ସତ୍ୟବାଦୀ: ଭୁବନେଶ୍ୱରରୁ ପୁରୀ ଜିଲ୍ଲାର ସତ୍ୟବାଦୀ ଦେଇ ଯାଇଥିବା ଜାତୀୟ ରାଜପଥ ନମ୍ବର-୩୧୬କୁ ଗୁରୁବାର ସ୍ଥାନୀୟ ଲୋକମାନେ ଅବରୋଧ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ ବିଦ୍ୟୁତ ତା’ର ଜନିତ ଦୁର୍ଘଟଣାରେ ଫେଡକୋରେ କାର୍ଯ୍ୟରତ ଦିଲ୍ଲୀପ ମହାରଣାଙ୍କ ମୃତ୍ୟୁ ହେବା ପରେ ସ୍ଥାନୀୟ ଅଞ୍ଚଳର ଲୋକେ ମୃତ ଦେହକୁ ରାସ୍ତା ମଝିରେ ରଖି ଅବରୋଧ କରିଛନ୍ତି। ଏହା ପ୍ରଭାବରେ ସତ୍ୟବାଦୀରେ ଭୁବନେଶ୍ୱର ଓ ପୁରୀ ରାସ୍ତାରେ ପ୍ରାୟ ୫୦୦୦ରୁ ଅଧିକ ଯାନବାହାନ ଚଳାଚଳ ପ୍ରଭାବିତ ହୋଇଛି। ଦିଲ୍ଲୀପଙ୍କ ଘର ସତ୍ୟବାଦୀ ଅଞ୍ଚଳରେ ହୋଇଥିବା ବେଳେ, ସେ ଫେଡକୋରେ ଲାଇନମ୍ୟାନ ଭାବରେ କାମ କରୁଥିଲେ। ଏକ ବିଦ୍ୟୁତ ଖମ୍ବକୁ ଚଢ଼ି ତା’ଣ ସଂଯୋଗ କରୁଥିବା ବେଳେ ନିକଟରେ ଯାଇଥିବା ଅନ୍ୟ ଏକ ବିଦ୍ୟୁତ ତା’ର ସଂସ୍ପର୍ଶରେ ଆସି ଦୁର୍ଘଟଣାର ଶିକାର ହୋଇଥିଲେ।
ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି ନେଇ ଲୋକମାନେ ରାସ୍ତା ଅବରୋଧ କରିବା ପରେ ବହୁ ସମୟ ଧରି ଯାତାୟତ ପ୍ରଭାବିତ ହୋଇଥିଲା। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଥିଲ। ପରେ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଘଟଣାସ୍ଥଳକୁ ପହଞ୍ଚି ଉତ୍ତ୍ୟକ୍ତ ଲୋକମାନଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା। ସେହିଭଳି ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳକୁ ପହଞ୍ଚିଥିଲେ ମଧ୍ୟ ରିପୋର୍ଟ ଲେଖାଯିବା ବେଳକୁ ଲୋକଙ୍କର ଦାବୀ ପୂରଣ ହୋଇ ନଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/09/puri-1.jpg)