ଆସନ୍ତାକାଲିଠାରୁ ମାଲକାନଗିରିରେ ନାଇଟ କର୍ଫ୍ୟୁ, ମାର୍ଚ୍ଚ ୨୩ରୁ ୩୧ ପର୍ଯ୍ୟନ୍ତ ଜାରି ରହିବ କଟକଣା

ମାଲକାନଗିରି: ଆସନ୍ତାକାଲିଠୁ ମାଲକାନଗିରିରେ ଲାଗୁ ହେବ ନାଇଟ କର୍ଫ୍ୟୁ । ମାର୍ଚ୍ଚ ୨୩ରୁ ୩୧ ଯାଏଁ ମାଲକାନଗିରିରେ ନାଇଟ କର୍ଫ୍ୟୁ ଲାଗୁ ପାଇଁ ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ରାତି ୯ରୁ ସକାଳ ୬ ଯାଏଁ ନାଇଟ କର୍ଫ୍ୟୁ ଜାରି ରହିବ । ସେଠାକାର ଲୋକପ୍ରିୟ ପର୍ବ ବଡ ଯାତ୍ରାରେ ଜନସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନର ପକ୍ଷରୁ ଏହି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ବଡ ଯାତ୍ରାରେ ସର୍ବାଧିକ ୨୦୦ ଲୋକଙ୍କୁ ଏକାଠି ହେବାକୁ ଅନୁମତି ଦିଆଯାଇଛି ।

ସେଠାରେ ମାସ୍କ ବ୍ୟବହାର ଓ ସାମାଜିକ ଦୂରତା ପାଳନ କରିବା ବାଧ୍ୟତାମୂଳକ କରାଯାଇଛି  । ଯାତ୍ରା, ରାମଲୀଳା, ଦାଶିଆ ନାଚ ପରିବେଷଣ, ମୀନାବଜାର, ଫୁଡ ଷ୍ଟଲ, ପୋଷାକ ଆଦି ବିକ୍ରି ପାଇଁ ଅସ୍ଥାୟୀ ଷ୍ଟଲକୁ ମନା କରାଯାଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଚିନ୍ତାରେ ଥିବା ବେଳେ ମାଲକାନଗିରିରେ ଆଗୁଆ ପଦକ୍ଷେପ ନିଆଯାଇଛି ।

ସମ୍ବନ୍ଧିତ ଖବର