ଭାଣିଜୀ ମାଡ଼ରେ ମାମୁର ମୃତ୍ୟୁ

ବାଲେଶ୍ଵର: ଚାନ୍ଦିପୁର ଥାନା ଅନ୍ତର୍ଗତ ସାହାଡା ଗ୍ରାମରେ ଶୁକ୍ରବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି | ଭାଣିଜୀର ଆକ୍ରମଣରେ ମାମୁର ମୃତ୍ୟୁ ଘଟିଛି | ମିଳିଥିବା ସୂଚନା ମୁତାବକ ଏହି ଗାଁରେ ରହୁଥିବା ତେଲି ସିଂ(୫୦) ଶୁକ୍ରବାର ସନ୍ଧ୍ୟାରେ ଜଣଙ୍କ ଘରକୁ ଯାଉଥିଲେ | ଏହି ସମୟରେ ସେହି ଗାଁରେ ରହୁଥିବା ଭାଣିଜୀ ଗୁରୁବାରୀ ସୋରେନ(୪୦)ଙ୍କ ସହ ତାଙ୍କର କୌଣସି କାରଣକୁ ନେଇ ପାଟିତୁଣ୍ଡ ହୋଇଥିଲା |

ତେବେ ଯୁକ୍ତିତର୍କ ଏତେ ଚରମ ସୀମାରେ ପହଁଚିଯାଇଥିଲା ଯେ ଭାଣିଜୀ ଜଣକ ପାଖରେ ପଡିଥିବା ଏକ କାଠ ଫାଳିଆରେ ତେଲିଙ୍କୁ ଆକ୍ରମଣ କରିଥିଲେ | ଏଥିରେ ଗୁରୁତର ଆହତ ହୋଇପଡିଥିଲେ ମାମୁ ତେଲି ସିଂ | ତେଲିଙ୍କୁ ତୁରନ୍ତ ପରିବାର ଲୋକ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ |

ଆଜି ଭୋର ସମୟରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା | ଏହି ଘଟଣା ବାବଦରେ ପୁଲିସ ସୂଚନା ପାଇ କେସ ନମ୍ବର ୫୧/୨୦୧୯ରେ କେସ ରୁଜୁ କରି ଭାଣିଜୀ ଗୁରୁବାରୀଙ୍କୁ ଅଟକ ରଖି ପଚରାଉଚୁରା କରୁଛି |

ସମ୍ବନ୍ଧିତ ଖବର