ନୂଆଦିଲ୍ଲୀ: ଓଡ଼ିଶାର ରାଜଧାନୀ ଭୁବନେଶ୍ବରରେ ଜରୁରୀକାଳୀନ ପରିସ୍ଥିତି ମୁକାବିଲା ପାଇଁ ପ୍ରସ୍ତୁତି ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କ ଗୃହ ସଚିବଙ୍କୁ ଜାତୀୟ ମାନବ ଅଧିକାର କମିସନ (ଏନ୍ଏଚ୍ଆର୍ସି) ଚାରି ସପ୍ତାହ ମଧ୍ୟରେ ‘ଆକ୍ସନ୍ ଟେକେନ୍ ରିପୋର୍ଟ’ (ଏଟିଆର୍) ତଲବ କରିଛନ୍ତି।
ସୁପ୍ରିମ୍ କୋର୍ଟର ଓକିଲ ଏବଂ ଅଧିକାର କର୍ମୀ ରାଧାକାନ୍ତ ତ୍ରିପାଠୀଙ୍କ ପିଟିସନ୍କୁ ଭିତ୍ତିକରି ‘ଏନ୍ଏଚ୍ଆର୍ସି’ ଗୃହ ସଚିବଙ୍କୁ ‘ଏଟିଆର୍’ ଦାଖଲ ପାଇଁ ଆଦେଶ ଦେବା ସହ ସୂଚନା ଓ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଆଦେଶନାମାର ଏକ କପି ଓଡ଼ିଶାର ପୁଲିସ ମହାନିର୍ଦେଶକଙ୍କ ନିକଟକୁ ପଠାଇଛନ୍ତି।
Image Courtesy of Business Lineଅକ୍ଟୋବର ୭ ତାରିଖ ଦିନ ରାଜଭବନ ନିକଟ ପେଟ୍ରୋଲ୍ ପମ୍ପ୍ ବିସ୍ଫୋରଣ ଭଳି ଜରୁରୀ ପରିସ୍ଥିତିରେ ରାଜ୍ୟ ରାଜଧାନୀର ଅପ୍ରସ୍ତୁତତାର ପ୍ରତିକାର ନିମନ୍ତେ ‘ଏନ୍ଏଚ୍ଆର୍ସି’ ଏ ଭଳି ଆଦେଶ ଦେଇଛନ୍ତି। ପୋଡ଼ା କ୍ଷତ ଚିକିତ୍ସା କରିବାକୁ ଭୁବନେଶ୍ବରରେ ଥିବା ସରକାରୀ ଡାକ୍ତରଖାନାରେ ଆବଶ୍ୟକ ବ୍ୟବସ୍ଥା ନାହିଁ। ଚିକିତ୍ସା ଲାଗି ଭୁବନେଶ୍ବରରୁ କଟକ ଯିବା ରାସ୍ତାରେ ଟ୍ରାଫିକ୍ ଜାମ୍ ଯୋଗୁଁ ଠିକ୍ ସମୟରେ ସମ୍ପୃକ୍ତ ରୋଗୀମାନେ ଡାକ୍ତରୀ ସହାୟତା ପାଇ ପାରିଲେ ନାହିଁ ଏବଂ ଚିକିତ୍ସା ଆରମ୍ଭରେ ମଧ୍ୟ ବିଳମ୍ବ ହେଲା ବୋଲି ଶ୍ରୀ ତ୍ରିପାଠୀ ଅଭିଯୋଗ କରିଛନ୍ତି।
ବିଭିନ୍ନ ପ୍ରକାର ଜରୁରୀ ପରିସ୍ଥିତିର ମୁକାବିଲା କରିବା ସମୟରେ ଉପୁଜୁଥିବା ବାଧା ନିରାକରଣ ପାଇଁ ସରକାର କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ସେ ସଂକ୍ରନ୍ତରେ ଏବର୍ଷ ଡିସେମ୍ବର ୧୦ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ‘ଏନ୍ଏଚ୍ଆର୍ସି’ ଆଦେଶ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/Bhubaneswar.jpg)