ଭୁବନେଶ୍ବର : ଭୁବନେଶ୍ବରସ୍ଥିତ ‘ଏକାଡେମି ଅଫ୍ ଫ୍ୟାସନ୍ ଆଣ୍ଡ ଆର୍ଟ’ (ଏଏଫ୍ଏ)ର ଛାତ୍ରଛାତ୍ରୀମାନେ ସର୍ବଭାରତୀୟସ୍ତରରେ ସଫଳତା ଅର୍ଜନ କରିଛନ୍ତି। ଦୁଇ ଦିନ ତଳେ ପ୍ରକାଶିତ ନ୍ୟାସ୍ନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଫ୍ୟାସନ୍ ଟେକ୍ନୋଲୋଜି(ନିଫ୍ଟ)ର ଫାଇନାଲ୍ ଫଳାଫଳରେ ଏଏଫ୍ଏର ଛାତ୍ରୀ ମାମାଲି ମିଶ୍ର ସର୍ବଭାରତୀୟସ୍ତରରେ ୧୧ତମ ରାଙ୍କ ପାଇଛନ୍ତି। ସେହିଭଳି ଅନ୍ବେଷା ଅର୍ପିତା ପାତ୍ର ୬୨ତମ ରାଙ୍କ, ଶ୍ରୁତି ପଣ୍ଡା ୧୧୧ତମ ରାଙ୍କ, ଆକାଶ କୁମାର ପରିଡ଼ା ୧୧୫ତମ ରାଙ୍କ, ଜିୟା ଅଗ୍ରୱାଲ ୧୩୮ତମ ରାଙ୍କ ଓ ଐଶ୍ଚର୍ଯ୍ୟଲକ୍ଷ୍ମୀ ସାହୁ ୬୦୮ତମ ରାଙ୍କରେ ରହିଛନ୍ତି। ମେଡିକାଲ ଓ ଇଞ୍ଜିନିୟରିଂ ପାଠ୍ୟକ୍ରମ ବ୍ୟତୀତ ଏବେ ସୃଜନ, କଳା ଓ ଫ୍ୟାସନ୍ରେ ଯେ ଅଭୂତପୂର୍ବ ସୁଯୋଗ ରହିଛି ଏଏଫ୍ଏର ଏହି ଛାତ୍ରଛାତ୍ରୀମାନେ ପ୍ରମାଣ କରି ଦେଇଛନ୍ତି। ଛାତ୍ରଛାତ୍ରୀଙ୍କ ଏହି ସଫଳତା ପାଇଁ ଏଏଫଏର ନିର୍ଦ୍ଦେଶକ ନିଖିଲ ସିଂହ ଅଭିନନ୍ଦନ ଜଣାଇଛନ୍ତି।
ନିଫ୍ଟ୍ ଫାଇନାଲ୍ ଫଳାଫଳ ପ୍ରକାଶିତ: ସର୍ବଭାରତୀୟସ୍ତରରେ ୧୧ତମ ରାଙ୍କରେ ମାମାଲି ମିଶ୍ର
/sambad/media/post_attachments/wp-content/uploads/2022/05/dddd-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)