ଯାଜପୁରରୋଡ଼ : କଳିଙ୍ଗନଗର ପରିବେଶ ସୁରକ୍ଷା ସମିତି ପକ୍ଷରୁ ଆଗତ ଏକ ପିଟିସନର ଶୁଣାଣି କରି ଜାତୀୟ ଗ୍ରିନ ଟ୍ରିବ୍ୟୁନାଲ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ କୈଫିୟତ ତଲବ କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ମିଳିଥିବା ସୂଚନା ଅନୁଯାୟୀ କଳିଙ୍ଗନଗରର ପ୍ରତିଷ୍ଠିତ ଭିସା ଷ୍ଟିଲ କାରଖାନା ତାର ବର୍ଯ୍ୟଜଳକୁ ଖୋଲାମେଲାରେ ଗଣ୍ଡାନାଳକୁ ଛାଡ଼ି ଦେଉଛି। ଏହାଦ୍ବାରା ଗଣ୍ଡାନାଳର ପାଣି ପ୍ରଦୂଷିତ ହେଉଥିବାବେଳେ ଏହା ବ୍ରାହ୍ମଣୀ ନଦୀରେ ମିଶିବା ଦ୍ବାରା ବ୍ରାହ୍ମଣୀ ଜଳ ମଧ୍ୟ ଜହର ପାଲଟିଛି। କଳିଙ୍ଗନଗର ପରିବେଶ ସୁରକ୍ଷା ସମିତି ପକ୍ଷରୁ ଆଗତ ଅଭିଯୋଗର ଗୁରୁତ୍ବକୁ ଉପଲବ୍ଧି କରିଛନ୍ତି ଜାତୀୟ ଗ୍ରିନ ଟ୍ରିବ୍ୟୁନାଲ। ଅଭିଯୋଗର ତଦନ୍ତ କରି ଏକ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରିବା ସହିତ ଏହାକୁ ଜାତୀୟ ଗ୍ରିନ ଟ୍ରିବ୍ୟୁନାଲ ନିକଟରେ ଦାଖଲ କରିବାକୁ ଓଡ଼ିଶା ପ୍ରଦୂଷଣ କଣ୍ଟ୍ରୋଲ ବୋର୍ଡକୁ କୁହାଯାଇଛି। ଅନ୍ୟପଟେ ଟ୍ରିବ୍ୟୁନାଲ କହିଛନ୍ତି ଯେ ଯଦି ଅଭିଯୋଗ ସତ, ତେବେ ସେନେଇ କି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସେସଂପର୍କିତ ସମସ୍ତ କାଗଜପତ୍ର ଦାଖଲ କରିବାକୁ ମଧ୍ୟ କୁହାଯାଇଛି।