କେନ୍ଦ୍ରାପଡ଼ା ଜିଲ୍ଲାପାଳ, ଏସ୍‌ପିଙ୍କୁ ଏନଜିଟି ନିର୍ଦ୍ଦେଶ : ବ୍ରାହ୍ମଣୀରୁ ବାଲି ଉଠାଣ ବନ୍ଦ କର

କେନ୍ଦ୍ରାପଡ଼ା :କେନ୍ଦ୍ରାପଡ଼ା ଜିଲ୍ଲାର ବ୍ରାହ୍ମଣୀ ନଦୀରୁ ଅବିରତ ଭାବେ ଚାଲିଥିବା ବେଆଇନ୍‌ ବାଲି ଉଠାଣ ବନ୍ଦ କରିବାକୁ ନୂଆଦିଲ୍ଲୀସ୍ଥିତ ନ୍ୟାସନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ୍‌ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ୍‌ ଏସ୍‌ପି ଵଗଡ଼ି ଓ ସଦସ୍ୟ ଡ. ନାଗିନ୍‌ ନନ୍ଦଙ୍କୁ ନେଇ ଗଠିତ ଖଣ୍ତପୀଠ ଆଜି ଏହି ଗୁରୁତ୍ବପୂର୍ଣ୍ଣ ଶୁଣାଣି କରିଛନ୍ତି । ମାନ୍ୟବର ସୁପ୍ରିମକୋର୍ଟଙ୍କ ବାରଣ ସତ୍ବେ ବ୍ରାହ୍ମଣୀ ଅବବାହିକାରୁ ଜିଳ୍ଲା ପ୍ରଶାସନ ଦ୍ବାରା ବେଆଇନ ଭାବେ ବାଲି, ମାଟି ଉଠାଯାଉଥିଲା। ବାଲି ଉତ୍ତୋଳନକୁ ସମ୍ପୂର୍ଣ୍ଣ ବେଆଇନ୍‌ ବୋଲି ଅଭିଯୋଗ କରି ଗ୍ରୀନ୍‌ ଟ୍ରିବ୍ୟୁନାଲ୍‌ର ହସ୍ତକ୍ଷେପ ଲୋଡ଼ିଥିଲେ ମନୋର˚ଜନ ପ୍ରଧାନ ଓ ଅନ୍ୟମାନେ। ମନୋର˚ଜନଙ୍କ ପକ୍ଷରୁ କେସ୍‌ ନ˚ ୪୧/୧୮ରେ ଆଗତ ଏହି ରିଟ୍‌ ପିଟିସନ୍‌ର ଆଜି ଶୁଣାଣି କରିଥିଲେ ଟ୍ରିବ୍ୟୁନାଲ୍‌ର ଏହି ଖଣ୍ତପୀଠ। ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କୁ ଏକ ମାସ ମଧୢରେ ଏହି ବେଆଇନ୍‌ ବାଲି ଉତ୍ତୋଳନ କାମ ବନ୍ଦ ହୋଇଥିବା ସମ୍ପର୍କିତ ସମସ୍ତ ନଥିପତ୍ର ଦଖଲ କରିବାକୁ ଗ୍ରୀନ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ ସୁପ୍ରିମ୍‌କୋର୍ଟଙ୍କ ନିଷେଧାଜ୍ଞା ସତ୍ବେ କେନ୍ଦ୍ରାପଡ଼ା ଜିଳ୍ଲାର ମହାନଦୀ, ଚିତ୍ରୋତ୍ପଳା, ପାଇକା, ବ୍ରାହ୍ମଣୀ ଓ ଅନ୍ୟ ନଦୀରୁ ପ୍ରତିଦିନ କୋଟି କୋଟି ଟଙ୍କାର ବାଲି ଉତ୍ତୋଳନ କରାଯାଉଛି । ଏମିତିକି ନିକଟରେ ବ୍ରାହ୍ମଣୀ ନଦୀର ମୁହାଣ ପର୍ଯ୍ୟନ୍ତ ନଦୀ ଖନନ ନାମରେ କୋଟି କୋଟି ଟଙ୍କାର ବେଆଇନ୍‌ ବାଲି ଉଠାଣ ହୋଇ ଭଦ୍ରକ ଜିଲ୍ଲାରେ ରାସ୍ତା ନିର୍ମାଣ ସମ୍ପର୍କରେ ରାଜ୍ୟସଭା ସା˚ସଦ ପ୍ରତାପ୍‌ ଦେବ୍‌ ପାଲାର୍ମେଣ୍ଟରେ ପ୍ରଶ୍ନ ଉତ୍‌ଥାପନ କରିଥିଲେ ।

ସମ୍ବନ୍ଧିତ ଖବର