ଆତଙ୍କୀ ଲିଙ୍କ୍ ସଂଦେହ, ଖଣ୍ଡଗିରି ଅଞ୍ଚଳରୁ ଯୁବକଙ୍କୁ ଉଠାଇନେଲା ଏନଆଇଏ

ଭୁବନେଶ୍ବର : ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ପକ୍ଷରୁ ଭୁବନେଶ୍ବରରୁ ଜଣେ ଯୁବକଙ୍କୁ ଅଟକ ରଖି ପଚରାଉଚୁରା କରାଯାଉଛି ।

ମିଳିଥିବା ସୂଚନା ଅନୁସାରେ ଆଜି ଏନଆଇଏର ଏକ ସ୍ବତନ୍ତ୍ର ଟିମ୍ ରାଜ୍ୟ କ୍ରାଇମ୍ ବ୍ରାଞ୍ଚ ଓ କମିଶନରେଟ୍ ପୁଲିସ ସହଯୋଗରେ  ଉକ୍ତ ଯୁବକକୁ ଖଣ୍ଡଗିରି ଅଞ୍ଚଳରୁ ଉଠାଇ ନେଇ ଏକ ଅଜ୍ଞାତ ସ୍ଥାନରେ ରଖି ପଚରାଉଚୁରା କରୁଛି । ଯୁବକଙ୍କ ବୟସ ୨୫-୨୬ ବର୍ଷ ହେବା ଅନୁମାନ କରାଯାଉଛି । ମାତ୍ର ଉକ୍ତ ଯୁବକ କିଏ ଓ କେଉଁ କାରଣରୁ ତାଙ୍କୁ ପଚରାଉଚୁରା କରାଯାଉଛି ସେ ସମ୍ପର୍କରେ ଏନଆଇଏ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସୂଚନା ଦିଆଯାଇନାହିଁ । ତେବେ ଏନଆଇଏ ସାଧାରଣତଃ ଆତଙ୍କବାଦ ପରି ଜାତୀୟ ସୁରକ୍ଷା ସହ ଜଡ଼ିତ ମାମଲା ଗୁଡ଼ିକ ଉପରେ ତଦନ୍ତ କରୁଥିବାରୁ ଏହି ଘଟଣାର ଗୁରୁତ୍ବ ବଢିଯାଇଛି । ସଂପୃକ୍ତ ଯୁବକଙ୍କୁ ଆତଙ୍କବାଦୀ ଲିଙ୍କରେ ପଚରାଉଚୁରା କରାଯାଉଥିବା ସଂଦେହ କରାଯାଉଛି । ତେବେ ଏନଆଇଏ ପକ୍ଷରୁ ଏ ସମ୍ପର୍କରେ ଔପଚାରିକ ବିବୃତି ଦିଆଯିବା ପରେ ସ୍ଥିତି ସ୍ପଷ୍ଟ ହୋଇପାରିବ ।

ସମ୍ବନ୍ଧିତ ଖବର