କଟକ: ଡାକ୍ତରଙ୍କ ଅବହେଳା ଯୋଗୁଁ ୨୦୧୩ରେ ପୁରୀ ମୁଖ୍ୟ ଚିକିତ୍ସାଳୟର ବାରଣ୍ଡାରେ ସନ୍ତାନ ଜନ୍ମ ଦେବା ଘଟଣାରେ ଜାତୀୟ ମାନବାଧିକାର କମିଶନ(ଏନ୍ଏଚ୍ଆରସି) ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କୁ ଜଣେ ମହିଳାଙ୍କୁ ଏକ ଲକ୍ଷ ଟଙ୍କା କ୍ଷତି ପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଏନ୍ଏଚ୍ଆରସି ଆଠ ସପ୍ତାହ ମଧ୍ୟରେ ବିଷ୍ଣୁପ୍ରିୟା ମହାନ୍ତିଙ୍କୁ ଏହି କ୍ଷତିପୂରଣ ଦେବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ଏଥି ସହିତ ଘଟଣା ସମ୍ପର୍କରେ ଏକ ରିପୋର୍ଟ ଦାଖଲ କରିବାକୁ ସରକାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ପୂର୍ବରୁ ଘଟଣା ସମ୍ପର୍କରେ ସୁବାଷ ମହାପାତ୍ର ନାମରେ ଜଣେ ବ୍ୟକ୍ତି ଏନ୍ଏଚ୍ଆରସି ପାଖରେ ଅଭିଯୋଗ ଆଣିଥିଲେ। ଅଭିଯୋଗରେ ଶ୍ରୀ ମହାପାତ୍ର କହିଥିଲେ, ଡାକ୍ତରଙ୍କ ଅବହେଳା ଯୋଗୁଁ ମହିଳାଙ୍କୁ ବାରଣ୍ଡାରେ ପ୍ରସବ କରିବାକୁ ପଡ଼ିଥିଲା। ଅଭିଯୋଗ ମିଳିବା ପରେ ଏନ୍ଏଚ୍ଆରସି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ରିପୋର୍ଟ ଦାଖଲ କରିବାକୁ ଦାଖଲ କରିବାକୁ କହିଥିଲେ। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମଧ୍ୟ ରିପୋର୍ଟରେ ଡାକ୍ତରଙ୍କ ଅବହେଳା ଦର୍ଶାଇ ଥିଲେ।
ରିପୋର୍ଟ ଅନୁସାରେ ୨୦୧୩ ନଭେମ୍ବର ୧୫ ସକାଳ ୯ଟାରେ ବିଷ୍ଣୁପ୍ରିୟା ପ୍ରସୂତି ପାଇଁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆସିଥିଲେ। ପ୍ରସୂତୀ ବିଭାଗ ଡାକ୍ତର ଏସ୍.ବି ପଟ୍ଟନାୟକ ମହିଳାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ସମୟ ହୋଇନି କହି ସେହି ଦିନ ସକାଳ ୧୦ଟାରେ ଡିସଚାର୍ଜ କରି ଦେଇଥିଲେ। ଘଟଣାର ୪୫ ମିନିଟ ପରେ ମହିଳା ଜଣକ ବାରଣ୍ଡାରେ ଏକ ଶିଶୁ ଜନ୍ମ ଦେଇଥିଲେ।
ଏନ୍ଏଚ୍ଆରସି ରିପୋର୍ଟ ପ୍ରକାଶ କରିବା ସହିତ କହିଛନ୍ତି, ଜଣେ ମହିଳା ସରକାରୀ ହସ୍ପିଟାଲର ବାରଣ୍ଡାେରେ ସନ୍ତାନ ଜନ୍ମ ଦେବା ସମଗ୍ର ସମାଜ ପାଇଁ ଏହା ଏକ ଲଜ୍ୟାଜନକ ଘଟଣା। ଏହା ମାନବାଧିକା ଆଇନକୁ ଉଲଂଘନ କରୁଛି ବୋଲି ଏନ୍ଆର୍ଏଚସି କହିଛନ୍ତି। ଘଟଣାକୁ ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ପରେ ଡିସେମ୍ବର ୬ରେ ମହିଳାଙ୍କୁ ୧ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।