ରାତି କର୍ଫ୍ୟୁ ୨ ଘଣ୍ଟା କୋହଳ କଲେ ରାଜ୍ୟ ସରକାର : ଏଣିକି ରାତି ୯ରୁ ସକାଳ ୫ଟା ଯାଏଁ ସାଧାରଣ ଜନତାଙ୍କ ଚଳପ୍ରଚଳ ବନ୍ଦ

ଭୁବନେଶ୍ୱର: ରାଜ୍ୟ ସରକାର ଜୁଲାଇ ମାସରେ ପୂର୍ବରୁ ଜାରି ଥିବା ରାତ୍ରିକାଳୀନ କର୍ଫ୍ୟୁ ସମୟରେ ପରିବର୍ତ୍ତନ କରିଛନ୍ତି। ଜୁନ ମାସରେ ରାତି କର୍ଫ୍ୟୁ ସଂଧ୍ୟା ୭ରୁ ସକାଳ ୫ଟା ପର୍ଯ୍ୟନ୍ତ  ଜାରି ରହୁଥିବା ବେଳେ ଏଥିରେ ୨ ଘଣ୍ଟା କୋହଳ କରିଛନ୍ତି ସରକାର।  ଅନଲକ-୨ରେ ନାଇଟ କର୍ଫ୍ୟୁ ରାତି ୯ଟାରୁ ଆରମ୍ଭ ହୋଇ ସକାଳ ୫ଟା ପର୍ଯ୍ୟନ୍ତ ଜାରି ରହିବ।  ଏହି ସମୟରେ ସାଧାରଣ ଜନତାଙ୍କ ସମସ୍ତ ପ୍ରକାରର ଚଳପ୍ରଚଳ ବନ୍ଦ ରହିବ ବୋଲି ନିର୍ଦ୍ଦେଶନାମା ଜାରି କରାଯାଇଛି | ଅତ୍ୟାବଶ୍ୟକୀୟ ସେବା ବ୍ୟତୀତ ଅନ୍ୟ ସବୁପ୍ରକ‌ାର କାର୍ଯ୍ୟ ଏହି ସମୟରେ କରାଯାଇପାରିବ ନାହିଁ।

ଓଡ଼ିଶା ସରକାରଙ୍କ ଦ୍ୱାରା ଜାରି ନୂତନ ଗାଇଡଲାଇନ୍ ଅନୁଯାୟୀ, ଜରୁରୀ କାର୍ଯ୍ୟକଳାପ ବ୍ୟତୀତ ରାତି ୯ରୁ ସକାଳ ୫ଟା ମଧ୍ୟରେ ବ୍ୟକ୍ତିବିଶେଷଙ୍କ ଗତିବିଧି “ସମ୍ପୂର୍ଣ୍ଣ ନିଷେଧ” ରହିବ | ଏ ନେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପୁଲିସ କମିଶନର ଏବଂ ମୁନିସପାଲ କମିଶନର ସିଆରପିସିର ଧାରା ୧୪୪ ଅଧୀନରେ [କର୍ଫ୍ୟୁ] ନିର୍ଦ୍ଦେଶନାମା ଜାରି କରିବା ସହ ଏହାର  ଅନୁପାଳନ କରିବେ।

Know Night Curfew Timings In Odisha, Date For Opening Of ...

ସେହିଭଳି ରାତ୍ରିକାଳୀନ କର୍ଫ୍ୟୁ ସମୟରେ କେବଳ ଜରୁରୀ ସେବା ଓ ମାଲ ପରିବହନକୁ ଅନୁମତି ମିଳିବ ବୋଲି କେନ୍ଦ୍ର ସରକାରଙ୍କ ମାର୍ଗଦର୍ଶିକାରେ ସ୍ପଷ୍ଟ କରାଯାଇଥିବା ବେଳେ ରାଜ୍ୟ ସରକାର ଏଥିରେ ଆଉ କିଛି ସେବା ଉପରେ କରୋନା କଟକଣା ଛାଡ୍ କରିଛନ୍ତି । ତେବେ ରାତ୍ରୀକାଳୀନ କର୍ଫ୍ୟୁ ସମୟରେ ଜରୁରୀ ସେବା ସହ ଉଭୟ ସରକାରୀ ଏବଂ ବେସରକାରୀ ଡାକ୍ତରଖାନାର ସ୍ୱାସ୍ଥ୍ୟକର୍ମୀ, ସ୍ଥାନୀୟ ପ୍ରଶାସନିକ ଅଧିକାରୀ, ପୁଲିସ୍, ସରକାରୀ କର୍ମଚାରୀ ଓ ଗଣମାଧ୍ୟମ କର୍ମୀ ଏବଂ ଯଦି କାହାର ଜରୁରୀ ସ୍ବାସ୍ଥ୍ୟଗତ ସମସ୍ୟା  ରହିଥାଏ ତେବେ ସେମାନଙ୍କୁ ବି ଏହି ରାତି କର୍ଫ୍ୟୁ ସମୟରେ ଯିବା ପାଇଁ ଅନୁମତି ମିଳିବ।

ରାଜ୍ୟ ସରକାର ଅନଲକ୍-୨ ପର୍ଯ୍ୟାୟରେ ଶିଳ୍ପସଂସ୍ଥାରେ ନିୟୋଜିତ କର୍ମଚାରୀମାନଙ୍କୁ ଗମନାଗମନ ଲାଗି ଅନୁମତି ଦେଇଛନ୍ତି । ତେବେ ସେବାନେ ନିଜର ପରିଚୟ ପତ୍ର ଦେଖାଇ ଯାଇପାରିବେ । ସେହିଭଳି ନିର୍ମାଣ ସଂସ୍ଥାର କର୍ମଚାରୀଙ୍କୁ ବି ଏହି ସମୟରେ ଯାତାୟତ କରିପାରିବେ । ରାତି କର୍ଫ୍ୟୁ ବେଳେ ସରକାରୀ ଓ ଘରୋଇ ଯାନବାହନ ବନ୍ଦ ରହିବ କିନ୍ତୁ ମାଲ୍ ପରିବହନ ଜାରି ରହିବ । ତେବେ ଏୟାରପୋର୍ଟ, ରେଳ ଷ୍ଟେସନ, ଏବଂ ବସଷ୍ଟାଣ୍ଡକୁ ଯାଉଥିବା କିମ୍ବା ଫେରୁଥିବା ଯାତ୍ରୀମାନଙ୍କ ସୁବିଧା ଦୃଷ୍ଟିରୁ ଓଲା, ଉବେର ସେବା ଜାରି ପାଇଁ ଅନୁମତି ଦିଆଯାଇଛି । ସେହିଭଳି ପେଟ୍ରୋଲ ପମ୍ପ ଏବଂ ସିଏନଜି ଷ୍ଟେସନ ଖୋଲା ରହିବା ସହ ଗଣମାଧ୍ୟମ ସଂସ୍ଥାର କର୍ମଚାରୀଙ୍କୁ କର୍ଫ୍ୟୁ ସମୟରେ ଯା’ଆସ ପାଇଁ ଅନୁମତି ମିଳିବ ବୋଲି ସ୍ପଷ୍ଟ କରିଛନ୍ତି ରାଜ୍ୟ ସରକାର ।

ସମ୍ବନ୍ଧିତ ଖବର