ବିବାହିତା ମାମୁ ପ୍ରେମରେ ଭାଣିଜୀ, ଝିଅ ଓ ବାପା-ମା’ଙ୍କ ମଧ୍ୟରେ ମାର୍‌ପିଟ୍‌

ବାସୁଦେବପୁର: ବାସୁଦେବପୁର ସହରରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ବାପା ମାଆ ତାଙ୍କ ଝିଅକୁ ଘୋଷାଡି ମାଡ ମାରିବା ଓ ଝିଅ ପ୍ରତିକ୍ରିୟାଶୀଳ ହୋଇ ବାପା ମାଆଙ୍କୁ ମାରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଥିଲା। ଘଟଣାରୁ ଜଣାପଡିଲା  ନାବାଳିକା ଜଣକ ବିବାହିତା ମାମୁଁ ପ୍ରେମରେ ପଡିବାରୁ ପରିବାର ବିରୋଧ କରିଥିଲେ।

ବାସୁଦେବପୁର ଅ‌ଞ୍ଚଳ‌େର ବିବାହିତା ମାମୁଙ୍କ ଘର ହୋଇଥିବା ବେଳେ ଝିଅ ଘର କରଞ୍ଜଆଡିଆ ଅଞ୍ଚଳର। ବିବାହିତ ମାମୁଙ୍କର ଏକ ପୁତ୍ର ସନ୍ତାନ ମଧ୍ୟ ରହିଛି। ମାମୁ ବେଙ୍ଗାଲୁରୁରେ ଶ୍ରମିକ ଭାବେ କାର୍ଯ୍ୟ କରନ୍ତି। ଗତ କିଛିବର୍ଷ ଧରି ମାମୁଙ୍କ ସହିତ ନାବାଳିକାଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଆଉ ଉଭୟ ଜୀବନ ସାଥୀ ଭାବରେ ରହିବାର ଶପଥ ବି ନେଇଥିବା ଝିଅ ପୁଲିସ ଆଗରେ ସ୍ବୀକାର କରିଛି। ଉଭୟଙ୍କ ମଧ୍ୟରେ ଏହି ନିବିଡ ସମ୍ପର୍କ ଥିବା ପରିବାର ଲୋକେ ଜାଣିବା ପରେ ନାବାଳିକାର ବାପା ମାଆ ବିରୋଧ କରିଥିଲେ। ପ୍ରେମକୁ ସାର୍ଥକ କରିବାକୁ ଯାଇ ମାମୁ ନିକଟକୁ ପଳାଇ ଯିବାକୁ ନାବାଳିକା ଆଜି ଘରୁ ପଳାଇ ଆସିଥିଲେ। ପରିବାର ଲୋକେ ଜାଣିପାରି ଝିଅକୁ ପିଛାକରି ବାସୁଦେବପୁର ସହରରେ ଧରି ପକାଇଥିଲେ। ମାତ୍ର ଝିଅଟି ଉତ୍‌କ୍ଷିପ୍ତ ହୋଇ ବାପା ମାଆଙ୍କୁ ଓଲଟା ଆକ୍ରମଣ କରିଥିଲା। ହେଲେ ବାପା ମାଆ ଝିଅକୁ କାବୁ କରି ମାଡ ମାରୁଥିବା ଦେଖିବାକୁ ମିଳିଥିଲା। ତେବେ ଏହି ଘଟଣା ପରେ ପୁଲିସ ପହଞ୍ଚି ସମସ୍ତଙ୍କୁ ଥାନାକୁ ନେଇଥିଲେ। ସେଠାରେ ଝିଅକୁ ବୁଝାସୁଝା କରି ବାପା ମାଆଙ୍କ ସହ ଛାଡିଥିବା ଜଣାପଡିଛି।

ସମ୍ବନ୍ଧିତ ଖବର