ନୂଆଦିଲ୍ଲୀ: କୁନ୍ଦୁଲି ଘଟଣାର ତଦନ୍ତ କରିବ ଜାତୀୟ ମାନବିକ ଅଧିକାର କମିସନ( ଏନଏଚ୍ଆରସି)। ଆସନ୍ତା ୧୫ ଦିନ ମଧ୍ୟରେ ଏନଏଚ୍ଆରସିର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରି ରିପୋର୍ଟ କରିବାକୁ ଏନଏଚ୍ଆରସି କମିସନ ନିର୍ଦ୍ଦେଶ ଦେଇଛନ୍ତିି।
କୁନ୍ଦୁଲୀ ନାବାଳିକା ଛାତ୍ରୀ ଗଣ ଦୁଷ୍କର୍ମ ଓ ଆତ୍ମହତ୍ୟା ଘଟଣାରେ ହସ୍ତକ୍ଷେପ ପାଇଁ ରାଧାକାନ୍ତ ତ୍ରିପାଠୀ ନାମକ ଜଣେ ଆବେଦନକାରୀଙ୍କ ଆବେଦନ ଉପରେ ଶୁଣାଣି କରି କମିସନ ଏନଏଚ୍ଆରସିର ଡିଜି ( ତଦନ୍ତ)ଙ୍କୁ ଏକ ଟିମ୍ ଗଠନ କରି ତୁରନ୍ତ ଏହି ମାମଲାର ତଦନ୍ତ ପାଇଁ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି କମିସନ୍ ରାଜ୍ୟ ସରକାରଙ୍କୁ ମଧ୍ୟ ଏନଏଚ୍ଆରସି ଟିମ୍କୁ ତଦନ୍ତ ସମୟରେ ସମସ୍ତ ସହଯୋଗ କରିବା ସହିତ ଆବଶ୍ୟକ ସମସ୍ତ ତଥ୍ୟ ଓ ରିପୋର୍ଟ ଏହି ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଟିମ୍ ୧୫ ଦିନ ମଧ୍ୟରେ କୁନ୍ଦୁଲି ଯାଇ ଘଟଣାର ତଦନ୍ତ କରି ରିପୋର୍ଟ ପ୍ରଦାନ ପାଇଁ କମିସନ୍ ନିର୍ଦ୍ଦେଶ ଦେଇଛନ୍ତି।
କୁନ୍ଦିଲି ଘଟଣାର ତଦନ୍ତ କରିବ ଜାତୀୟ ମାନବିକ ଅଧିିକାର କମିସନଙ୍କ ସ୍ୱତନ୍ତ୍ର ଟିମ୍
/sambad/media/post_attachments/wp-content/uploads/2018/01/NHRC.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)