି ଆଣି ଦେବାକୁ ପଡ଼ୁଛି। ବହୁ ଦିନ ଧରି ବୋରିଂ ଅଚଳ ଅବସ୍ଥାରେ ଥିଲେ ମଧ୍ୟ ମରାମତି କରାଯାଇ ନାହିଁ। ଅଙ୍ଗନୱାଡ଼ି କେନ୍ଦ୍ର ମୋଟ ୧୩ ଜଣ ଛାତ୍ର ଛାତ୍ରୀ ରହୁଥିବା ବେଳେ ପାନୀୟ ଜଳ ସମସ୍ୟା ଯୋଗୁଁ ବହୁତ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ତେଣୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଯଥାଶୀଘ୍ର ବାହାଡ଼ାପଦା ଅଙ୍ଗନୱାଡ଼ି କେନ୍ଦ୍ରରେ ପାନୀୟ ଜଳ ସୁବିଧା କରିବା ନିମନ୍ତେ ଗ୍ରାମବାସୀ ଦାବି କରିଛନ୍ତି।
- Feb 20, 2026 15:33 IST
ଅବସରପ୍ରାପ୍ତ ପ୍ରଧାନଶିକ୍ଷକଙ୍କୁ ୩ବର୍ଷ ଜେଲ୍ଦଣ୍ଡ
- ଦୁର୍ନୀତି ମାମଲାରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକଙ୍କୁ ୩ବର୍ଷ ଜେଲ୍ଦଣ୍ଡ
- ପ୍ରଧାନ ଶିକ୍ଷକ ଥିଲେ ସୁରେଶ ଚନ୍ଦ୍ର ଦାସ
- ବାଲେଶ୍ବର ଜିଲ୍ଲା ରସୁଲପୁର ଅଚ୍ୟୁତାନନ୍ଦ ନୋଡାଲ ୟୁପି ସ୍କୁଲର ପୂର୍ବତନ ଶିକ୍ଷକ ଦୋଷୀ ସାବ୍ୟସ୍ତ
- ଭିଇସି ସଭାପତି ଥିଲେ ସୁରେଶ ଚନ୍ଦ୍ର ଦାସ
- ସରକାରୀ ଅର୍ଥ କରିଥିଲେ ଆତ୍ମସାତ
- ୨୦୧୧ରେ ସର୍ବ ଶିକ୍ଷା ଅଭିଯାନ ଯୋଜନାର ଟଙ୍କା କରିଥିଲେ ଆତ୍ମସାତ
- ୩ବର୍ଷ ଜେଲ୍ଦଣ୍ଡ ସହ ୫୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ
- ସୁରେଶ ଚନ୍ଦ୍ର ଦାସଙ୍କ ପେନ୍ସନ୍ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ
- ରାୟ ଶୁଣାଇଲେ ବାଲେଶ୍ବର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ
- Feb 20, 2026 14:43 IST
ରାସ୍ତାରୋକ ହଟିଲା, ପୁରୀକୁ ଗାଡ଼ି ଚଳାଚଳ ସ୍ବାଭାବିକ ହେଲା
ପୁରୀ: ପୁରୀ କୋର୍ଟକୁ ସ୍ଥାନାନ୍ତର ପ୍ରତିବାଦରେ ଜାତୀୟ ରାଜପଥ ଅବରୋଧ ହଟିଲା, ପୁରୀକୁ ଗାଡ଼ି ଚଳାଚଳ ସ୍ବାଭାବିକ ହେଲା। ପୁରୀ କୋର୍ଟକୁ ବାଲୁଖଣ୍ଡ ଅଭୟାରଣ୍ୟ ଅଞ୍ଚଳ ନିକଟକୁ ସ୍ଥାନାନ୍ତର ପ୍ରତିବାଦରେ ପୁରୀ ବାର୍ ଆସୋସିଏସନ ମାଳତୀପାଟପୁରରେ ଜାତୀୟ ରାଜପଥ ଅବରୋଧ କରିଥିଲେ। ଶହଶହ ଓକିଲ ରାଜରାସ୍ତାରେ ବସି ରହିବାରୁ ପୁରୀକୁ ଆସୁଥିବା ଓ ପୁରୀରୁ ଯାଉଥିବା ଗାଡ଼ିମୋଟର ଚଳାଚଳ ପ୍ରଭାବିତ ହୋଇଥିଲା। ଅପରାହ୍ନ ୩ଟା ପର୍ଯ୍ୟନ୍ତ ଏଭଳି ପ୍ରତିବାଦ ଚାଲିବ ବୋଲି ଓକିଲ ସଂଘ ସମ୍ପାଦକ ଶରତ ରାୟଗୁରୁ କହିଥିଲେ। - Feb 20, 2026 14:03 IST
ଭବାନୀପାଟଣା ଫରେଷ୍ଟର ଭାଗବତ ଭୂଷଣ ବେହେରାଙ୍କର ତିନିମହଲା ବିଳାସମୟ କୋଠା ସହ ୯ଟି ପ୍ଲଟ୍ ଓ ଏକାଧିକ ବେନାମୀ ଗାଡ଼ି ଠାବ କଲା ଭିଜିଲାନ୍ସ
/filters:format(webp)/sambad/media/media_files/2026/02/20/untitled-2026-02-20-08-09-04.png)
ଭବାନୀପାଟଣା: କଳାହାଣ୍ଡିର ଭବାନୀପାଟଣା ଫରେଷ୍ଟର ଭାଗବତ ଭୂଷଣ ବେହେରାଙ୍କ ସହିତ ଜଡିତ ସମ୍ପତ୍ତି ଉପରେ ଅନୁସନ୍ଧାନ ସମୟରେ ଗୋଟିଏ ବହୁମହଲା କୋଠା, ୯ଟି ପ୍ଲଟ୍, ପ୍ରାୟ ୨୧୦ ଗ୍ରାମ ସୁନା, ଗୋଟିଏ ଚାରିଚକିଆ ମେସିନ୍, ୨ଟି କୁବୋଟା ଅମଳକାରୀ ମେସିନ୍ (ବେନାମୀ), ୪ଟି ଟ୍ରାକ୍ଟର (ବେନାମୀ) ଏବଂ ୧ଟି ବୋଲେରୋ (ବେନାମୀ) ଠାବ କଲା ଭିଜିଲାନ୍ସ ।
- Feb 20, 2026 13:45 IST
ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ତରଫରୁ ଗଣଧାରଣା ସହ ଦାବିପତ୍ର ପ୍ରଦାନ
ଧଣ୍ଡାମୁଣ୍ଡା: ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା କେନ୍ଦୁପତ୍ର ରେଞ୍ଜ ଠାରେ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ତରଫରୁ ଶୁକ୍ରବାର ଗଣଧାରଣା ସହ ଦାବିପତ୍ର ପ୍ରଦାନ କରାଯାଇଛି Iଶିବାନନ୍ଦ ପରିଚ୍ଛା ଗଣଧାରଣାର ନେତୃତ୍ୱ ନେଇଥିବା ବେଳେ ସତରଟି ବିଭିନ୍ନ ଦାବି ନେଇ ଗଣଧାରଣାରେ ବସିଥିଲେ I
/filters:format(webp)/sambad/media/media_files/2026/02/20/untitled-2026-02-20-13-45-33.png)
ପରେ ରେଞ୍ଜର ଦୀନବନ୍ଧୁ ପୁଟେଲ ଆସି ଆନ୍ଦୋଳନରତ କର୍ମଚାରୀଙ୍କୁ ବୁଝାସୁଝା କଲା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା I
- Feb 20, 2026 12:26 IST
ଶିମିଳିପାଳ ଅଭୟାରଣ୍ୟରେ ୩୭ ଶିକାରୀଙ୍କ ଆତ୍ମସମର୍ପଣ
ବାରିପଦା: ଶିମିଳିପାଳ ଅଭୟାରଣ୍ୟରେ ୩୭ ଜଣ ଶିକାରୀ ୯ଟି ବନ୍ଧୁକ, ବିପୁଳ ପରିମାଣର ବନ୍ଧୁକ ପାଉଡର ଏବଂ ୨୦ ରୁ ଅଧିକ ଧନୁ ଏବଂ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ସହିତ ଆତ୍ମସମର୍ପଣ କରିଛନ୍ତି।
/filters:format(webp)/sambad/media/media_files/2026/02/20/untitled-2026-02-20-12-25-37.png)
ଅସ୍ତ୍ରଶସ୍ତ୍ର ଆଇନ ଉଲ୍ଲଂଘନ ପାଇଁ ମଧ୍ୟ ଶିକାରୀଙ୍କ ବିରୁଦ୍ଧରେ ଥାନାରେ ଏଫଆଇଆର ରୁଜୁ କରାଯିବ ବୋଲି ଜଣାଯାଇଛି।
- Feb 20, 2026 12:25 IST
ଗାଜା ଶାନ୍ତି ବୋର୍ଡ଼ରେ ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେଲା ଭାରତ
ୱାସିଂଟନ: ଗାଜା ଶାନ୍ତି ବୋର୍ଡ଼ର ପ୍ରଥମ ବୈଠକ ଗୁରୁବାର ୱାସିଂଟନରେ ଅନୁଷ୍ଠିତ ହୋଇଥିଲା। ଭାରତ ଏହି ବୈଠକରେ ଏକ ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେଇଥିଲା। ଆମେରିକାରେ ଭାରତୀୟ ତୂତାବାସ ମୁଖ୍ୟ ନାମଗ୍ୟା ସି ଖମ୍ପା ଆମେରିକା ଶାନ୍ତି ପ୍ରତିଷ୍ଠାନରେ ପର୍ଯ୍ୟବେକ୍ଷକ ଭାବରେ ଭାରତର ପ୍ରତିନିଧିତ୍ୱ କରିଥିଲେ। ଆମେରିକା ଶାନ୍ତି ବୋର୍ଡ଼ରେ ଯୋଗଦେବାକୁ ୫୦ ଦେଶକୁ ନିମନ୍ତ୍ରଣ କରିଥିଲା। ୨୬ ଦେଶ ଶାନ୍ତି ବୋର୍ଡ଼ର ପ୍ରତିଷ୍ଠାତା ସଦସ୍ୟ ଭାବେ ଯୋଗ ଦେଇଥିଲେ। ଗତମାସ ହୋଇଥିବା ବିଶ୍ବ ଅର୍ଥନୈତିକ ଫୋରମ୍ ବୈଠକ ଅବସରରେ ଏହି ଶାନ୍ତି ବୋର୍ଡ଼ର ଗଠନ କରାଯାଇଥିଲା। ବୈଠକରେ ଗାଜାରେ ମୁତୟନ ହେବାକୁ ଥିବା ଆନ୍ତର୍ଜାତିକ ସ୍ଥିରତା ବାହିନୀକୁ ଏହାର ସେନା ପଠାଇବାକୁ ୫ଟି ଦେଶ ଯଥା: ଇଣ୍ଡୋନେସିଆ, ମରକ୍କୋ, କାଜାଖସ୍ତାନ, କସୋଭୋ ଏବଂ ଆଲବାନିଆ ରାଜି ହୋଇଥିବା ଆମେରିକା ସେନାର ମେଜର ଜେନେରାଲ ଜାସପର୍ ଜେଫର୍ସ ଘୋଷଣା କରିଥିଲେ। ସ୍ଥିରତା ବାହିନୀର କମାଣ୍ଡର ଭୂମିକା ଜେଫର୍ସଙ୍କ ପାଖରେ ଥିବାବେଳେ ଡେପୁଟି କମାଣ୍ଡର ଭୂମିକା ଇଣ୍ଡୋନେସିଆକୁ ମିଳିବ।
- Feb 20, 2026 11:47 IST
ଓୟେ ରୁମ୍ ଭିତରୁ ମିଳିଲା ପ୍ରେମିକର ଝୁଲନ୍ତା ମୃତଦେହ
ଭୁବନେଶ୍ବର: ଓୟେ ରୁମ୍ ଭିତରୁ ମିଳିଲା ପ୍ରେମିକର ଝୁଲନ୍ତା ମୃତଦେହ। ପ୍ରେମୀ ଯୁଗଳ ଗତକାଲି ଓୟେ ଯାଇଥିଲେ। ବିଳମ୍ବିତ ରାତିରେ ପୁଅ ଘରକୁ ଫୋନ୍ କରି ଅସୁସ୍ଥ ଥିବା ଜଣାଇଥିଲେ ଉପସ୍ଥିତ ପ୍ରେମିକା ।
/filters:format(webp)/sambad/media/media_files/2026/02/19/1breaking-news-friday-2026-02-19-16-41-31.jpg)
ପରିବାର ଆସି ଦେଖିବା ବେଳକୁ ଝୁଲନ୍ତା ଅବସ୍ଥାରେ ଥିଲେ। ମୃତକ ବୁବୁନା ପ୍ରଧାନ। ଉଭୟ ବୁବୁନା ଓ ତାଙ୍କ ପ୍ରେମିକା ଛଅମାସ ଧରି ସାଙ୍ଗ ହୋଇ ରହୁଥିଲେ।ଏବେ କ୍ୟାପିଟାଲ ହସ୍ପିଟାଲ ଶବ ବ୍ୟବଚ୍ଛେଦ କୋଠରିରେ ମୃତଦେହ। ଏୟାରଫିଲ୍ଡ ଥାନା ପୁଲିସ୍ ଘଟଣାର ତଦନ୍ତ ଚଳାଇଛି।
- Feb 20, 2026 10:49 IST
ପୁରୀ କୋର୍ଟକୁ ସ୍ଥାନାନ୍ତର ପ୍ରତିବାଦରେ ଜାତୀୟ ରାଜପଥ ଅବରୋଧ
ପୁରୀ: ପୁରୀ କୋର୍ଟକୁ ବାଲୁଖଣ୍ଡ ଅଭୟାରଣ୍ୟ ଅଞ୍ଚଳ ନିକଟକୁ ସ୍ଥାନାନ୍ତର ପ୍ରତିବାଦରେ ପୁରୀ ବାର୍ ଆସୋସିଏସନ ମାଳତୀପାଟପୁରରେ ଜାତୀୟ ରାଜପଥ ଅବରୋଧ କରିଛି। ଶହଶହ ଓକିଲ ରାଜରାସ୍ତାରେ ବସି ରହିବାରୁ ପୁରୀକୁ ଆସୁଥିବା ଓ ପୁରୀରୁ ଯାଉଥିବା ଗାଡ଼ିମୋଟର ଚଳାଚଳ ପ୍ରଭାବିତ ହୋଇଛି। ଅପରାହ୍ନ ୩ଟା ପର୍ଯ୍ୟନ୍ତ ଏଭଳି ପ୍ରତିବାଦ ଚାଲିବ ବୋଲି ଓକିଲ ସଂଘ ସମ୍ପାଦକ ଶରତ ରାୟଗୁରୁ କହିଛନ୍ତି।
/filters:format(webp)/sambad/media/media_files/2026/02/20/untitled-2026-02-20-10-48-44.png)
ସଂଘ ୩୫୦ଦିନ ଧରି ସ୍ଥାନାନ୍ତର ପ୍ରତିବାଦରେ ସତ୍ୟାଗ୍ରହ ଜାରି ରଖିଛି। କିନ୍ତୁ ପ୍ରଶାସନ ଭୃକ୍ଷେପ ନ କରିବାରୁ ଏଭଳି ପଦକ୍ଷେପ ନିଆଯାଇଛି। ବାଲୁଖଣ୍ଡରେ କୋର୍ଟପାଇଁ ପାଞ୍ଚ ଏକର ଜମି ଆଇନ୍ ବିଭାଗକୁ ହସ୍ତାନ୍ତର ହୋଇଛି। ଏହା ସିଆରଜେଡ, ଇକୋ ସେନ୍ସିଟିଭ, ମଧୁରଜଳ ଅଞ୍ଚଳରେ ଯାଉଛି। ଏଠାରେ ନିର୍ମାଣ ସ୍ବୀକୃତି ଦିଆଯାଉନାହିଁ।
- Feb 20, 2026 10:40 IST
ଆଜି ବି ସ୍ବାଭାବିକ ହୋଇପାରିଲାନି ବିଧାନସଭା, ସାଢ଼େ ୧୧ଟା ଯାଏ ଗୃହ ମୁଲତବୀ
ଭୁବନେଶ୍ବର: ଆଜି ବି ସ୍ବାଭାବିକ ହୋଇପାରିଲାନି ବିଧାନସଭା। ବିଧାନସଭାରେ ଚାଷୀ ପ୍ରସଙ୍ଗକୁ ନେଇ ପୁଣି ବିରୋଧୀଙ୍କ ହଟ୍ଟଗୋଳ।
/filters:format(webp)/sambad/media/media_files/2026/02/19/1breaking-news-friday-2026-02-19-16-41-31.jpg)
ସାଢ଼େ ୧୧ଟା ଯାଏ ଗୃହକୁ ମୁଲତବୀ ଘୋଷଣା କଲେ ବାଚସ୍ପତି।
- Feb 20, 2026 10:34 IST
ଆଜିଠାରୁ ହରିୟାଣାର ବଜେଟ୍ ଅଧିବେଶନ ଆରମ୍ଭ
/sambad/media/post_attachments/images/2026/02/20/article/image/CM_sainiBudget-1771562336170_v-538545.webp)
ପଞ୍ଚକୁଲା: ହରିୟାଣା ବିଧାନସଭାର ବଜେଟ୍ ଅଧିବେଶନ ଶୁକ୍ରବାର ପୂର୍ବାହ୍ନ ୧୧ଟାରେ ରାଜ୍ୟପାଳ ପ୍ରଫେସର ଅସୀମ କୁମାର ଘୋଷଙ୍କ ଅଭିଭାଷଣ ସହିତ ଆରମ୍ଭ ହେବ। ରାଜ୍ୟପାଳ ତାଙ୍କ ଅଭିଭାଷଣ ମାଧ୍ୟମରେ ରାଜ୍ୟ ସରକାରଙ୍କ ଦୃଷ୍ଟିକୋଣ ଏବଂ ରୋଡମ୍ୟାପ୍ ଉପସ୍ଥାପନ କରିବେ। ଏହି ସମୟରେ ମୁଖ୍ୟମନ୍ତ୍ରୀ ନାୟବ ସୈନି ଅର୍ଥମନ୍ତ୍ରୀ ଭାବରେ ମାର୍ଚ୍ଚ ୨ଟାରେ ସକାଳ ୧୧ଟାରେ ତାଙ୍କ ସରକାରଙ୍କ ଦ୍ୱିତୀୟ ବାର୍ଷିକ ବଜେଟ୍ ଉପସ୍ଥାପନ କରିବେ। ହରିୟାଣା ବିଧାନସଭାରେ ପ୍ରଥମ ଥର ପାଇଁ, ମାର୍ଶାଲ୍ ମାନଙ୍କ ସ୍ଥାନରେ ହରିୟାଣା ପୁଲିସ କର୍ମଚାରୀଙ୍କୁ ଦେଖାଯିବ। ଜଣେ ଡିଏସ୍ପି-ର୍ୟାଙ୍କ୍ ଅଧିକାରୀ ମୁଖ୍ୟ ମାର୍ଶାଲ୍ ଭାବରେ ବାଚସ୍ପତିଙ୍କ ସହିତ ଡ୍ୟୁଟିରେ ରହିବେ।
- Feb 20, 2026 10:26 IST
ପାଗା ବାଣ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୩ ହେଲା
କଟକ-ଜଗତପୁର: ପାଗା ବାଣ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୩ ହେଲା। ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ସୁଧାଂଶୁବାଳାଙ୍କ ଆଜି ସକାଳେ ମୃତ୍ୟୁ ହୋଇଛି।
/filters:format(webp)/sambad/media/media_files/2026/02/19/img-20260219-wa0027jpg-2026-02-19-23-00-05.jpeg)
ଜଗତପୁର ଥାନା ପାଗା ଫାଣ୍ଡି ଅନ୍ତର୍ଗତ ମହାଜନପୁର ପଞ୍ଚାୟତରେ ବଡ଼ଧରଣର ଅଘଟଣ ଘଟିଛି। ଘର ଭିତରେ ବାଣ ବିସ୍ଫୋରଣ ଘଟି ଗତକାଲି ଦୁଇ ଜଣଙ୍କ ମୃତ୍ୟୁ ଘଟିଥିଲା। ମୃତକମାନେ ହେଲେ ମା’ ଓ ଝିଅ। ସୁଧାଂଶୁବାଳା ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲରେ ଭର୍ତ୍ତି ହୋଇଥିଲେ।
- Feb 20, 2026 10:16 IST
ସାମାନ୍ୟ ବଚସାରୁ ଟାଙ୍ଗିଆରେ ଗୋଡ଼ାଇ ଗୋଡ଼ାଇ ହତ୍ୟା, ଯୁବକ ଅଟକ
ବାଲିଗୁଡ଼ା: ସାମାନ୍ୟ ବଚସାରୁ ଟାଙ୍ଗିଆରେ ଗୋଡ଼ାଇ ଗୋଡ଼ାଇ ହାଣି ହତ୍ୟା। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ବାରଖମା ଫାଣ୍ଡି ଅନ୍ତର୍ଗତ ଗାଟିଙ୍ଗିଆ ଗାଁରେ।
/filters:format(webp)/sambad/media/media_files/2026/02/20/untitled-2026-02-20-10-09-26.png)
ବାଲିଗୁଡ଼ା ଥାନା ପୁଲିସ୍ ଅଭିଯୁକ୍ତ ଜପ ମଲିକଙ୍କୁ ଥାନାରେ ଅଟକ ରଖି କିଭଳି ପରିସ୍ଥିତିରେ ଏପରି ଘଟଣା ଘଟିଛି ସେ ନେଇ ଅଧିକ ତଦନ୍ତ କରୁଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି।
- Feb 20, 2026 10:10 IST
ଫୁଟବଲ ପଡ଼ିଆରେ ସାଂସଦଙ୍କ ମୃତ୍ୟୁ
/sambad/media/post_attachments/images/2026/02/20/article/image/image-(40)-1771555777468_v-770294.webp)
ନୂଆଦିଲ୍ଲୀ: ଫୁଟବଲ୍ ଖେଳୁଥିବା ସମୟରେ ଗୁରୁବାର ସନ୍ଧ୍ୟାରେ ଶିଲଂ ସାଂସଦ ରିକି ଏ.ଜେ. ସିଂକନ୍ ପଡ଼ିଆରେ ପଡ଼ିଯାଇଥିଲେ। ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲକୁ ନିଆଯାଇଥିଲା। କିନ୍ତୁ ଡାକ୍ତରୀ ଦଳର ପ୍ରୟାସ ସତ୍ତ୍ୱେ ସେ କିଛି ସମୟ ପରେ ମୃତ୍ୟୁବରଣ କରିଥିଲେ। ରାତି ପ୍ରାୟ ୮ଟା ୪୨ରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ଏହା ମେଘାଳୟର ରାଜନୈତିକ ମହଲରେ ବ୍ୟାପକ ଶୋକ ସୃଷ୍ଟି କରିଛି। ସୂତ୍ର ଅନୁଯାୟୀ ସିଂକନ୍ ଗୁରୁବାର ସନ୍ଧ୍ୟାରେ ମାୱଲାଇ ମାୱିଓଙ୍ଗ ଖେଳ ପଡ଼ିଆରେ ବନ୍ଧୁମାନଙ୍କ ସହିତ ଫୁଟବଲ୍ ଖେଳିବାକୁ ଯାଇଥିଲେ। ସାଂସଦ ଫୁଟବଲ୍ ମ୍ୟାଚ୍ ସମୟରେ ପଡ଼ିଆରେ ପଡ଼ିଯାଇଥିଲେ, ଯାହା ଫଳରେ ଲୋକମାନେ ତାଙ୍କୁ ଜରୁରୀକାଳୀନ ଚିକିତ୍ସା ପାଇଁ ମାୱିଓଙ୍ଗ କମ୍ୟୁନିଟି ହେଲ୍ଥ ସେଣ୍ଟରକୁ ପଠାଇଥିଲେ।
- Feb 20, 2026 10:04 IST
ବଜାର ଖୋଲିବା ମାତ୍ରେ ରୁପା, ସୁନା ମହଙ୍ଗା
/filters:format(webp)/sambad/media/media_files/2026/01/15/stock-market-2026-01-15-14-34-15.jpg)
Stock Market ନୂଆଦିଲ୍ଲୀ: ଆଜି ପୁଣି ଥରେ ସୁନା ଏବଂ ରୂପା ମୂଲ୍ୟ ବୃଦ୍ଧି ପାଇଛି। ବଜାର ଖୋଲିବା ମାତ୍ରେ ରୁପା ମୂଲ୍ୟ ପ୍ରାୟ ୨୫୦୦ ଟଙ୍କା ବୃଦ୍ଧି ପାଇଥିଲା। ସୁନା ପ୍ରାୟ ୫୦୦ ଟଙ୍କା ମହଙ୍ଗା ହୋଇଯାଇଥିଲା। MCXରେ ମାର୍ଚ୍ଚ୫ ତାରିଖ ଡେଲିଭରି ପାଇଁ ରୁପା ପୂର୍ବ ଅଧିବେଶନରେ ୨,୪୧,୩୯୩ ପ୍ରତି କିଲୋଗ୍ରାମରେ ବନ୍ଦ ହୋଇଥିଲା ଏବଂ ଆଜି ୨,୪୩,୮୭୪ରେ ଖୋଲିଥିଲା। ସକାଳ 9:05 ରେ, ଏହା ୨,୪୩,୮୫୦ରେ କାରବାର କରୁଥିଲା, ଯାହା ୨,୪୫୭ ପ୍ରତିଶତ ବୃଦ୍ଧି ପାଇଥିଲା।
- Feb 20, 2026 08:57 IST
ଛତ୍ରପୁର ଦେବୀ ନଗରରେ ଯୁବକଙ୍କୁ ହତ୍ୟା
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଛତ୍ରପୁର ଦେବୀ ନଗରରେ ଯୁବକଙ୍କୁ ହତ୍ୟା। ଗତକାଲି ରାତ୍ରରେ ହତ୍ୟା କରାଯାଇଥିବା ସନ୍ଦେହ। ମୃତକ ହେଲେ ଛତ୍ରପୁର ଥାନା ଅଧୀନ ଅରୁଗୁଣୀ ଗ୍ରାମର ଆର. ରାଜା ରାଓ।
/filters:format(webp)/sambad/media/media_files/2026/02/19/1breaking-news-friday-2026-02-19-16-41-31.jpg)
ଘଟଣା ସ୍ଥଳରେ ଛତ୍ରପୁର ଏସଡ଼ିପିଓ ଓ ଛତ୍ରପୁର ଥାନାଧିକାରୀ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । ହତ୍ୟାର କାରଣ ଅସ୍ପଷ୍ଟ। - Feb 20, 2026 08:47 IST
ଟ୍ରମ୍ପଙ୍କ 'ଶାନ୍ତି ବୋର୍ଡ'ର ସଦସ୍ୟ ନୁହେଁ ଭାରତ
/sambad/media/post_attachments/images/2026/02/20/article/image/board-of-pics-1771554261138_v-516901.webp)
ନୂଆଦିଲ୍ଲୀ: ଗାଜା ସଙ୍କଟ ସମ୍ପର୍କରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ଦ୍ୱାରା ଆରମ୍ଭ ହୋଇଥିବା 'ଶାନ୍ତି ବୋର୍ଡ'ର ପ୍ରଥମ ବୈଠକରେ ଗୁରୁବାର ଭାରତ ପର୍ଯ୍ୟବେକ୍ଷକ ଭାବରେ ଅଂଶଗ୍ରହଣ କରିଥିଲା। ଭାରତ ଏହି ବୋର୍ଡର ଆନୁଷ୍ଠାନିକ ସଦସ୍ୟ ନୁହେଁ। ଡୋନାଲ୍ଡ ଜେ. ଟ୍ରମ୍ପ ଇନଷ୍ଟିଚ୍ୟୁଟ୍ ଅଫ୍ ପିସ୍ରେ ଅନୁଷ୍ଠିତ ବୈଠକରେ ଭାରତର ପ୍ରତିନିଧିତ୍ୱ ୱାଶିଂଟନ୍ ଡିସିରେ ଥିବା ଭାରତୀୟ ଦୂତାବାସର ଚାର୍ଜ ଡି'ଆଫେୟର୍ସ ନାମଗ୍ୟା ଖାମ୍ପା କରିଥିଲେ। ଗତ ମାସରେ ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମରେ ଟ୍ରମ୍ପ ଗାଜାରେ ଶାନ୍ତି ପାଇଁ 'ଶାନ୍ତି ବୋର୍ଡ'ର ରୂପରେଖା ଉପସ୍ଥାପନ କରିଥିଲେ। ସେ ଘୋଷଣା କରିଥିଲେ ଯେ ସମସ୍ତେ ଏହି ପ୍ରତିଷ୍ଠାନର ଅଂଶ ହେବାକୁ ଚାହାଁନ୍ତି, ଯାହା ଶେଷରେ ଜାତିସଂଘକୁ ପ୍ରତିଦ୍ୱନ୍ଦ୍ୱୀ କରିପାରିବ।
- Feb 20, 2026 08:39 IST
କିଙ୍ଗ୍ ଚାର୍ଲ୍ସଙ୍କ ଭାଇ ଆଣ୍ଡ୍ରୁ ୧୧ ଘଣ୍ଟା ପରେ ମୁକ୍ତ
/sambad/media/post_attachments/aajtak/images/story/202602/69979f76ba7cc-andrew-mountbatten-windsor-194033477-16x9-376942.jpg?size=948:533)
ନୂଆଦିଲ୍ଲୀ: ପୂର୍ବତନ ବ୍ରିଟିଶ ରାଜକୁମାର ଆଣ୍ଡ୍ରୁ ମାଉଣ୍ଟବ୍ୟାଟେନ-ୱିଣ୍ଡସରଙ୍କୁ ଗୁରୁବାର ଜେଫ୍ରି ଏପଷ୍ଟାଇନଙ୍କ ଦ୍ୱାରା ଦୁର୍ବ୍ୟବହାର ଅଭିଯୋଗରେ ଗିରଫ କରାଯାଇଥିଲା ଏବଂ ପରେ ମୁକ୍ତ କରାଯାଇଥିଲା। ୬୬ ବର୍ଷୀୟ ଆଣ୍ଡ୍ରୁଙ୍କ ବିରୁଦ୍ଧରେ ଜଣେ ଦୋଷୀ ଯୌନ ଅପରାଧୀ ଏପଷ୍ଟାଇନଙ୍କୁ ସରକାରୀ କାଗଜପତ୍ର ପଠାଇବା ଅଭିଯୋଗ ହୋଇଛି। ଆଣ୍ଡ୍ରୁଙ୍କୁ ତାଙ୍କ ୬୬ତମ ଜନ୍ମଦିନରେ ପୂର୍ବ ଇଂଲଣ୍ଡର ସାଣ୍ଡ୍ରିଂହାମ ଇଷ୍ଟେଟରେ ତାଙ୍କ ଘରେ ଅଟକ ରଖାଯାଇଥିଲା। ପ୍ରାୟ ୧୧ ଘଣ୍ଟା ପଚରାଉଚରା ପରେ, ତାଙ୍କୁ ତଦନ୍ତ ଅଧୀନରେ ମୁକ୍ତ କରାଯାଇଥିଲା, ଅର୍ଥାତ୍ ସେ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ଅଭିଯୋଗର ସମ୍ମୁଖୀନ ହୋଇନାହାଁନ୍ତି, କିନ୍ତୁ ତଦନ୍ତ ଚାଲିଛି। ଆଣ୍ଡ୍ରୁଙ୍କ ଗିରଫଦାରୀ ପରେ, ରାଜା ଚାର୍ଲ୍ସ ଏକ ବିବୃତ୍ତି ଜାରି କରି କହିଛନ୍ତି, ମୁଁ ଆଣ୍ଡ୍ରୁ ମାଉଣ୍ଟବ୍ୟାଟେନ-ୱିଣ୍ଡସର ଏବଂ ସରକାରୀ କାର୍ଯ୍ୟାଳୟରେ ଅସଦାଚରଣ ଅଭିଯୋଗ ବିଷୟରେ ଖବର ଶୁଣିଛି ଯାହାର ତଦନ୍ତ କରାଯାଉଛି। ଆଇନକୁ ତା'ର କାର୍ଯ୍ୟ କରିବାକୁ ଦିଅ।
- Feb 20, 2026 08:26 IST
ତପ୍ତପାଣି ଘାଟିରୁ ୨୦ ଫୁଟ ତଳକୁ ଖସିଲା ମକା ବୋଝେଇ ଟ୍ରକ୍
ପାଟପୁର: ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅଧୀନ ତପ୍ତପାଣି ଘାଟିରେ ଏକ ମକା ବୋଝେଇ ଟ୍ରକ୍ ୨୦ ଫୁଟ ତଳକୁ ଖସି ଦୁର୍ଘଟଣାଗ୍ରସ୍ତ ହୋଇଛି। ଟ୍ରକ୍ଟି ଗଜପତି ଜିଲ୍ଲା ମୋହନାରୁ ବ୍ରହ୍ମପୁର ଆସୁଥିବା ବେଳେ ହରିଣପାର୍କ-ଖେମୁଣ୍ଡିଖୋଲି ମଧ୍ୟରେ ଘାଟିରୁ ଖସି ପଡ଼ିଥିଲା। ଫଳରେ ଚାଳକ ଚାପି ହୋଇ ରହିଯାଇଥିଲେ। ସାନଖେମୁଣ୍ଡି ଅଗ୍ନିଶମବାହିନୀ ଓ ପାଟପୁର ପୁଲିସ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ।
/filters:format(webp)/sambad/media/media_files/2026/02/20/unt-2026-02-20-08-25-59.png)
ଚାଳକଜଣକ ସାମାନ୍ୟ ଆହତ ହୋଇଥିବା ବେଳେ ବର୍ତ୍ତମାନ ବିପଦମୁକ୍ତ ରହିଛନ୍ତି। ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ତାଙ୍କର ଚିକିତ୍ସା ଜାରି ରହିଥିବା ପାଟପୁର ଥାନାଧିକାରୀ ସୂଚନା ଦେଇଛନ୍ତି।
- Feb 20, 2026 08:09 IST
ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭବାନୀପାଟଣା ଫରେଷ୍ଟରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
ଭବାନୀପାଟଣା: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭବାନୀପାଟଣା ଉତ୍ତର ବନଖଣ୍ଡ ଭଟାଙ୍ଗପଦର ରେଞ୍ଜର ଫରେଷ୍ଟର ଭାଗବତ ଭୂଷଣ ବେହେରାଙ୍କ ପୈତୃକ ଘର ଦେଉଣ୍ଡି ଓ ଭବାନୀପାଟଣା ସହର ହିଲ ଟାଉନ ସ୍ଥିତ ସାଇ ନଗର ସ୍ଥିତ ୩ମହଲା କୋଠା ଓ ଭଟାଙ୍ଗପଦର କାର୍ଯ୍ୟାଳୟରେ ଭିଜିଲାନ୍ସ ବିଭାଗର ଚଢ଼ାଉ।
/filters:format(webp)/sambad/media/media_files/2026/02/20/untitled-2026-02-20-08-09-04.png)
ସକାଳ ୬ଟାରୁ ଏକକାଳୀନ ତିନିଟି ସ୍ଥାନରେ ଚଢାଉ କରିଛନ୍ତି ଭିଜିଲାନ୍ସ ଟିମ୍।
- Feb 20, 2026 07:51 IST
ଜବଲପୁରରେ ମନ୍ଦିର ଭଙ୍ଗାରୁଜା
/sambad/media/post_attachments/images/2026/02/20/article/image/jagran-photo-1771549441728_v-978419.webp)
ଜବଲପୁର: ମଧ୍ୟପ୍ରଦେଶର ଜବଲପୁର ଜିଲ୍ଲାର ସିହୋରା ତହସିଲରେ ଗୁରୁବାର ରାତି ପ୍ରାୟ ୯ଟାରେ ବିବାଦ ପରେ ଦୁଇଟି ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଏକ ଧାର୍ମିକ ସ୍ଥଳ ବାହାରେ ରେଲିଂ ଭାଙ୍ଗିବା ଯୋଗୁଁ ଉତ୍ତ୍ୟକ୍ତ ହୋଇ ଉଭୟ ଗୋଷ୍ଠୀ ପରସ୍ପର ଉପରେ ପଥର ମାଡ଼ କରିଥିଲେ। କିଛି ଲୋକ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି। ପୁଲିସ ଦଙ୍ଗାକାରୀଙ୍କୁ ଘଉଡ଼ାଇବା ପାଇଁ ହାଲୁକା ବଳ ପ୍ରୟୋଗ କରିଥିଲା ଏବଂ ଲୁହ ବୁହା ଗ୍ୟାସ ମଧ୍ୟ ଫୁଟାଇଥିଲା। ଉତ୍ତେଜନାର ଜବାବରେ କଲେକ୍ଟର ରାଘବେନ୍ଦ୍ର ସିଂହ ଏବଂ ପୋଲିସ ଅଧିକ୍ଷକ ସମ୍ପତ ଉପାଧ୍ୟାୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅତିରିକ୍ତ ଫୋର୍ସ ମୁତୟନ କରାଯାଇଛି। ପୋଲିସ ପରିସ୍ଥିତି ନିୟନ୍ତ୍ରଣରେ ରଖିଥିବା ଦାବି କରିଛି ଏବଂ ତଦନ୍ତ ପରେ ମାମଲା ରୁଜୁ କରିବ ବୋଲି କହିଛି। ସିହୋରାର ୱାର୍ଡ ନମ୍ବର ୫ର ଆଜାଦ ଚୌକରେ ଏହି ଘଟଣା ଘଟିଛି, ଯେଉଁଠାରେ ଦୁର୍ଗା ମନ୍ଦିର ଏବଂ ମସଜିଦ ଅଛି। ରାତି ପ୍ରାୟ ୯ଟାରେ ମନ୍ଦିରରେ ଆରତୀ କରାଯାଉଥିଲା। ସେହି ସମୟରେ କିଛି ଲୋକ ନମାଜ ପାଠ କରିବାକୁ ମସଜିଦରେ ପହଞ୍ଚିଥିଲେ। ଉଭୟ ସମ୍ପ୍ରଦାୟର ଯୁବକଙ୍କ ମଧ୍ୟରେ ଉଗ୍ର ଯୁକ୍ତିତର୍କ ହୋଇଥିଲା।
🔴 BUDGET LIVE UPDATES: ୩ଲକ୍ଷ ୧୦ ହଜାର କୋଟିର ବଜେଟ୍ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ; ଯୁବକଙ୍କୁ ଛୁରାମାଡ଼
ଆମେ ଆମର ପାଠକଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ ଖବର ସହିତ ଅପଡେଟ୍ କରିବାକୁ ଉଦ୍ୟମ କରୁଛୁ। ଆପଣଙ୍କ ପାଇଁ ସଦ୍ୟତମ ଏବଂ ବ୍ରେକିଂ ନ୍ୟୁଜ୍ ଆଣିବାକୁ ଆମେ ପ୍ରତିବଦ୍ଧ। ପ୍ରାରମ୍ଭିକ ସୂଚନା ମାଧ୍ୟମରେ ଏହି ଖବରକୁ ନିରନ୍ତର କ୍ରମାଗତ ଭାବେ ଅପ୍ଡେଟ୍ କରୁଛୁ।
/sambad/media/media_files/2026/02/19/1breaking-news-friday-2026-02-19-16-41-31.jpg)
Advertisment
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)