ଅକ୍ଟୋବର ୧୩ରେ ପ୍ରଭାତ ବିଶ୍ୱାଳଙ୍କ ପରବର୍ତ୍ତୀ ଶୁଣାଣି

କଟକ: ସିସୋର ଚିଟ୍‌ ଫଣ୍ଡ ଲିଙ୍କ ମାମଲାରେ ଗିରଫ ହୋଇଥିବା କଟକ-ଚୌଦାର ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ପରବର୍ତ୍ତୀ ଶୁଣାଣି ହାଇକୋର୍ଟରେ ଆଗାମୀ ଅକ୍ଟୋବର ୧୩ରେ ହେବ। କେସ ଡାଏରୀ ଦାଖଲ କରିବାକୁ ସିବିଆଇକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଗତ ସେପ୍ଟେମ୍ବର ୧୮ ରାତିରେ ଗିରଫ କରାଯିବା ପରେ ସିବିଆଇ ପକ୍ଷରୁ ପ୍ରଭାତଙ୍କୁ କୋର୍ଟରେ ହାଜର କରାଯାଇ ଥିଲା। ଏହା ପରେ ସିବିଆଇ ପକ୍ଷରୁ ୫ ଦିନ ରିମାଣ୍ଡ ପାଇଁ ଆବେଦନ କରାଯାଇଥିଲା। ପ୍ରଭାତଙ୍କ ନାମରେ ଭାରତୀୟ ଦଣ୍ଡ ସଂହିତା ଧାରା ୧୨୦ବି, ୪୨୦, ୪୬୭, ୪୦୯, ୪୭୧ ଓ ୪୫୬ ରହିଛି।

ସ୍ୱତନ୍ତ୍ର ସିବିଆଇ କୋର୍ଟରେ ହାଜର ହେବା ପରେ ପ୍ରଭାତ ବିଶ୍ୱାଳ କହିଥିଲେ, ସତ୍ୟର ଜୟ ହେବ। ତାଙ୍କୁ ଗିରଫ କରାଯିବା ପଛରେ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ପ୍ରଭାତ କହିଛନ୍ତି। ପ୍ରଭାତଙ୍କୁ ଗିରଫ କରିବାରେ ରାଜନୈତିକ ଷଡ଼ଯନ୍ତ୍ର ରହିଛି ବୋଲି ବିଜେଡି ନେତାମାନେ ଅଭିଯୋଗ ଆଣିଥିଲେ।

ସମ୍ବନ୍ଧିତ ଖବର