ଏନ୍‌ଆଇଏଚ୍‌ଏମ୍‌ଟିର ସଫଳତା

ଭୁବନେଶ୍ୱର : ହୋଟେଲ ମ୍ୟାନେଜ୍‌ମେଣ୍ଟ ଶିକ୍ଷା ପ୍ରଦାନ କ୍ଷେତ୍ରରେ ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ହୋଟେଲ ମ୍ୟାନେଜ୍‌ମେଣ୍ଟ ଆଣ୍ଡ ଟୁରିଜିମ୍‌(ଏନ୍‌ଆଇଏଚ୍‌ଏମ୍‌ଟି) ନିଜର ଉତ୍କର୍ଷ ପ୍ରତିପାଦନ କରିଛି। ଏଥିପାଇଁ ଅନୁଷ୍ଠାନକୁ ଏଡୁକ୍ୱେଷ୍ଟ ଓଡ଼ିଶା ଆକ୍ସିଲେନ୍ସି ଆଓ୍ଵାର୍ଡସ୍‌-୨୦୧୮ ପକ୍ଷରୁ ପୁରସ୍କୃତ କରାଯାଇଛି। ହୋଟେଲ ହିନ୍ଦୁସ୍ଥାନ ଇଣ୍ଟରନ୍ୟାସନାଲରେ ଅନୁଷ୍ଠିତ ପୁରସ୍କାର ବିତରଣ ସମାରୋହରେ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ଓ ଉଚ୍ଚଶିକ୍ଷା ଏବଂ ଶିଳ୍ପ ମନ୍ତ୍ରୀ ଅନନ୍ତ ଦାସ ଶିକ୍ଷାକ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମନୋନୀତ ହୋଇଥିବା ଶିକ୍ଷାନୁଷ୍ଠାନଗୁଡ଼ିକୁ ସମ୍ମାନିତ କରିଥିଲେ। ଏଥିରେ ହୋଟେଲ ମ୍ୟାନେଜ୍‌ମେଣ୍ଟ ଶିକ୍ଷାକ୍ଷେତ୍ରରେ ବିଭିନ୍ନ ଅନୁଷ୍ଠାନ ମଧ୍ୟରୁ ଭୁବନେଶ୍ୱର ଧଉଳିସ୍ଥିତ ଏନ୍‌ଆଇଏଚ୍‌ଏମ୍‌ଟିକୁ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ଭାବେ ସମ୍ମାନିତ କରିଥିଲେ। ଉନ୍ନତମାନର ଶିିକ୍ଷା ତଥା ପ୍ଲେସ୍‌ମେଣ୍ଟ କ୍ଷେତ୍ରରେ ସଫଳତା ଶିକ୍ଷାନୁଷ୍ଠାନକୁ ଶୀର୍ଷସ୍ଥାନରେ ପହଞ୍ଚାଇ ପାରିଛି ବୋଲି ନିର୍ଦେଶକ ସ୍ମୃତିରଂଜନ ମହାନ୍ତି ମତବ୍ୟକ୍ତ କରିଛନ୍ତି। ଏହି ସଫଳତାର ଶ୍ରେୟ ସେ ସମସ୍ତ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମକର୍ତ୍ତାମାନଙ୍କୁ ପ୍ରଦାନ କରିଛନ୍ତି।

ସମ୍ବନ୍ଧିତ ଖବର