ରଜ ପାଇଁ କୋହଳ ହେଲା କର୍ଫ୍ୟୁ; ରାତି ୧୦ଟା ପର୍ଯ୍ୟନ୍ତ ଖୋଲା ରହିବ ଦୋକାନ

ଭୁବନେଶ୍ୱର: ରାଜ୍ୟ ସରକାର ରଜ ପର୍ବକୁ ନଜରରେ ରଖି ଶୁକ୍ରବାର ରାତିର କର୍ଫ୍ୟୁକୁ କୋହଳ କରିଛନ୍ତି। ଶୁକ୍ରବାର ସଂଧ୍ୟା ୭ଟାରୁ କର୍ଫ୍ୟୁ ଜାରି ହେବ ନାହିଁ। ରାତି ୧୦ଟା ଯାଏଁ ଦୋକାନ ବଜାର ଖୋଲା ରହିବ । ରବିବାର ପହିଲି ରଜ ଥିବା ବେଳେ ଶନିବାର ଓ ରବିବାର ସଟ୍‌ ଡାଉନ୍‌ ରହିବ । ତେଣୁ ଶୁକ୍ରବାର ସଂଧ୍ୟାର କର୍ଫ୍ୟୁ କୋହଳ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଏ ସଂକ୍ରାନ୍ତରେ ଆଜି ସ୍ବତନ୍ତ୍ର ରିଲିଫ୍ କମିସନର ବିଜ୍ଞପ୍ତି ଜାରି କରିଛନ୍ତି।

src letter

ସେପଟେ ରଜ ଉତ୍ସବକୁ ଦୃଷ୍ଟିରେ ରଖି କରୋନା ପାଇଁ ଉଗ୍ରତାରା ପୀଠ ଓ ବରୁଣେଇ ମନ୍ଦିରରେ ୧୪୪ ଧାରା ଜାରି କରାଯିବ। ଜୁନ୍‌ ୧୪ ତାରିଖରୁ ୨୦ ତାରିଖ ଯାଏଁ ପ୍ରତିବର୍ଷ ଉଗ୍ରତାର ପୀଠ ଓ ବରୁଣେଇ ମନ୍ଦିରରେ ରଜ ଉତ୍ସବ ପାଳନ କରାଯାଏ । ତେଣୁ ଅଧିକ ଜନସମାଗମ ହେବାର ସମ୍ଭାବନା ଥିବାରୁ ଏଠାରେ ୭ ଦିନ ଧର ୧୪୪ ଧାରା ଜାରି କରାଯିବ। ଏହି ସମୟରେ କୌଣସି ପ୍ରକାର ଉତ୍ସବ ଓ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ ନାହିଁ। ସେହିପରି କେନ୍ଦୁଝରରେ ରଜ ପର୍ବ ପାଳନ ପାଇଁ ହେଉଥିବା ସମସ୍ତ ପ୍ରକାର ମେଳା, ମେହୋତ୍ସବ ଓ ଦୋଳି ଖେଳ ଉପରେ ଜିଲ୍ଲାପ୍ରଶାସନ ରୋକ୍‌ ଲଗାଇଛି ।

ଆସନ୍ତା ୧୧ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ଏହି କଟକଣା ରହିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । ଏହି ସମୟରେ କୌଣସି ପ୍ରକାର ଜନସମାଗମ ହୋଇପାରିବ ନାହିଁ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି । ତେବେ ଏହି ସମୟରେ ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଗାର୍ମେଂଟ ଓ ଷ୍ଟେସନାରୀ ଦୋକାନ ସମେତ ସମସ୍ତ ପ୍ରକାର ଅତ୍ୟାବଶ୍ୟକ ସାମଗ୍ରୀ ଦେକାନ ଖୋଲା ରହିବ । ତେବେ ଅନ୍ୟ ଦୋକାନଗୁଡିକ ସକାଳ ୭ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଖୋଲିବାକୁ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଛି ।

ସମ୍ବନ୍ଧିତ ଖବର