ଅନୁଗୁଳ: ପୁଲିସ କାର୍ଯ୍ୟାନୁଷ୍ଠାନ ଦାବି କରି ୫୫ ନମ୍ବର ଜାତୀୟ ରାଜପଥ ଅବରୋଧ

ଅନୁଗୁଳ: ଅଜ୍ଞାତ ଆକ୍ରମଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରି ଗୋଟିଏ ପରିବାର ଏବଂ କେତେକ ବ୍ୟବସାୟୀଙ୍କ ପକ୍ଷରୁ ରବିବାର ପୂର୍ବାହ୍ନରେ ଅନୁଗୁଳ ଥାନା ସାମ୍ନା ୫୫ ନମ୍ବର ଜାତୀୟ ରାଜପଥ ଅବରୋଧ କରାଯାଇଛି।

ଘଟଣାରୁ ପ୍ରକାଶ ଯେ କୌଣସି ସମସ୍ୟାକୁ ନେଇ ଅନୁଗୁଳର ବ୍ୟବସାୟୀ ମୋଦି ପରିବାରର ଭାଇମାନଙ୍କ ମଧ୍ୟରେ ତୁମୁଳ ବିବାଦ ସୃଷ୍ଟି ହୋଇଥିଲା। ମୋଦି ଭ୍ରାତାମାନେ ଦୁଇ ଦଳ ହୋଇ ପରସ୍ପର ଉପରେ ଆକ୍ରମଣ ପ୍ରତିଆକ୍ରମଣ କରୁଥିଲେ।
ସେମାନଙ୍କ ମଧ୍ୟରୁ ସୌରଭ ମୋଦି ନାମକ ଜଣେ ଭାଇ ଗତ ୯ ତାରିଖ ସକାଳେ ପିଲାମାନଙ୍କୁ ସ୍କୁଲ୍‌ରେ ଛାଡ଼ି କାର୍‌ରେ ଫେରୁଥିବାବେଳେ ତାଙ୍କ ଉପରେ କେତେକ ଅଜ୍ଞାନ୍ତ ବ୍ୟକ୍ତି ଆକ୍ରମଣ କରି ତାଙ୍କ ପ୍ରାୟ ୩୦ଟି କ୍ଷତ କରିଥିଲେ ବୋଲି ସେ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ ଆକ୍ରମଣକାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିବା କଥା ସେ କହୁଛନ୍ତି।

ପୁଲିସର କାର୍ଯ୍ୟାନୁଷ୍ଠାନ ଦାବି କରି ସୌରଭଙ୍କ ଦଳର ପରିବାର ଏବଂ ଅନୁଗୁଳର ଅଳ୍ପ କେତକ ବ୍ୟବସାୟୀ ଥାନା ନିକଟ ଦେଇ ପଡ଼ିଥିବା ୫୫ ନମ୍ବର ଜାତୀୟ ରାଜପଥ ଅବରୋଧ କରି ବସିଛନ୍ତି।

 

ସମ୍ବନ୍ଧିତ ଖବର