ଖଡ଼ିଆଳ/କୋମନା: ନୂଆପଡ଼ା ବ୍ଲକ୍‌ ସମରସିଂ ପଞ୍ଚାୟତ କୁଟେନଚୁଆଁ ଆଶ୍ରମ ସ୍କୁଲରେ ଛାତ୍ରୀ ମୃତ୍ୟୁ ଘଟଣାରେ ଜାତୀୟ ମାନବ ଅଧିକାର କମିସନ ରାଜ୍ୟ ସରକାରଙ୍କୁ ଲକ୍ଷେ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦେଶ ଦେଇଛନ୍ତି। ମୃତକଙ୍କ ପରିବାରକୁ ଏହି ରାଶି ଦେବାକୁ କମିସନ କହିଛନ୍ତି।

Advertisment

ଗତ ୨୦୧୮ ମସିହାରେ ମିଲି ଶବର କୁଟେନଚୁଆଁ ଆଶ୍ରମରେ ୪ର୍ଥ ଶ୍ରେଣୀରେ ଅଧ୍ୟୟନ କରୁଥିଲେ। ତାଙ୍କୁ ନଭେମ୍ବର ୫ ତାରିଖରେ ଜ୍ୱର ହୋଇଥିଲା। ୧୧ ତାରିଖ ତାଙ୍କ ଅବସ୍ଥା ଗୁରୁତର ହେବାରୁ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏନେଇ ମାନବ ଅଧିକାର କମିସନଙ୍କ ଠାରେ ଏକ ମାମଲା ଦାୟର ହୋଇଥିଲା। ସମସ୍ତ ତଥ୍ୟକୁ ଭିତ୍ତି କରି କମିସନ ମୃତ ଛାତ୍ରୀ ମିଲିଙ୍କ ପରିବାରକୁ ଲକ୍ଷେ ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି।