ଓଡ଼ିଶାରେ ସମୁଦ୍ରପଥ ଦେଇ ଆତଙ୍କବାଦୀ ଆକ୍ରମଣର ଆଶଙ୍କା ଅଧିକ : ଏନଆଇଏ ଡିଜି ଯୋଗେଶ ଚନ୍ଦ୍ର ମୋଦୀ

ପୁଲିସ ଭବନରେ ଆତଙ୍କବାଦୀ ଆକ୍ରମଣ ମାମଲାରେ ତଦନ୍ତ ଏବଂ ଆତଙ୍କବାଦ ଦମନ ସମ୍ପର୍କରେ ଦିନିକିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ଭୁବନେଶ୍ବର: ଆଜି  ଭୁବନେଶ୍ୱର ପୁଲିସ ଭବନରେ ଆତଙ୍କବାଦୀ ଆକ୍ରମଣ ମାମଲାରେ ତଦନ୍ତ ଏବଂ ଆତଙ୍କବାଦ ଦମନ ସମ୍ପର୍କରେ ଓଡ଼ିଶା ପୁଲିସ ପକ୍ଷରୁ ଦିନିକିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଚାଲିଛି । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଆତଙ୍କବାଦୀଙ୍କୁ ମିଳୁଥିବା ଫଣ୍ଡିଂ କମିଲେ ଆତଙ୍କବାଦ କମିବ ବୋଲି ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସି (ଏନଆଇଏ) ଡିଜି ଯୋଗେଶ ଚନ୍ଦ୍ର ମୋଦୀ କହିଛନ୍ତି ।

ଓଡ଼ିଶା ଆତଙ୍କବାଦୀଙ୍କ ଟାର୍ଗେଟରେ ରହିଛି । ବିଶେଷକରି ସମୁଦ୍ରପଥ ଦେଇ ଆତଙ୍କବାଦୀ ଆକ୍ରମଣର ଆଶଙ୍କା ବେଶି ରହିଛି । କେନ୍ଦ୍ର ଗୋଇନ୍ଦା ବିଭାଗ ମଧ୍ୟ ଏନେଇ ରିପୋର୍ଟ ଦେଇଛନ୍ତି। ଏପରିକି ପୂର୍ବରୁ ମଧ୍ୟ ଆତଙ୍କବାଦୀ ଲିଙ୍କରେ କଟକର ଅବଦୁର୍ ରହମାନ ସମେତ ରାଉରକେଲାର ଏକାଧିକ ଅପରାଧୀ ଗିରଫ ହୋଇଛନ୍ତି ।

ସମ୍ବନ୍ଧିତ ଖବର