ବାରିପଦା: ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ବାଘମୁଣ୍ଡା ଗ୍ରାମର ଘନଶ୍ୟାମ ହୋଙ୍କ ପୁଅ ସଦା ହୋ(୧୬) ଗତ ୨୦୧୯ ଅଗଷ୍ଟ ୧୬ରେ ଅଳ୍ପ ଉଚ୍ଚରେ ଝୁଲି ରହିଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ହୋଇଥିଲା । ନେସ୍କୋ ପକ୍ଷରୁ କ୍ଷତି ପୂରଣ ବାବଦରେ ଘନଶ୍ୟାମଙ୍କୁ ୫୦ ହଜାର ଟଙ୍କା ଦିଆଯାଇଥିଲା ।
Advertisment
ଏହି ଘଟଣାକୁ ନେଇ ଭବାନୀପାଟଣା ର ଦିଲ୍ଲିପ କୁମାର ଦାସ ଜାତୀୟ ମାନବ ଅଧିକାର କମିସନରଙ୍କ ନିକଟରେ ୨୭୭୫/୧୮.୦୯.୨୦୧୯ରେ ଏକ ମାମଲା ରୁଜୁ କରାଯିବା ସହ ନେସ୍କୋକୁ ଜବାବ ରଖିବାକୁ ନୋଟିସ ଜାରି କରାଜସିଥିଲା। ଏହାପରେ ପ୍ରବଳ ବର୍ଷା କାରଣରୁ ବିଦ୍ୟୁତ ଖୁଣ୍ଟ ଢଳି ପଡିବାରୁ ୨୧ କେଭି ବିଦ୍ୟୁତ ତାରଟି ତଳକୁ ଓହଳି ଆସିଥିଲା । ଏଠି ନିମନ୍ତେ ନେସ୍କୋ ଦୋଷୀ ନୁହନ୍ତି ଅଥବା ବିଦ୍ୟୁତ ବିଭାଗର ଅବହେଳା କାରଣରୁ ହୋଇ ନାହିଁ । ଏଣୁ ଅଧିକ କ୍ଷତି ପୂରଣ ରାଶି ଅନୁମୋଦନ କରା ନ ଯିବା ନିମନ୍ତେ ନେସ୍କୋ କମିଶନଙ୍କ ନିକଟରେ ଯୁକ୍ତି ଉପସ୍ଥାପନ ଜରିଥିଲେ ମଧ୍ୟ ଏହାକୁ ଖାରଜ କରାଯାଇଛି । ଏଥିସହିତ ଆଜି ଏନଏଚଆରସୀଙ୍କ ପକ୍ଷରୁ  ନେସ୍କୋକୁ ଉତ୍ତରଦାୟୀ କରାଯାଇ  ମୃତ ସଦା ହୋଙ୍କ ପରିବାରକୁ ୧୫ ଜୁଲାଇ ୨୦୨୧ ମଧ୍ୟରେ ୩ ଲକ୍ଷ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।