ଭବାନୀପାଟଣା: କେସିଙ୍ଗା ବ୍ଲକ ଗାଈଗାଁ ପଞ୍ଚାୟତ କନାବିରା ଗାଁର ଡମୁ ଶବର ଜୀବିତ ଥାଇ ମଧ୍ୟ ତାଙ୍କୁ ମୃତ ଦର୍ଶାଇ ସମସ୍ତ ସାମାଜିକ ସୁରକ୍ଷା ଯୋଜନାରୁ ବଞ୍ଚିତ କରିବା ଘଟଣାରେ ଜାତୀୟ ମାନବାଧିକାର କମିସନ (ଏନ୍ଏଚ୍ଆର୍ସି) କଳାହାଣ୍ଡି ଜିଲ୍ଲାପାଳଙ୍କଠାରୁ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ତଲବ କରିଛନ୍ତି। ଆସନ୍ତା ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେବା ସହିତ, ରିପୋର୍ଟ ଦାଖଲ ନହେଲେ ମାନବ ଅଧିକାର ସୁରକ୍ଷା ଆଇନ-୧୯୯୩ ର ଧାରା ୧୩ ଅନୁଯାୟୀ କଠୋର ପଦକ୍ଷେପ ନେବାକୁ କମିସନ ବାଧ୍ୟ ହେବେ ବୋଲି ସୂଚାଇ ଦେଇଛନ୍ତି।
ଡିସେମ୍ବର ୨୦୨୩ରେ ଏଭଳି ଅସଙ୍ଗତି ବିଷୟରେ ଖବର ପ୍ରକାଶ ପାଇବା ପରେ ଡିସେମ୍ବର ୧୨, ୨୦୨୩ ରେ ମାନବ ଅଧିକାର କର୍ମୀ ଦିଲୀପ ଦାସ କମିସନଙ୍କ ନିକଟରେ ଅଭିଯୋଗ ଦାଖଲ କରି ଡମୁଙ୍କୁ ନ୍ୟାୟ ଦେବା ଲାଗି ଅନୁରୋଧ କରିଥିଲେ। କମିସନ ଗୁରୁବାର ଏହି ଅଭିଯୋଗର ପ୍ରଥମ ଶୁଣାଣି କରିବା ସହିତ ଏହି ନୋଟିସ ଜାରି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/01/UPSC-NHRC.jpg)