ସଇଁତଲା: ବଲାଙ୍ଗୀର ଜ଼ିଲ୍ଲା ସଇଁତଲା ବ୍ଲକ ଡେଙ୍ଗ ପଞ୍ଚାୟତର ସରପଞ୍ଚଙ୍କ ସ୍ୱାମୀ ଟିକେଶ୍ୱର ସାହୁ ଓ ତାଙ୍କ ସମର୍ଥକ ମିଶି ବ୍ଲକର ରାତ୍ର ଜଗୁଆଳି ସୁମନ୍ତ ଭୋଇ (୫୪)ଙ୍କୁ ପ୍ରଣାନ୍ତକ ଆକ୍ରମଣ କରିଛନ୍ତି। ଆକ୍ରମଣର ଶିକାର ହୋଇଥିବା ରାତ୍ର ଜଗୁଆଳି ସଇଁତଲା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
ପ୍ରାପ୍ତ ସୂଚନା ଅନୁସାରେ ବୁଧୁବାର ରାତି ୯ଟା ୧୫ରେ ରାତ୍ର ଜଗୁଆଳି ଶ୍ରୀ ଭୋଇ ବ୍ଲକ କାର୍ଯାଳୟକୁ ଯାଉଥିବା ବେଳେ ତହସିଲଦାରଙ୍କ ସରକାରୀ ବାସଭବନ ସମୁଖରେ ଡେଙ୍ଗ ପଞ୍ଚାୟତର ସରପଞ୍ଚଙ୍କ ସ୍ୱାମୀ ଟିକେଶ୍ୱର ସାହୁ ଓ ଅନ୍ୟ ଦୁଇ ଜଣ ମିଶି ନିସ୍ତୁକ ମାଡ଼ ମାରିଥିଲେ। ଏ ସମ୍ପର୍କରେ ଗୁରୁବାର ଶ୍ରୀ ଭୋଇ ସଇଁତଲା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ଅଭିଯୁକ୍ତ ମାନଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଛି। ରାତ୍ର ଜଗୁଆଳିଙ୍କୁ କାହିଁକି ଆକ୍ରମଣ କରାଯାଇଛି, ସେ ସଂପର୍କରେ ଜଣାପଡ଼ି ନାହିଁ। ପୂର୍ବ ଶତ୍ରୁତାକୁ ନେଇ ଏହି ଆକ୍ରମଣ ହୋଇଥାଏ ପାରେ ବୋଲି ଅନୁମାନ କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/01/ca43a59d-4f26-4056-a96f-183633c67e2a.jpeg)