କଟକ: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଅନ୍ତର୍ଗତ ଗହୀରମଥା ଋଷିକୂଲ୍ୟାରେ ଅଲିଭ୍ ରିଡଲେ କଇଁଛଙ୍କ ସୁରକ୍ଷା ଚିନ୍ତା ନେଇ ମାମଲା ହାଇକୋର୍ଟରେ ଜାରି ରହିଛି। ସତ୍ୟପାଠ ଦାଖଲ ନେଇ ହାଇକୋର୍ଟ ନିର୍ଦ୍ଦେଶ ଦେଲେ ଦେଇଛନ୍ତି। ସବୁ ମାଛ ଧରା ବୋଟ୍‌ରେ ଜିପିଏସ୍‌ ଲାଗିଲା କି ନାହିଁ? ମେରାଇନ୍ ଥାନାରେ ପର୍ଯ୍ୟାପ୍ତ ପରିମାଣର ପୁଲିସ ଅଛନ୍ତି କି ନାହିଁ? ନିଷେଧାଞ୍ଚଳ ଭିତରକୁ ଯାଉଥିବା ବୋଟ୍ ଉପରେ ନଜର ରଖିବ ମେରାଇନ ପୁଲିସ। ଏସବୁ ନେଇ ସବିଶେଷ ତଥ୍ୟ ସତ୍ୟପାଠରେ ଦର୍ଶାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ଏକ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ହାଇକୋର୍ଟ ନିଜ ଆଡୁ ଏହି ମାମଲା କରିଥିଲେ।

Advertisment

ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଓଡ଼ିଶାର ଏକମାତ୍ର ସାମୁଦ୍ରିକ ଅଭୟାରଣ୍ୟ ଅଟେ, ଯେଉଁଠିକାର ଜୈବବିବିଧତା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। ଉତ୍ତରରେ ଧାମରା ମୁହାଣରୁ ଦକ୍ଷିଣରେ ମହାନଦୀ ମୁହାଣ ପର୍ଯ୍ୟନ୍ତ ଏହାର ପରିସର ବ୍ୟାପିଛି। ଅଲିଭ ରିଡ଼ଲେ ସାମୁଦ୍ରିକ କଇଁଛ ପାଇଁ ଏହି ସ୍ଥାନର ମହତ୍ତ୍ୱ ବୃଦ୍ଧି ପାଇଛି। ଏହା ବିଶ୍ୱର ତିନୋଟି ପ୍ରମୁଖ କଇଁଛ ଅଣ୍ଡାଦାନସ୍ଥଳୀ ମଧ୍ୟରୁ ଅନ୍ୟତମ।

ହାଇକୋର୍ଟଙ୍କ ଦ୍ଵାରା ଗଠିତ ତିନି ଜଣିଆ ଟିମ୍ ପୂର୍ବରୁ ରିପୋର୍ଟ ଦେଇଥିଲେ। ଅଲିଭ ରିଡ଼ଲେ କଇଁଛଙ୍କ ସୁରକ୍ଷା ସହ ମତ୍ସ୍ୟଜୀବୀଙ୍କ ଜୀବିକା ବଞ୍ଚିକି ରହୁ ବୋଲି ଟିମ୍‌ କହିଥିଲେ। ଏହା ଗହୀରମଥା ଓ ଋଷିକୁଲ୍ୟା ନଦୀ ମୁହାଣକୁ ସୁରକ୍ଷିତ ରଖାଯାଉ। ମାଛ ଧରିବା ପାଇଁ ଯେଉଁ ସମୟରେ ମତ୍ସ୍ୟଜୀବୀଙ୍କ ଉପରେ କଟକଣା ଲଗାଯାଉଛି ସେହି ସମୟରେ ମନରେଗାରେ ସେମାନଙ୍କୁ କାମ ଦିଆଯାଉ।