କେନ୍ଦୁଝର: ଜାତୀୟ ରାଜପଥ ନିର୍ମାଣ କରୁଥିବା ଠିକାସଂସ୍ଥା ଗାୟତ୍ରୀ କନଷ୍ଟ୍ରକ୍ସନକୁ ଅହେତୁକ ଅନୁକମ୍ପା ଦେଖାଇ ନିଲମ୍ବିତ ହେଲେ ଜାତୀୟ ରାଜପଥ ପ୍ରାଧିକରଣର ପ୍ରକଳ୍ପ ନିର୍ଦ୍ଦେଶକ ଏ.ଏସ୍. ରାଓ। ଦୁର୍ନୀତ ଓ ଆର୍ଥିକ ଅନିୟମିତତା ପାଇଁ ତାଙ୍କୁ ନିଲମ୍ବନ କରାଯାଇଛି। ତାଙ୍କୁ କୋଲକାତାସ୍ଥିତ ମୁଖ୍ୟାଳୟରେ ହାଜିରା ଦେବାକୁ ନିର୍ଦେଶ ରହିଛି।
ପ୍ରାପ୍ତ ସୂଚନା ଅନୁସରାରେ, ଶ୍ରୀ ରାଓ ପୂର୍ବରୁ ଢେଙ୍କାନାଳରେ ଏନ୍ଏଚ୍ଏଆଇ’ର ପ୍ରକଳ୍ପ ନିର୍ଦ୍ଦେଶକ ଦାୟିତ୍ୱରେ ଥିଲେ। କିଛିଦିନ ପୂର୍ବରୁ ତାଙ୍କର କେନ୍ଦୁଝର ବଦଳି ହୋଇଥିଲା। କଟକ-ଅନୁଗୁଳ ଜାତୀୟ ରାଜପଥ କାମ ଗାୟତ୍ରୀ କମ୍ପାନି କରୁଥିଲା। ନିର୍ଦ୍ଧାରିତ ସମୟରେ କାମ ଶେଷ ନ କରିବାରୁ ଠିକାସଂସ୍ଥାକୁ କାର୍ଯ୍ୟରୁ ଅନ୍ତର କରାଯାଇଥିଲା। ଗାୟତ୍ରୀ କମ୍ପାନି କାମ ଛାଡ଼ିବା ପରେ ତାଙ୍କୁ ଅଧିକ ଟଙ୍କା ପଇଠ କରାଯାଇଥିବା ଅଡିଟ୍ ବେଳେ ଧରାପଡ଼ିବାରୁ ଏନ୍ଏଚ୍ଏଆଇ ପକ୍ଷରୁ କଠୋର କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇଛି। ଶ୍ରୀ ରାଓଙ୍କୁ ନିଲମ୍ବନ କରାଯିବା ପରେ ଆଜି ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟର ଡିଜିଏମ୍ ସୁନୀଲ କୁମାରଙ୍କୁ କେନ୍ଦୁଝର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।