ଏମିତି ବିପଦ ଆଣେ ଇଣ୍ଟରନେଟ୍ : ବିଦେଶୀ ୱେବସାଇଟକୁ ଯାଇ ଅସ୍ତ୍ରଶସ୍ତ୍ର ଖୋଜିବା ଲାଗି ଦିଲ୍ଲୀରୁ ଭୁବନେଶ୍ୱର ଆସିଲା ଏନଆଇଏ ଟିମ୍

ଭୁବନେଶ୍ୱର: ଆପଣ ଇଂଟରନେଟରେ କ’ଣ ସର୍ଚ୍ଚ କରୁଛନ୍ତି, ତା’ ଉପରେ ଟିକିଏ ନଜର ରଖନ୍ତୁ । ନହେଲେ ଦିଲ୍ଳୀରୁ ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସି (ଏନଆଇଏ)ର ଟିମ୍ ପହଞ୍ଚି ଯିବ ! ଯଦି ବାହାର ଦେଶର ଅସ୍ତ୍ରଶସ୍ତ୍ର ଯୋଗାଇ ଦେଉଥିବା ଏଜେନ୍ସି ସହ ଭୁଲ କ୍ରମେ ଆପଣ ଇଂଟରନେଟରେ ଯୋଡି ହୋଇଯିବେ, ଆପଣଙ୍କ ପାଇଁ ଅସୁବିଧା ସୃଷ୍ଟି ହୋଇପାରେ । ଏମିତି ଏକ ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ ।

ହଠାତ ଏନଆଇଏର ଏକ ଟିମ୍ ପହଞ୍ଚିଥିଲେ ଭୁବନେଶ୍ୱରରେ । କେହି କିଛି ବୁଝିବା ଆଗରୁ ଜଣେ ଯୁବକଙ୍କୁ ଉଠାଇ ଆଣିଥିଲେ ସେମାନେ ଏବଂ ଖଣ୍ଡଗିରି ଥାନାର ବନ୍ଦ କୋଠରୀ ଭିତରେ ଚାଲିଲା ଘଣ୍ଟା ଘଣ୍ଟା ଜେରା । ଲୋକଙ୍କ ମନରେ ପ୍ରଶ୍ନ ଉଠିଲା, କାହିଁକି ଓଡ଼ିଶା ଆସିଲା ଏନଆଇଏ ଟିମ୍ । ରାଜ୍ୟରେ ପୁଣି ଆତଙ୍କବାଦୀ ଲିଙ୍କ୍ କିଛି ବାହାରିଲା କି?

BQ Learning: Victim Of A Cyber Crime? Here's What You Can Do
Bloomberg Quint

ସାମ୍ନାକୁ ଆସିଲା ଏନଆଇଏ ତଦନ୍ତ ପଛର କାରଣ । ଅଷ୍ଟ୍ରେଲିଆର ଏକ ସାଇଟରୁ ଅସ୍ତ୍ର ଖୋଜିବା ହେଲା ଅଡୁଆ । ଲକଡାଉନ୍ ବେଳେ ସମୟ କାଟିବାକୁ ୱେବ୍ ସର୍ଫିଂ କରୁଥିଲେ ୨୦ ବର୍ଷିୟ ଜଣେ ଯୁବକ। ଘରେ ଥିବା ବେଳେ ଏଭଳି ସମୟ ଅତିବାହିତ କରିବା ବେଳେ ହଠାତ୍ ଅଷ୍ଟ୍ରେଲିଆର ଏକ ୱେବସାଇଟକୁ ଚାଲିଯାଇଥିଲେ । ଏଠାରେ ବିଭିନ୍ନ ଅତ୍ୟାଧୁନିକ ମାରଣାସ୍ତ୍ର ମିଳୁଥିବା ବେଳେ ସେଥିରୁ ଗୋଟିଏ ମାରଣାସ୍ତ୍ର କିଣିବା ପାଇଁ ବାଛିଥିଲେ ଯୁବକ । କିନ୍ତୁ ଏହାର ସବୁ ପ୍ରକ୍ରିୟା ଶେଷ କରି ନଥିଲେ ।

ଏହା ପରେ ଭୁବନେଶ୍ୱରରୁ କେହି ଜଣେ ବିଦେଶରୁ ମାରଣାସ୍ତ୍ର କିଣୁଥିବା ଅଷ୍ଟ୍ରେଲିଆର ଗୁଇନ୍ଦା ସଂସ୍ଥା ଏନଆଇଏକୁ ଦେଇଥିଲା ସୂଚନା ଏବଂ ତାଙ୍କ ଆଇପି ଠିକଣା ଜରିଆରେ ଯୁବକଙ୍କ ପାଖରେ ପହଂଚିଥିଲା ଜାତୀୟ ତଦନ୍ତକାରୀ ସଂସ୍ଥା । ଦୀର୍ଘ ୩ ଘଣ୍ଟା ଧରି ଗୁଡାଇ ତୁଡାଇ ପ୍ରଶ୍ନ କରିବା ପରେ ତଦନ୍ତକାରୀ ଟିମ ଜାଣିପାରିଲେ ଯେ ଯୁବକଜଣକ ନିର୍ଦ୍ଦୋଷ । ଅଜାଣତରେ ସେହି ସାଇଟକୁ ଯାଇଥିଲେ ଯୁବକ ।

ବୁଧବାର ଦିନ ତମାମ ଏନଆଇଏ ତଦନ୍ତଙ୍କୁ ନେଇ ବହୁ କଳ୍ପନା ଜଳ୍ପନା ଚାଲିଥିବା ବେଳେ ପୁଲିସ କମିଶନର ଟ୍ୱିଟ୍ କରି ଅନାବଶ୍ୟକ ଚର୍ଚ୍ଚା ନକରିବାକୁ ଅନୁରୋଧ କରିଥିଲେ । ଏନଆଇଏ କୌଣସି ପ୍ରକାର ଆତଙ୍କବାଦୀ ଲିଙ୍କ୍ ଥିବା କଥାକୁ ଖାରଜ କରିଛନ୍ତି । କାରଣ ଯୁବକଜଣକ ଅଜାଣତରେ ଏକ ନିଷିଦ୍ଧ ୱେବସାଇଟକୁ ଯାଇଥିଲେ ଏବଂ ଏଥିରେ ତାଙ୍କର କୌଣସି ମନ୍ଦ ଉଦ୍ଦେଶ୍ୟ ଥିବା ଜଣାପଡିନାହିଁ ବୋଲି ସେ ସୂଚନା ଦେଇଛନ୍ତି ।

ସମ୍ବନ୍ଧିତ ଖବର