ଜାତୀୟ ମାନବାଧିକାର ଆୟୋଗ ପକ୍ଷରୁ ଜିଲ୍ଲାପାଳଙ୍କୁ ରିପୋର୍ଟ ତଲବ

ଆଦିମ ମହ୍ଲାର ଜନଜାତି ବଂଶ ବୁଡ଼ିଯିବା ପ୍ରସଙ୍ଗ

କାଳିଆପାଣି : ଉପେକ୍ଷିତ ଆଦିମ ଜନଜାତି ମହ୍ଲାର ବଂଶ ବୁଡ଼ି ଯାଉଥିବା ପ୍ରସଙ୍ଗକୁ ଜାତୀୟ ମାନବାଧିକାର କମିସନ(ଏନ୍‌ଏଚ୍‌ଆରସି) ଗୁରୁତ୍ବର ସହ ଗ୍ରହଣ କରିଛନ୍ତି। ଗତ ଜୁଲାଇ ମାସ ୧୧ ତାରିଖ’ସମ୍ବାଦ’ରେ ‘ବୁଡ଼ି ଯାଉଛି ଆଦିମ ଜନଜାତି ମହ୍ଳାର ବଂଶ’ ଶୀର୍ଷକ ଖବର ପ୍ରକାଶ ପାଇବା ପରେ ନୂଆଦିଲ୍ଲୀରେ ଅବସ୍ଥାପିତ ଢେଙ୍କାନାଳ କାମାକ୍ଷାନଗର ଖୁରୁସିଆ ଗାଁର ମାନବାଧିକାର କର୍ମୀ ଭଜମନ ବିଶ୍ବାଳ ଗତ ଅଗଷ୍ଟ ୧୮ ତାରିଖରେ ଏନ୍‌ଏଚ୍‌ଆରସିରେ ମାମଲା ରୁଜୁ କରିଥିଲେ।

ଏନ୍‌ଏଚ୍‌ଆରସି ପକ୍ଷରୁ କେସ୍ ନଂ ୩୨୭୨/୧୮/୨୪/୨୦୨୨ ପଞ୍ଜିକୃତ ହୋଇଥିଲା। ପରେ ଗତକାଲି ଏନେଇ ଯାଜପୁର ଜିଲ୍ଲାପାଳଙ୍କୁ ରିପୋର୍ଟ ତଲବ କରାଯାଇଛି। ବିଲୁପ୍ତ ମହ୍ଲାର ବଂଶର ସୁରକ୍ଷା ଓ ଅବହେଳିତ ଜନଜାତିଙ୍କ ଜୀବନ ଧାରଣ ଦିଗରେ ପ୍ରଶାସନ ପକ୍ଷରୁ କି ପଦକ୍ଷେପ ନିଆଯାଇଛି ସେ ସଂପର୍କରେ ଅବଗତ କରାଇବା ପାଇଁ ଜିଲ୍ଲାପାଳଙ୍କୁ ରିପୋର୍ଟ ତଲବ କରାଯାଇଛି। ୭ ଦିନ ମଧ୍ୟରେ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଓ ଆଗାମୀ ଯୋଜନା ସଂକ୍ରାନ୍ତୀୟ ରିପୋର୍ଟ ପ୍ରଦାନ କରିବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର