ଲକ୍‌ଡାଉନ୍‌ ୪.୦: ‘ନାଇଟ୍ କର୍ଫ୍ୟୁ’କୁ ବଳବତ୍ତର ରଖିଲେ ଓଡିଶା ସରକାର

ଭୁବନେଶ୍ୱର: କରୋନା ସଂକ୍ରମଣ ରୋକିବାକୁ ଦେଶବ୍ୟାପୀ ବଳବତ୍ତର ଥିବା ଲକଡାଉନର ସମୟସୀମାକୁ ଗତକାଲି ମେ ୩୧ପର୍ଯ୍ୟନ୍ତ ବୃଦ୍ଧି କରିଥିଲା ଗୃହ ମନ୍ତ୍ରାଳୟ | ଏବଂ ଏଥିପାଇଁ ନୂତନ ନିୟମାବଳୀ ମଧ୍ୟ ଜାରି କରିଥିଲା। ସଂଶୋଧିତ ଗାଇଡଲାଇନରେ କେନ୍ଦ୍ର ସରକାର କହିଥିଲେ ଯେ, ଲକଡାଉନ ୩.୦ଭଳି ଲକଡାଉନ ୪.୦ରେ ମଧ୍ୟ ନାଇଟ୍ କର୍ଫ୍ୟୁ ଜାରି ରହିବ | ଆଜି ଓଡିଶା ସରକାର ମଧ୍ୟ ଜାରି କରିଥିବା ନିୟମାବଳୀରେ ନାଇଟ୍ କର୍ଫ୍ୟୁକୁ ବଳବତ୍ତର ରଖିଛନ୍ତି | ଫଳରେ ରାଜ୍ୟରେ ଲକଡାଉନ୍‌ ୪.୦ କାଳରେ ସନ୍ଧ୍ୟା ୭ରୁ ସକାଳ ୭ ପର୍ଯ୍ୟନ୍ତ  ସାଧାରଣ ଜନତାଙ୍କ ସମସ୍ତ ପ୍ରକାରର ଚଳପ୍ରଚଳ ବନ୍ଦ ରହିବା ସହ ଏହି ୧୨ ଘଣ୍ଟାର ସମୟ କାଳକୁ କର୍ଫ୍ୟୁ ସଦୃଶ ପାଳନ କରାଯିବ।

ଓଡିଶା ସରକାରଙ୍କ ଦ୍ୱାରା ଜାରି ଲକଡାଉନ୍ ୪.୦ ପାଇଁ ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ, ଜରୁରୀ କାର୍ଯ୍ୟକଳାପ ବ୍ୟତୀତ ସନ୍ଧ୍ୟା ୭ ରୁ ସକାଳ ୭ ଟା ମଧ୍ୟରେ ବ୍ୟକ୍ତିବିଶେଷଙ୍କ ଗତିବିଧି “ସମ୍ପୂର୍ଣ୍ଣ ନିଷେଧ” ରହିବ | ଅତ୍ୟାବଶ୍ୟକ କାର୍ଯ୍ୟକଳାପ ବ୍ୟତୀତ ସନ୍ଧ୍ୟା ୭ ରୁ ସକାଳ ୭ ଟା ମଧ୍ୟରେ ବ୍ୟକ୍ତିବିଶେଷଙ୍କ ସମସ୍ତ ପ୍ରକାରର ଗତିବିଧି ଉପରେ ନିଷେଧାଦେଶ ଜାରି ରହିବ। ଏ ନେଇ ଜିଲ୍ଲାପାଳ, ପୁଲିସ କମିଶନର ଏବଂ ମୁନିସପାଲ କମିଶନର ସିଆରପିସିର ଧାରା ୧୪୪ ଅଧୀନରେ [କର୍ଫ୍ୟୁ] ନିର୍ଦ୍ଦେଶନାମା ଜାରି କରିବା ସହ ଏହାର କଠୋର ଅନୁପାଳନ କରିବେ |

Night curfew imposed along Assam-Nagaland border in Sivasagar
Northeast Now

ନିର୍ଦ୍ଦେଶାବଳୀରେ ଏହା ମଧ୍ୟ ଉଲ୍ଲେଖ କରାଯାଇଛି ଯେ, କେବଳ ଜରୁରୀ ଏବଂ ସ୍ୱାସ୍ଥ୍ୟ ଉଦ୍ଦେଶ୍ୟ ବ୍ୟତୀତ ୬୫ବର୍ଷରୁ ଅଧିକ ବୟସ୍କ, ରୋଗୀ, ଗର୍ଭବତୀ ମହିଳା ଏବଂ ୧୦ ବର୍ଷରୁ କମ୍ ପିଲାମାନେ ଘରେ ରହିବା ଆବଶ୍ୟକ, ସେମାନେ ବାହାରକୁ ବାହାରି ପାରିବେ ନାହିଁ।

ସମ୍ବନ୍ଧିତ ଖବର