ନବରଙ୍ଗପୁର ଜିଲ୍ଲାରୁ ହଟିଲା ନାଇଟ୍ କର୍ଫ୍ୟୁ, ଦୈନିକ କରୋନା ସଂକ୍ରମଣ ହାର କମିବା ପରେ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରୁ ହଟିଲା ନାଇଟ କର୍ଫ୍ୟୁ । ଜିଲ୍ଲାରେ ଦୈନିକ କରୋନା ସଂକ୍ରମଣ ହାର ପୂର୍ବ ଅପେକ୍ଷା କମିବାରେ ଲାଗିଛି । ଜିଲ୍ଲାରେ କରୋନା ମିଟର ତଳ ମୁହାଁ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ନାଇଟ କର୍ଫ୍ୟୁ ହଟାଇ ଦିଆଯାଇଛି।

ନବରଙ୍ଗପୁର ଜିଲ୍ଲାରେ କରୋନା ସଂକ୍ରମଣ ବଢିବା ପରେ ଗତ ୨୫ ତାରିଖରୁ ଅନିର୍ଦ୍ଧିଷ୍ଟ କାଳ ଯାଏଁ ନାଇଟ କର୍ଫ୍ୟୁ ଲାଗୁ ହୋଇଥିଲା । ନାଇଟ କର୍ଫ୍ୟୁରେ ରାତି ୮ରୁ ସକାଳ ୬ଟା ଯାଏ କଟକଣା ଜାରି କରାଯାଇଥିଲା। ଏହି ସମୟରେ ଲୋକେ କୌଣସି ଜରୁରୀ କାମ ନଥିଲେ ବାହାରେ ଚଳପ୍ରଚଳ କରିପାରିବେ ନାହିଁ ବୋଲି କୁହାଯିବା ସହ ନାଇଟ କର୍ଫ୍ୟୁ ସମୟ ମଧ୍ୟରେ ୫ ଜଣଙ୍କଠାରୁ ଅଧିକ ବ୍ୟକ୍ତି କୌଣସି ସର୍ବସାଧାରଣ ସ୍ଥାନରେ ଏକଜୁଟ ହୋଇପାରିବେ ନାହିଁ ବୋଲି କୁହାଯାଇଥିଲା। ଏବେ ସଂକ୍ରମଣ କମ ‌ହେବାରୁ ନାଇଟ କର୍ଫ୍ୟୁ ହଟାଇଛନ୍ତି ଜିଲ୍ଲା ପ୍ରଶାସନ ।

ନବରଙ୍ଗପୁର ଜିଲ୍ଲାରେ ଏବେ ମାତ୍ର ୬ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି । ଜିଲ୍ଲାରେ ମୋଟ ୫ ହଜାର ୮୫୬ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୫ ହଜାର ୮୩୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ଜିଲ୍ଲାର ୧୪ ସଂକ୍ରମିତଙ୍କ ମୁଣ୍ଡ ନେଇଛି ମହାମାରୀ ଭୂତାଣ କରୋନା ।

ସମ୍ବନ୍ଧିତ ଖବର