ମୟୂରଭଞ୍ଜରେ ରାତ୍ରିକାଳୀନ କର୍ଫ୍ୟୁ ଜାରି, ସନ୍ଧ୍ୟା ୭ରୁ ସକାଳ ୫ ପର୍ଯ୍ୟନ୍ତ ବାହାରେ ବୁଲିପାରିବେନି

ବାରିପଦା: ମୟୂରଭଞ୍ଜରେ ଜାରି ହୋଇଛି ରାତ୍ରୀକାଳୀନ କର୍ଫ୍ୟୁ ଜାରି ହୋଇଛି। ଅନଲକ୍‌-୧ ଆରମ୍ଭ ହୋଇଥିବାବେଳେ ସନ୍ଧ୍ୟା ୭ରୁ ସକାଳ ୫ ପର୍ଯ୍ୟନ୍ତ କେହି ବାହାରେ ବୁଲିପାରିବେ ନାହିଁ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ଅଣଆବଶ୍ୟକ କାର୍ଯ୍ୟକୁ ବାଦ୍‌ ଦେଲେ ସମସ୍ତେ ଏହି ସମୟ ମଧ୍ୟରେ ଘରେ ରହିବାକୁ ବାଧ୍ୟ ବୋଲି ଜିଲ୍ଲାପ୍ରଶାସନ ପକ୍ଷରୁ କୁହାଯାଇଛି। ୧୪୪ ଧାରା ଜାରି କରାଯିବା ସହିତ ନାଇଟ୍‌ କର୍ଫ୍ୟୁ କରୋନା ସଂକ୍ରମଣକୁ ରୋକିବାରେ ସାହାଯ୍ୟ କରିବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର