ନିଆଳି ଥାନା ଅଞ୍ଚଳରେ ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ, ଫାଣ୍ଡି ଉପରକୁ ବୋମାମାଡ଼, ଅଭିଯୁକ୍ତ ଥାନାରେ ଅଟକ

ନିଆଳି/କଟକ : କଟକ ଜିଲ୍ଲାର ନିଆଳି ଥାନା ଅଞ୍ଚଳରେ ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ ହୋଇଥିବାର ଜଣାଯାଇଛି। ଏହି ଘଟଣା ବିଳମ୍ବିତ ରାତିରେ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ନିଆଳି ଥାନା ଅଞ୍ଚଳରେ ଥିବା ଦିପୋଟି ମେଲଣକୁ ଗୋଟିକ ପରେ ଗୋଟିଏ କରି ୬୨ଟି ଦୋଳ ବିମାନ ବିଭିନ୍ନ ସ୍ଥାନରୁ ଆସୁଥିବା ବେଳେ ଗତକାଲି ରାତି ପ୍ରାୟ ୩ଟା ସମୟରେ ଜଣେ ଯୁବକ ଗହଳିର ସୁଯୋଗ ନେଇ ପଢ଼ାଇ ସାହି ଛକ ନିକଟରେ ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ଉଠାଇ ନେଇ ଦୁଷ୍କର୍ମ କରିଥିଲେ। ପରେ ସେ ପୀଡ଼ିତାକୁ ଧମକଚମକ ବି ଦେଇଥିଲେ। ହେଲେ  ପୀଡ଼ିତା ନିଜର ସଂପର୍କୀୟମାନଙ୍କୁ ଘଟଣା ସଂପର୍କରେ କହିବା ପରେ ନିଆଳି ଥାନାରେ ଏ ନେଇ ଅଭିଯୋଗ କରାଯାଇଥିଲା।

Image result for niali police station

ଏହାପରେ ନିଆଳି ଥାନା ପୁଲିସ ଅଭିଯୁକ୍ତଙ୍କୁ ଥାନାରେ ଆଣି ଅଟକ ରଖିଛି। ହେଲେ ଏନେଇ ପୁଲିସ୍ ମୁହଁ ଖୋଲୁନାହିଁ। ତେବେ ଅଭିଯୁକ୍ତଙ୍କର ଘର ନିଆଳି ଥାନାର ପତ୍ରକଣା ଗାଁରେ ବୋଲି ଜଣାଯାଇଛି। ଏଣେ ସେହି ସମୟରେ ନିଆଳି ଥାନାର କସର୍ଦା ଫାଣ୍ଡି ଉପରକୁ ବି ବୋମାମାଡ଼ ହୋଇଥିଲା। ହେଲେ ସେହି ବୋମାଟି ଫାଣ୍ଡି ଉପରେ ନ ପଡ଼ି ପାଖରେ ଥିବା ଏକ ଗଛ ଉପରେ ପଡ଼ିଥିଲା। ଏହାଫଳରେ କୌଣସି କ୍ଷତି ହୋଇନାହିଁ। ଏହି ବୋମାମାଡ଼ ଘଟଣାରେ ବି ଜଣେ ଅଭିଯୁକ୍ତକୁ ପୁଲିସ ଅଟକ ରଖିଥିବାର ସୂଚନା ମିଳିଛି।

ସମ୍ବନ୍ଧିତ ଖବର